ଲକ୍ଷ୍ନୌ: ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୮ରେ ହେବ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏହାପୂର୍ବରୁ ୟୁପିରେ ବିଜେପିକୁ ଲାଗିଛି ଝଟକା। ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ରାଜଭର ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ତାଙ୍କ ଦଳ ସୁହଲଦେବ ଭାରତୀୟ ସମାଜ ପାର୍ଟି ୟୁପିରେ ଏକାକୀ ନିର୍ବାଚନ ଲଢିବ ବୋଲି କହିଛନ୍ତି ରାଜଭର।
ୟୁପିର ୮୦ଟି ଲୋକସଭା ଆସନରୁ ୨୫ଟି ଆସନରେ ରାଜଭରଙ୍କ ଦଳ ନିଜ ପ୍ରାର୍ଥୀ ଓହ୍ଲାଇବ। ଷଷ୍ଠ ଓ ସପ୍ତମ ପର୍ଯ୍ୟାୟର ଭୋଟ ବେଳେ ତାଙ୍କ ପାର୍ଟି ନିର୍ବାଚନ ଲଢିବ। ଏହାପୂର୍ବରୁ ମଧ୍ୟ ରାଜଭର ୟୁପିରେ ଏକାକୀ ନିର୍ବାଚନ ଲଢିବା କଥା କହି ସାରିଛନ୍ତି।
ରାଜଭର କହିଛନ୍ତି ଯେ ବିଜେପି ସହ ବହୁ ଆଲୋଚନା କରିବା ସତ୍ତ୍ବେ କୌଣସି ଲାଭ ମିଳି ନାହିଁ । ବିଜେପି ଆମକୁ କହୁଛି ଗୋଟିଏ ଆସନରେ ନିର୍ବାଚନ ଲଢ। ତେଣୁ ମୁଁ ନିଷ୍ପତ୍ତି ନେଇଛି, ମୋର ଦଳ ୨୫ଟି ଲୋକସଭା ଆସନରେ ନିର୍ବାଚନ ଲଢିବ।