ETV Bharat / bharat

ରାଫେଲ ପ୍ରସଙ୍ଗ: ବିରୋଧୀ ଖଡ୍ଗହସ୍ତ, ବିଜେପିକୁ ଘେରିଲେ - randeep sujerwal

ବହୁଚର୍ଚ୍ଚିତ ରାଫେଲ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧୀ। ରିଭ୍ୟୁ ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ସମ୍ମତି ପ୍ରକାଶ କରିବା ପରେ ମୋଦିଙ୍କ ବିରୋଧରେ ଏହାକୁ କ୍ଷେପଣାସ୍ତ୍ର ଭାବରେ ବ୍ୟବହାର କଲେଣି ବିରୋଧୀ ।

ଫାଇଲ ଫଟୋ
author img

By

Published : Apr 10, 2019, 2:53 PM IST

ନୂଆଦିଲ୍ଲୀ: ନିର୍ବାଚନୀ ଋତୁରେ ରାଫେଲ ଝଡ। ବହୁଚର୍ଚ୍ଚିତ ରାଫେଲ ପ୍ରସଙ୍ଗକୁ ନେଇ ପୁଣି କେନ୍ଦ୍ରକୁ ବିରୋଧୀଙ୍କ ଟାର୍ଗେଟ। ରିଭ୍ୟୁ ପିଟିସନ (ସମୀକ୍ଷା ଆବେଦନ) ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ସମ୍ମତି ପ୍ରକାଶ କରିବା ପରେ ଏହାକୁ ବିଜେପି ବିରୋଧରେ କ୍ଷେପଣାସ୍ତ୍ର ଭାବେ ବ୍ୟବହାର କଲେଣି ବିରୋଧୀ।

ପ୍ରକାଶ ଯେ, ରାଫେଲ ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟ ପୂର୍ବରୁ କ୍ଲିନ ଚିଟ ପ୍ରାଦନ କରିସାରିଛନ୍ତି । ତେବେ ଏହି ରାୟର ସମୀକ୍ଷା ଆବେଦନ କରିଥିଲେ ବିରୋଧୀ। ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିରୋଧୀଙ୍କ ରିଭ୍ୟୁ ପିଟିସନ୍ (ସମୀକ୍ଷା ଆବେଦନ)କୁ ଚ୍ୟାଲେଞ୍ଜ କରାଯାଇଥିଲା । ତେବେ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିବା ସହିତ ରାଫେଲ ମାମଲାର ପୁର୍ନବିଚାର କରିବାକୁ ଖୁବଶୀଘ୍ର ତାରିଖ ନିର୍ଦ୍ଧାରଣ କରାଯିବ ବୋଲି କହିଛନ୍ତି ।

ରାଫେଲ ମାମଲାରେ ମୋଦି ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ କ୍ଲିନ ଚିଟ ମିଳିଥିଲା । ଏହାକୁ ନେଇ ମୋଦୀ ମଧ୍ୟ ବିରୋଧଙ୍କ ଉପରେ ବର୍ଷିଥିଲେ । କିନ୍ତୁ ଆଜିର ଶୁଣାଣି ପରେ ବିରୋଧୀ ଖଡ୍ଗହସ୍ତ ।

"ମୋଦୀଜି ରାଫେଲ ଡିଲଲେ ଚୋରି କରିଛନ୍ତି । ଦେଶର ସେନାଙ୍କୁ ଧୋକା ଦେଇଛନ୍ତି ସେ। ନିଜର ଅପରାଧ ଲୁଚାଇବା ପାଇଁ ମୋଦି ସୁପ୍ରିମ କୋର୍ଟଙ୍କ ସହାୟତା ନେଇଥିଲେ" ବେଲି ଟ୍ବିଟ୍‌ କରି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

  • मोदी जी हर जगह कह रहे थे कि उन्हें सुप्रीम कोर्ट से राफ़ेल में क्लीन चिट मिली है। आज के सुप्रीम कोर्ट के फ़ैसले से साबित हो गया कि मोदी जी ने राफ़ेल में चोरी की है, देश की सेना से धोखा किया है और अपना जुर्म छिपाने के लिए सुप्रीम कोर्ट को गुमराह किया। https://t.co/9dup2BpEnq

    — Arvind Kejriwal (@ArvindKejriwal) April 10, 2019 " class="align-text-top noRightClick twitterSection" data=" ">

ସେହିପରି ମୁଖ୍ୟ ବିରୋଧୀ କଂଗ୍ରେସ ମଧ୍ୟ ମୋଦିଙ୍କୁ ଘେରିବାର ସୁଯୋଗକୁ ହାତଛଡା କରିନାହିଁ । ଦଳ ପ୍ରବକ୍ତା ରଣଦୀପ ସୁର୍ଜେଓ୍ବାଲା ଟ୍ବିଟ୍‌ କରି କହିଛନ୍ତି, ମୋଦୀଜି ସତକୁ ଯେତେ ଲୁଚେଇଲେ ବି ଆଜି ନହେଲେ କାଲି ତାହା ସମସ୍ତଙ୍କ ସାମ୍ନାକୁ ଆସିବ ।

  • Modiji, you can run and lie as much as you want,

    But sooner or later the truth comes out.

    The skeletons in #RafaleScam are tumbling out one by one.

    And now there is ‘no official secrets act’ to hide behind.
    1/2

    — Randeep Singh Surjewala (@rssurjewala) April 10, 2019 " class="align-text-top noRightClick twitterSection" data=" ">

ସେହିପରି ବିଏସପି ସୁପ୍ରିମୋ ମାୟାବତୀ ମଧ୍ୟ ମୋଦୀଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି । ସଂସଦ ଭିତରେ ଏବଂ ବାହାରେ ବାରମ୍ବାର ମିଛ କହି ଦେଶବାସୀଙ୍କୁ ଭୁଆଁ ବୁଲାଇଥିବାରୁ ମୋଦି କ୍ଷମା ମାଗନ୍ତୁ । ଏପରିକି ପ୍ରତିରକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ମାୟାବତୀ।

  • राष्ट्रीय सुरक्षा की आड़ में राफेल रक्षा सौदे में भारी गड़बड़ी/भ्रष्टाचार को छिपाने की पीएम श्री मोदी सरकार की कोशिश विफल। सुप्रीम कोर्ट में बीजेपी सरकार पूरी तरह घिरी। संसद के भीतर व बाहर बार-बार झूठ बोलकर देश को गुमराह करने के लिए श्री मोदी माफी मांगे व रक्षा मंत्री इस्तीफा दें

    — Mayawati (@Mayawati) April 10, 2019 " class="align-text-top noRightClick twitterSection" data=" ">

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.