ETV Bharat / bharat

ତେଲେଙ୍ଗାନାର ଟେନସନ ତବଲିଗୀ ଫେରନ୍ତା - କୋଭିଡ 19

ଶୁକ୍ରବାର ନୂଆ 65ଟି ନମୁନା ପରୀକ୍ଷା ହେବ । ଏମାନେ ସମସ୍ତେ ଦିଲ୍ଲୀ ମର୍କାଜରୁ ଫେରିଛନ୍ତି । ଅଧିକ ପଢନ୍ତୁ...

ତେଲେଙ୍ଗାନାର ଟେନସନ ତବଲିଘି ଫେରନ୍ତା
ତେଲେଙ୍ଗାନାର ଟେନସନ ତବଲିଗୀ ଫେରନ୍ତା
author img

By

Published : Apr 9, 2020, 11:37 PM IST

ହାଇଦ୍ରାବାଦ: ଦିନକୁ ଦିନ ତେଲେଙ୍ଗାନାରେ ସ୍ଥିତି ଖରାପ ହେବାରେ ଲାଗିଛି । ଦିଲ୍ଲୀ ତବଲିଗୀ ସମାବେଶ ରାଜ୍ୟର ଟେନସନ ବଢାଇଛି । ପ୍ରତିଦିନ ଅନେକ ସଂଖ୍ୟାରେ ପଜିଟିଭ ବାହାରୁଛନ୍ତି ଯେଉଁମାନେ ଏହା ସହିତ ସମ୍ପୃକ୍ତ ଥିବା ଜଣାପଡୁଛି । ତେବେ ଗୁରୁବାର ଏଥିରେ ସାମାନ୍ୟ ହ୍ରାସ ଘଟିଛି । 18ଟି ନୂଆ ପଜିଟିଭ ସହ ଗୁରୁବାର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 471 ପହଞ୍ଚିଛି ।

ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନାନୁସାରେ, ଆଜି(ଗୁରୁବାର) 665ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ 18ଟି ପଜିଟିଭ ଆସିଛି । ଦିଲ୍ଲୀ ନିଜାମୁଦ୍ଦିନ ମର୍କାଜରୁ ମାର୍ଚ୍ଚ 25, 26 ଓ 27ରେ ଫେରିଥିବା ଲୋକଙ୍କ ନମୁନା ଗୁରୁବାର ପରୀକ୍ଷା ହୋଇଥିଲା । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 388 ତବଲିଗୀ ସମାବେଶରୁ ଫେରିଥିବା ଜଣାପଡିଛି ।

ଶୁକ୍ରବାର ନୂଆ 65ଟି ନମୁନା ପରୀକ୍ଷା ହେବ । ଏମାନେ ସମସ୍ତେ ଦିଲ୍ଲୀ ମର୍କାଜରୁ ଫେରିଛନ୍ତି । ଶୁକ୍ରବାର ଏମାନଙ୍କ ଶେଷ ଟେଷ୍ଟ ହେବ । ଯଦି ଏହା ନେଗେଟିଭ ଆସେ ତେବେ ସେମାନଙ୍କୁ ଡିସଚାର୍ଜ କରାଯିବ । ଏବେ ଏମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇ ଚିକିତ୍ସା କରାଯାଉଛି ବୋଲି ତେଲେଙ୍ଗାନା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.