ETV Bharat / bharat

ଭୂତାଣୁ ଭୟ; ଦୈନିକ 500 ଯାତ୍ରୀଙ୍କୁ ଅମରନାଥ ଯାତ୍ରା ପାଇଁ ଅନୁମତି - କୋରୋନା କଟକଣା

କୋଭିଡ୍ ମହାମାରୀ ପାଇଁ କଟକଣାରେ ଆୟୋଜିତ ହେବ ଅମରନାଥ ଯାତ୍ରା। ଚଳିତ ବର୍ଷ ସୀମିତ ସଂଖ୍ୟାରେ ତୀର୍ଥ ଯାତ୍ରା ପାଇଁ ମିଳିବ ଅନୁମତି। ଏନେଇ ଜାମ୍ମୁ କାଶ୍ମୀର ପ୍ରଶାସନ ଶନିବାର ସୂଚନା ଦେଇଛନ୍ତି।

ଭୂତାଣୁ ଭୟ; ଦୈନିକ 500 ଯାତ୍ରୀଙ୍କୁ ଅମରନାଥ ଯାତ୍ରା ପାଇଁ ଅନୁମତି

author img

By

Published : Jul 5, 2020, 2:56 PM IST

ଶ୍ରୀନଗର: କୋଭିଡ୍ ମହାମାରୀ ପାଇଁ କଟକଣାରେ ଆୟୋଜିତ ହେବ ଅମରନାଥ ଯାତ୍ରା। ଚଳିତ ବର୍ଷ ସୀମିତ ସଂଖ୍ୟାରେ ତୀର୍ଥ ଯାତ୍ରା ପାଇଁ ମିଳିବ ଅନୁମତି। ଏନେଇ ଜାମ୍ମୁ କାଶ୍ମୀର ପ୍ରଶାସନ ଶନିବାର ସୂଚନା ଦେଇଛନ୍ତି।

ଦୈନିକ ମାତ୍ର 500 ଯାତ୍ରୀଙ୍କୁ ଯାତ୍ରା ପାଇଁ ସୁଯୋଗ ମିଳିବ। ଏହି ସମୟରେ ସମସ୍ତଙ୍କୁ କୋରୋନା କଟକଣା ଓ ସାମାଜିକ ଦୂରତା, ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶାବଳୀ ଅନୁପାଳନ କରିବାକୁ ପଡିବ। ପ୍ରତିବର୍ଷ ଅମରନାଥ ଯାତ୍ରା ଘାଟି ସମେତ ସମଗ୍ର ଦେଶର ତୀର୍ଥଯାତ୍ରୀଙ୍କ ପାଇଁ ବହୁତ କିଛି ମହତ୍ତ୍ବ ରଖିଥାଏ। କିନ୍ତୁ ଏହି ସମୟରେ ଯାତ୍ରୀଙ୍କ ସୁରକ୍ଷା, ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ଅମରନାଥ ଯାତ୍ରାର ସଠିକ୍ ପରିଚାଳନା ଚ୍ୟାଲେଞ୍ଜ ପାଲଟିଥାଏ।

ଭୂତାଣୁ ଭୟ; ଦୈନିକ 500 ଯାତ୍ରୀଙ୍କୁ ଅମରନାଥ ଯାତ୍ରା ପାଇଁ ଅନୁମତି
ଭୂତାଣୁ ଭୟ; ଦୈନିକ 500 ଯାତ୍ରୀଙ୍କୁ ଅମରନାଥ ଯାତ୍ରା ପାଇଁ ଅନୁମତି

ତେବେ ଚଳିତ ବର୍ଷ ଏ ସବୁ ସହ ଯୋଡି ହୋଇଯାଇଛି କୋରୋନା ଟେନସନ। ଯାତ୍ରାରେ ସମଗ୍ର ଦେଶର ତୀର୍ଥଯାତ୍ରୀ ଭାଗନେବାକୁ ଥିବାରୁ ଭୂତାଣୁ ସଂକ୍ରମଣର ଭୟ ଅଧିକ ରହିଛି। ଯେଉଁଥି ପାଇଁ ଦୈନିକ ମାତ୍ର 5 ଶହ ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ସୂଚନା ମିଳିଛି।

ଏପଟେ ଏଲଏସିରେ ଭାରତ ଚୀନ ସୀମା ବିବାଦ ଏବଂ ବାଲେଚିସ୍ତାନରେ ପାକିସ୍ତାନର ସେନା ଠୁଳ ଖବର ଆସିବା ପରେ ଅମରନାଥ ଯାତ୍ରୀଙ୍କ ସୁରକ୍ଷା ବହୁତ ଦୃଷ୍ଟି ଗୁରୁତ୍ବ ବହନ କରୁଛି। ପ୍ରକାଶ ଥାଉକି, ଗତବର୍ଷ ବଡ ଧରଣର ଆତଙ୍କୀ ହମଲା ଆଶଙ୍କା କରି ଯାତ୍ରାକୁ ଅଧାରୁ ବନ୍ଦ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.