କୋଲକାତା: ଭାରତ ପଡୋଶୀ ଦେଶମାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ସର୍ବଦା ଚେଷ୍ଟିତ । ସବୁ ସମୟରେ ଭାରତ ଶାନ୍ତି ଏବଂ ଆଞ୍ଚଳିକ ସ୍ଥିରତା ପାଇଁ କାମ କରୁଛି । ତେବେ ଦେଶର ସାର୍ବଭୌମତ୍ବ ରକ୍ଷା ପାଇଁ ଗଲୱାନରେ ବୀର ଯବାନ ଶହୀଦ ହୋଇଗଲେ । ପଶ୍ଚିମବଙ୍ଗର ଦାର୍ଜିଲିଂରେ 33 କୋର୍ପସ ହେଡକ୍ବାର୍ଟରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ।
ଏହି ଅବସରରେ ସେ ଗଲୱାନ ଶହୀଦଙ୍କ ବଳିଦାନ ବର୍ଣ୍ଣନା କିରଛନ୍ତି । ଭାରତ ସବୁବେଳେ ଏହାର ସମସ୍ତ ପଡୋଶୀ ଦେଶ ସହିତ ଭଲ ସମ୍ପର୍କ ଚାହୁଁଛି, ଆମେ ସବୁବେଳେ ଶାନ୍ତି ପାଇଁ ଉଦ୍ୟମ କରିଛୁ । ପଡୋଶୀ ଦେଶ ମାନଙ୍କ ଠାରୁ ସମାନ ସମ୍ପର୍କ ଆଶା କରିଛୁ । ଆମର ସୀମା, ଅଖଣ୍ଡତା ଏବଂ ସାର୍ବଭୌମତ୍ବକୁ ରକ୍ଷା ପାଇଁ ଆମର ଯବାନମାନଙ୍କୁ ସମୟ ସମୟରେ ନିଜ ଜୀବନକୁ ବଳି ଦେବାକୁ ପଡିଛି ବୋଲି କହିଛନ୍ତି ରାଜନାଥ ।
ସୂଚନାଥାଉକି ଗତ ଜୁନ ମାସ 15 ତାରିଖରେ ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ଯବାନ ମୁହାଁମୁହିଁ ହୋଇଥିଲେ । ଏଥରେ ଭାରତର 20 ଯବାନ ଶହୀଦ ହୋଇଥିଲେ । ସେହିଭଳି ଚୀନର ମଧ୍ୟ 40ରୁ ଊର୍ଦ୍ଧ୍ବ ଚୀନ ସୈନ୍ୟ ମୃତାହତ ହୋଇଥିବା ପ୍ରକାଶ ପାଇଥିଲା ।
@ANI