ETV Bharat / bharat

ସିଏଏ ଲାଗୁ କରିବାକୁ ମନା କରିବା ଅସାମ୍ବିଧାନିକ: ସୀତାରମଣ - ସିଏଏ ଲାଗୁ କରିବାକୁ ମନା କରିବା ଅସମ୍ବିଧାନିକ

ସିଏଏକୁ ବିଭିନ୍ନ ରାଜ୍ୟ ଦ୍ବାରା ଲାଗୁ କରିବାକୁ ମନା କରିବା ଅସାମ୍ବିଧାନିକ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ସହିତ ସଂସଦରେ ପାରିତ ହୋଇଥିବା ଆଇନକୁ ଲାଗୁ କରିବା ସମସ୍ତ ରାଜ୍ୟର ଦାୟୀତ୍ବ ବୋଲି ସେ କହିଛନ୍ତି।

nirmala-sitharaman
ନିର୍ମଳା ସୀତାରମଣ
author img

By

Published : Jan 19, 2020, 9:56 PM IST

ଚେନ୍ନାଇ: ନାଗରିକତ୍ବ ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଛି। ହେଲେ ଏହି ଆଇନକୁ କେତେକ ରାଜ୍ୟର ସରକାର ନିଜ ରାଜ୍ୟରେ ଲାଗୁ ନକରିବାକୁ ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ପାରିତ କରିବାର ଯୋଜନା ମଧ୍ୟ କରୁଛନ୍ତି। ରାଜ୍ୟ ଦ୍ବାରା ସିଏଏ ଲାଗୁ କରିବାକୁ ମନା କରିବା ଅସାମ୍ବିଧାନିକ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ପାରିତ ଆଇନ୍‌କୁ ଲାଗୁ କରିବା ସମସ୍ତ ରାଜ୍ୟର ଦାୟୀତ୍ବ ବୋଲି ସେ କହିଛନ୍ତି।

ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ‘ କେରଳ ଏବଂ ପଞ୍ଜାବ ଭଳି ରାଜ୍ୟ ନିଜ ବିଧାନସଭାରେ ସିଏଏ ବିରୋଧରେ ସଂକଳ୍ପ ପାରିତ କରିଛନ୍ତି। ତାହା ଆମେ ବୁଝିପାରୁଛୁ। ଆମେ ଏହାକୁ ବିରୋଧ କରି ପାରିବୁନାହିଁ। ହେଲେ ଏହି କେନ୍ଦ୍ରୀୟ ଆଇନ୍‌କୁ ରାଜ୍ୟରେ ଲାଗୁ କରିବାକୁ ମନା କରିବା ଆଇନ୍‌ ବିରୋଧି। ଏଭଳି କରିବା ଅସାମ୍ବିଧାନିକ।’

ନାଗରିକତ୍ବ ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ କଂଗ୍ରେସ ଶାସିତ ସମସ୍ତ ରାଜ୍ୟର ବିଧାନସଭାରେ ସଂକଳ୍ପ ପାରିତ କରିବାକୁ ଯୋଜନା ଚାଲିଛି। ପଞ୍ଜାବ ପରେ ଏବେ ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ ବିଧାନସଭାରେ ସିଏଏ ବିରୋଧରେ ପ୍ରସ୍ତାବ ଆଣିବାକୁ ଯୋଜନା କରୁଥିବା କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ ରବିବାର ଜଣାଇଛନ୍ତି। ଏଭଳି କରି କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସିଏଏ ସମ୍ପର୍କରେ ପୁନର୍ବିଚାର କରିବାକୁ ସନ୍ଦେଶ ଦେବାକୁ ଚାହୁଁଥିବା ସେ କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.