ETV Bharat / bharat

ତିନି ତଲାକ ବିଲ୍‌: ନିଜ ନିଜ ଭିତରେ ଲଢିଲେ ବିରୋଧୀ

author img

By

Published : Jul 30, 2019, 10:27 PM IST

ତିନି ତଲାକ ବିଲ୍‌ ପାରିତ ହେବା ପରେ ଏହାକୁ ନେଇ ନିଜ ନିଜ ମଧ୍ୟରେ ଟଣାଓଟରା ହେଉଛନ୍ତି ବିରୋଧୀ । ଯଦି ଭୋଟିଂ ସମୟରେ ସଦନରେ ଅନୁପସ୍ଥିତ ରହିବାର ଥିଲା ତାହେଲେ ବିରୋଧ କରିବାର ତାତ୍ପର୍ଯ୍ୟ କ'ଣ ବୋଲି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ପ୍ରଶ୍ନ କରିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ନଥିବା ସତ୍ବେ ତିନି ତଲାକ ବିଲ୍‌କୁ ପାରିତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ମୋଦି ସରକାର । ତେବେ ବିଲ୍‌ ପାରିତ ହେବା ପରେ ଏହାକୁ ନେଇ ନିଜ ନିଜ ମଧ୍ୟରେ ଟଣାଓଟରା ହେଉଛନ୍ତି ବିରୋଧୀ ।

ବିଲ ପାରିତ ହେବା ନେଇ ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କୁ ଟାର୍ଗେଟ କରିଛନ୍ତି ନ୍ୟାସନାଲ୍ କନଫରେନ୍ସ ନେତା ଓମାର ଅବ୍ଦୁଲା । ମେହବୁବାଙ୍କ ଦଳ ସଦନରେ ଅନୁପସ୍ଥିତ ରହିବା କାରଣରୁ ସରକାର ବିଲ୍‌କୁ ପାରିତ କରିବାରେ ସକ୍ଷମ ହୋଇଥିବା ସେ କହିଛନ୍ତି ।

ରାଜ୍ୟସଭାରେ ମଙ୍ଗଳବାର ତିନି ତଲାକ ବିଲ୍‌ ପାରିତ ହେବାର କିଛି ସମୟ ପରେ ମେହବୁବା ମୁଫ୍‌ତି ଟ୍ବିଟ କରି କହିଥିଲେ, ତିନି ତଲାକ ବିଲ୍‌କୁ ପାରିତ କରିବାର ଆବଶ୍ୟକତା ମୁଁ ବୁଝିପାରୁନାହିଁ । ସୁପ୍ରିମ କୋର୍ଟ ଏହାକୁ ପୂର୍ବରୁ ହିଁ ଅବୈଧ ଘୋଷଣା କରିଥିଲେ । ମୁସଲମାନ ସମ୍ପ୍ରଦାୟକୁ ଦଣ୍ଡ ଦେବାପାଇଁ ସରକାରଙ୍କ ହସ୍ତକ୍ଷେପ ଅନାବଶ୍ୟକ ବୋଲି ସେ କହିଥିଲେ ।

ତେବେ ମେହବୁବାଙ୍କ ଏହି ଟ୍ବିଟର ଜବାବ ଦେଇ ତାଙ୍କ ଉପରେ ବର୍ଷିଛନ୍ତି ଓମାର ଅବଦ୍ଦୁଲା । ସେ କହିଛନ୍ତି, ମେହବୁବା ଜୀ ଏହି ଟ୍ବିଟ ପୂର୍ବରୁ ଆପଣଙ୍କ ଦଳ କିଭଳି ଭାବରେ ଭୋଟ ଦେଇଛନ୍ତି ତାହା ଭାବିବା ଉଚିତ ଥିଲା । ଦଳର ସଦସ୍ୟମାନେ ସଦନରେ ଅନୁପସ୍ଥିତ ରହି ସରକାରଙ୍କୁ ସାହାଯ୍ୟ କରିଛନ୍ତି ।

ସେପଟେ ବିଲ୍‌କୁ ସିଲେକ୍ଟ କମିଟି ନିକଟକୁ ପଠାଇବା ପାଇଁ ଭୋଟିଂ ହେଉଥିବା ସମୟରେ ବିରୋଧୀଙ୍କ ଅନୁପସ୍ଥିତିରେ କ୍ରୋଧ ପ୍ରକାଶ କରିଛି ପ୍ରମୁଖ ବିରୋଧୀ ଦଳ କଂଗ୍ରେସ । ଯେଉଁ ଲୋକ ସଦନରେ ବିରୋଧ କରିଥିଲେ, ସେମାନେ ଭୋଟିଂ ସମୟରେ ଗାଏବ ହୋଇଗଲେ । ଯଦି ସେମାନଙ୍କୁ ଏଥିରୁ ଦୂରେଇ ରହିବାର ଥିଲା ତାହେଲେ ବିରୋଧ କରିବାର ତାତ୍ପର୍ଯ୍ୟ କ'ଣ ବୋଲି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.