ଭୋପାଳ:ପେଟ୍ରୋଲ ଏବଂ ଡିଜେଲର କ୍ରମାଗତ ମୂଲ୍ୟ ବୃଦ୍ଧିକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ଦିଗବିଜୟ ସିଂ । ବୁଧବାର କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ସମେତ ବହୁ କଂଗ୍ରେସ ନେତା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ପଦଯାତ୍ରା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ବିପର୍ଯ୍ୟୟର ଫାଇଦା ଉଠାଇଥିବା ନେଇ ଅଭିଯୋଗ କରିଛନ୍ତି ।
ବୁଧବାର କଂଗ୍ରେସ ନେତାମାନେ ମଧ୍ୟପ୍ରଦେଶର ରୋଶନପୁରା ଛକରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବାସଭବନ ପର୍ଯ୍ୟନ୍ତ ଏହି ପଦଯାତ୍ରା ଆରମ୍ଭ କରିଥିଲେ।
ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ସିଂ କହିଛନ୍ତି, ବର୍ତ୍ତମାନ ଲୋକେ କୋରୋନା ଦ୍ବାରା ସଂକ୍ରମିତ ହେଉଥିବା ସ୍ଥିତିରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି ଏବଂ ଲୋକମାନେ ଭୋକରେ ମରୁଛନ୍ତି। ଏପଟେ କେନ୍ଦ୍ର ସରକାର କ୍ରମାଗତ 18 ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସସାଇଜ ଶୁଳ୍କ ବୃଦ୍ଧି କରିଛନ୍ତି। ଏଥିସହ ସେ କହିଛନ୍ତି, ମୋଦି ସରକାର କୋରୋନା ବିପର୍ଯ୍ୟୟର ସୁଯୋଗ ନେଇ ଅର୍ଥ ଉପାର୍ଜନ କରୁଥିବା ଅଭିଯୋଗ କରିଛନ୍ତି ।
ପ୍ରକାଶ ଥାଉକି, କୋରୋନା ମହାମାରୀ ମଧ୍ୟରେ ତୈଳ ମାର୍କେଟିଂ କମ୍ପାନୀ ଗୁଡିକ 82 ଦିନର ଖୁଚୁରା ମୂଲରେ ନିୟନ୍ତ୍ରଣ ଆଣିବା ପାଇଁ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ।