ETV Bharat / bharat

CAAକୁ ବିରୋଧ; ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହେଲେ ବିରୋଧୀ - କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ । ଏନେଇ କଣ କହୁଛନ୍ତି ବିରୋଧୀ ନେତା ପଢନ୍ତୁ...

PHOTO
CAAକୁ ବିରୋଧ
author img

By

Published : Dec 17, 2019, 11:21 PM IST

ନୂଆଦିଲ୍ଲୀ: ନାଗରିକତା ଆଇନକୁ ନେଇ ସାରା ଦେଶରେ ପ୍ରତିବାଦ ଜାରି ରହିଥିବା ବେଳେ ଆଜି କଂଗ୍ରେସ ନେତୃତ୍ବରେ ଦେଶର ବିରୋଧୀ ଦଳ ନେତାମାନେ ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହୋଇଛନ୍ତି । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କପିଲ ଶିବଲ, ଗୁଲାମ ନବୀ ଆଜାଦ, ସପା ନେତା ରାମ ଗୋପାଳ ଯାଦବ, ସୀତାରମ ୟେଚୁରୀ ଏବଂ ଡିଏମକେ ନେତା ଏ ରାଜା ପ୍ରମୁଖ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ।

ରାଷ୍ଟ୍ରପତିଙ୍କୁ ସାକ୍ଷାତ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଉତ୍ତର-ପୂର୍ବ ରାଜ୍ୟ ଓ ଦିଲ୍ଲୀରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଆମେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛୁ । ସୋନିଆ ଆହୁରି କହିଛନ୍ତି ପୋଲିସ ଜାମିଆ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲକୁ ପଶି ଅତ୍ୟାଚାର କରିଛି । ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିବା ସମସ୍ତଙ୍କର ଅଧିକାର ଅଛି । କିନ୍ତୁ ମୋଦି ସରକାର ଲୋକଙ୍କ ସ୍ବରକୁ ଦବାଇବାକୁ ପ୍ରୟାସ କରୁଛନ୍ତି ।

ଟିଏମସି ସାଂସଦ ଡାରିକ ଓବ୍ରାଏନ କହିଛନ୍ତି ନାଗରିକତା ସଂଶୋଧନ ନିୟମକୁ ପ୍ରତ୍ୟାହାର ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆମେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛୁ । ସଂସଦରେ ସାଂସଦ ମାନେ ଯାହା ଆଶଙ୍କା କରୁଥିଲେ ତାହା ଏବେ ସତ ହେବାକୁ ଯାଉଛି । ତେଣୁ ଏହି ଆଇନକୁ ପ୍ରତ୍ୟାହର କରାଯିବା ନେଇ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଛି ବୋଲି ସପା ନେତା ରାମ ଗୋପାଳ ଯାଦବ କହିଛନ୍ତି ।

ସେହିପରି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଏହି ଆଇନ ଦେଶକୁ ଭାଗ କରିବ । ସରକାରଙ୍କୁ ଦେଶ ଓ ନାଗରିକଙ୍କ ପାଇଁ ଚିନ୍ତା ନାହିଁ । ବିରୋଧୀଙ୍କୁ ଜଣାଥିଲା ଜନତା ଏହି ଆଇନକୁ ଗ୍ରହଣ କରିବେ ନାହିଁ । ତାହା ସତ ହେଉଛି । ଆଇଆଇଟି ଆଇଆଇଏମ ଭଳି ସଂସ୍ଥାରେ ବିକ୍ଷୋଭ ହେଉଛି । ଆସାମରେ 5 ଜଣଙ୍କ ମୃତ୍ୟୁ ହୋଇଛି, 21 ଜଣ ଗଭୀର ଭାବେ ଆହତ ହୋଇଛନ୍ତି । ପ୍ରଥମେ ନର୍ଥଇଷ୍ଟ ପରେ କାଶ୍ମୀର ଏବେ ସାରା ଦେଶରେ ଆଇନକୁ ବିରୋଧ କରାଯାଉଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ବିକ୍ଷୋଭ ଜାରି ରହିଛି । ଯାହାକୁ ନେଇ ଏବେ ବିରୋଧୀ ରାଜନୈତିକ ଫାଇଦା ପାଇଁ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.