ନୂଆଦିଲ୍ଲୀ: ନିଜର ସମ୍ପତ୍ତି ତାଲିକା ସମ୍ପର୍କରେ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟର 7 ବିଚାଚପତି । ବର୍ତ୍ତମାନ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ 31 ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି । ଜଷ୍ଟିସ ଏସଏ ବୋବଡେ, ଏନବି ରମନା, ଅରୁଣ ମିଶ୍ରା, ଏଏମ ଖାନିବଲକର ଏବଂ ଜଷ୍ଟିସ ଅଶୋକ ଭୂଷଣ ସୁପ୍ରିମକୋର୍ଟର ୱେବସାଇଟରେ ନିଜର ସମ୍ପତ୍ତି ବାବଦରେ ତଥ୍ୟ ପ୍ରଦାନ କରିଛନ୍ତି । ଏହି ତାଲିକାରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନାଁ ନାହିଁ।
2009 ମସିହାରେ ତତ୍କାଳୀନ ମୁଖ୍ୟ ବିଚାରପତି କେଜି ବାଲକୃଷ୍ଣନ୍ ଏକ ପ୍ରସ୍ତାବ ପାରିତ କରିଥିଲେ । ଏଥିରେ ସେ ବିଚାରପତିଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେ ନିଜ ସମ୍ପତ୍ତିର ହିସାବ ବ୍ୟୁରୋ କୋର୍ଟର ୱେବସାଇଟରେ ଅପଡେଟ କରିବ ଦରକାର । ଏହା ବାଧ୍ୟତାମୂଳକ ନଥିଲା । ସ୍ବଇଚ୍ଛାରେ ଏହା କରିପାରିବେ । 2009 ରେ ସୁପ୍ରିମକୋର୍ଟରେ ରହିଥିବା 51 ବିଚାରପତିଙ୍କ ମଧ୍ୟରୁ 49 ବିଚାପତିଙ୍କ ସମ୍ପତ୍ତି ହିସାବ ଉକ୍ତ ୱେବସାଇଟରେ ଉପଲବ୍ଧ ରହିଛି । ପରବର୍ତ୍ତୀ ମୁହୂର୍ତ୍ତରେ ଏହା କମି କମି ଯାଉଛି ।
ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ସର୍ବଜାନିନ କରିବା ପ୍ରସ୍ତାବ 1997 ମସିହା ମେ ମାସରେ ଜଷ୍ଟିସ ଜେଏସ ବର୍ମା ଆଣିଥିଲେ । କିନ୍ତୁ ଏହା ଏତେ ସଫଳ ହୋଇନଥିଲା ।