ETV Bharat / bharat

ଜାମ୍ମୁ କାଶ୍ମୀର ଜମି ମାଲିକାନା ଅଧିକାର, ଆଇନ କାନୁନ ପାଠ ପଢାଇଲେ ଅବଦୁଲ୍ଲା - ଓମାର ଅବଦୁଲ୍ଲା ବୟାନ

ଜାମ୍ମୁ ଓ କାଶ୍ମୀରରେ ଜମି ମାଲିକାନା ଅଧିକାରକୁ ନେଇ ଥିବା ସ୍ବତନ୍ତ୍ର ଆଇନ ଉଚ୍ଛେଦ କରିଥିଲେ କେନ୍ଦ୍ରସରକାର । ଏହା ଉପରେ ଆଇନ କାନୁନ ପାଠ ପଢାଇଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ନେତା ଓମାର ଅବଦୁଲ୍ଲା । ଅଧିକ ପଢନ୍ତୁ...

ଜାମ୍ମୁ କାଶ୍ମୀର ଜମି ମାଲିକାନା ଅଧିକାର, ଆଇନ ପାଠ ପଢାଇଲେ ଅବଦୁଲ୍ଲା

author img

By

Published : Oct 29, 2020, 10:42 PM IST

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଜମି ମାଲିକାନା ଅଧିକାରକୁ ନେଇ ଥିବା ସ୍ବତନ୍ତ୍ର ଆଇନ ଉଚ୍ଛେଦ କରିଥିଲେ କେନ୍ଦ୍ରସରକାର । ସରକାରଙ୍କ ଘୋଷଣା ଅନୁଯାୟୀ ଏବେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରେ ଯେକୌଣସି ରାଜ୍ୟର ଲୋକେ ଆସି ଜମି କିଣିପାରିବେ । ତେବେ ଏହାକୁ ନେଇ ଆଇନ କାନୁନର ପାଠ ପଢାଇଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ନେତା ଓମାର ଅବଦୁଲ୍ଲା ।

ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଖାସ କରି ପୂର୍ବତ୍ତୋରର କିଛି ରାଜ୍ୟରେ ଜମି ମାଲିକାନା ଅଧିକାରକୁ ନେଇ ଏବେ ବି ସ୍ବତନ୍ତ୍ର ଆଇନ ରହିଛି । ଏଠାରେ ଅନ୍ୟ ରାଜ୍ୟର ଲୋକେ ଆସି ଜାଗା କିଣିପାରିବେ ନାହିଁ । ତେବେ ଜାମ୍ମୁ ଓ କାଶ୍ମୀରରେ ଏପରି ଆଇନ କାହିଁକି ରହିପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଓମାର ।

ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ହିମାଚଳପ୍ରଦେଶ, ସିକ୍କିମ, ମେଘାଳୟ ଭଳି ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ମଧ୍ୟ ଅନ୍ୟ ରାଜ୍ୟର ଲୋକେ ଜାଗା କିଣି ପାରୁନାହାନ୍ତି । ନ୍ୟାସନାଲ କନଫରେନ୍ସ ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅବଦୁଲ୍ଲା ପ୍ରଶ୍ନ କରିଛନ୍ତି ଯେ ଯେତେବେଳେ ଆମେ ଏହି ଆଇନଗୁଡ଼ିକ ବିଷୟ ଉଠାଉଛୁ ସେତେବେଳେ ଆମକୁ ଦେଶ ବିରୋଧି କୁହାଯାଉଛି। ଯେତେବେଳେ ଅନ୍ୟ ରାଜ୍ୟରୁ ଏପରି ସ୍ବର ଉଠେ ସେତେବେଳେ ଗଣମାଧ୍ୟମରେ କାହିଁକି ଆଲୋଚନା ହୁଏ ନାହିଁ? ସେ କହିଛନ୍ତି ଯେ 'ସଂଗ୍ରାମ' ଆମର ପରିଚୟ ଏବଂ 'ଆମର ଭବିଷ୍ୟତ'କୁ ସୁରକ୍ଷା ଦେଇଛି।

ଅବଦୁଲ୍ଲା ଅଭିଯୋଗ କରିଛନ୍ତି ଯେ ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀରର ପ୍ରମୁଖ ଦଳଗୁଡିକୁ ଚପାଇଦେବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କର ଜମି ଏବଂ ପରିଚୟ ରକ୍ଷା ପାଇଁ ସଂଗ୍ରାମରେ ଏକାଠି ହେବାକୁ ସମସ୍ତ ପକ୍ଷଙ୍କୁ ଅପିଲ କରିଛନ୍ତି ଅବଦୁଲ୍ଲା । ସେ କହିଥିଛନ୍ତି, ଦିଲ୍ଲୀ କଣ ଚାହୁଁଛି? ସେମାନେ ଆମକୁ ମୁଖ୍ୟ ସ୍ରୋତରୁ ହଟାଇବାକୁ ଚାହୁଁଛନ୍ତି କି? ଆମର ପରିଚୟ ଏବଂ ଜମିର ସୁରକ୍ଷା ପାଇଁ ଆମେ ଯୁଦ୍ଧ କରୁଛୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଓମାର ।

ଅବଦୁଲ୍ଲା କହିଛନ୍ତି ଯେ ଗତ ବର୍ଷ ଲୋକସଭା ନିର୍ବାଚନ ପରେ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି ରାଜନୈତିକ ଦଳ ଆଶା କରିଥିଲେ। ହେଲେ ଆଜି ଆମେ ଆମର ପରିଚୟ ପାଇଁ ସଂଗ୍ରାମ କରୁଛୁ।

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ଜମ୍ମୁ ଓ କାଶ୍ମୀରରେ ବର୍ତ୍ତମାନ ଦେଶର ଯେକୌଣସି ବ୍ୟକ୍ତି ଜମି କିଣି ସେଠାରେ ବସବାସ କରିପାରିବେ। ମଙ୍ଗଳବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂତନ ବିଜ୍ଞପ୍ତି ଜାରି କରାଯାଇ ଏହା କୁହାଯାଇଥିଲା । ତେବେ ଚାଷ ଜମିରେ କିନ୍ତୁ ପ୍ରତିବନ୍ଧକ ଜାରି ରହିବ। ଜମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନାଙ୍କ ଅନୁଯାୟୀ, ଏଠାରେ ବାହ୍ୟ ଶିଳ୍ପ ପ୍ରତିଷ୍ଠା କରାଯାଉ ତେଣୁ ଶିଳ୍ପ ଜମିରେ ପୁଞ୍ଜି ବିନିଯୋଗର ଆବଶ୍ୟକତା ରହିଛି କିନ୍ତୁ ଚାଷ ଜମି କେବଳ ରାଜ୍ୟବାସୀଙ୍କ ପାଇଁ ରହିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.