ETV Bharat / bharat

ଦେଶରେ କେବଳ 0.33% କୋରୋନା ରୋଗୀ ଭେଣ୍ଟିଲେଟରରେ ଅଛନ୍ତି: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ - କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ବୁଧବାର କହିଛନ୍ତି ଯେ ସମୁଦାୟ କୋରୋନାଭାଇରସ୍ ରୋଗୀଙ୍କ ମଧ୍ୟରୁ କେବଳ 0.33 ପ୍ରତିଶତ ଲୋକ ଭେଣ୍ଟିଲେଟରରେ ଅଛନ୍ତି । ଯାହା ଏକ ଭଲ ଖବର ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 30, 2020, 12:47 AM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ଲଢେଇ ଜାରି ରହିଛି । ଏପରିସ୍ଥଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ବୁଧବାର କହିଛନ୍ତି ଯେ ସମୁଦାୟ କୋରୋନାଭାଇରସ୍ ରୋଗୀଙ୍କ ମଧ୍ୟରୁ କେବଳ 0.33 ପ୍ରତିଶତ ଲୋକ ଭେଣ୍ଟିଲେଟରରେ ଅଛନ୍ତି । ଯାହା ଏକ ଭଲ ଖବର ବୋଲି ସେ କହିଛନ୍ତି ।

ଲାୟନ୍ସ କ୍ଲବ ଇଣ୍ଟରନ୍ୟାସନାଲ ସହିତ ଏକ ଭିଡିଓ କନଫରେନ୍ସରେ ସେ କହିଛନ୍ତି, “କେବଳ 0.33 ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । 1.5 ପ୍ରତିଶତ ରୋଗୀ ଅମ୍ଳଜାନ ସହାୟତାରେ ଅଛନ୍ତି ଏବଂ 2.34 ପ୍ରତିଶତ ରୋଗୀ ଆଇସିୟୁରେ ଅଛନ୍ତି, ଯାହାକି ସାରା ଦେଶରେ ଦିଆଯାଉଥିବା କୋରୋନା ଚିକିତ୍ସାର ଗୁଣବତ୍ତା ପ୍ରତିଫଳିତ କରେ ବୋଲି ସେ କହିଛନ୍ତି ।

ଗତ ତିନି ଦିନରୁ ଦେଶରେ କୋରୋନା ଦ୍ବିଗୁଣିତ ହାର 11.3 ଦିନ ରହିଥିଲା । ଯଦିଓ ବିଶ୍ବରେ ମୃତ୍ୟୁ ହାର ପ୍ରାୟ 7% ରହିଛି । ଏହାସହ ଭାରତରେ ମୃତ୍ୟୁ ହାର ପ୍ରାୟ 3% ରହିଛି, ସେଥିମଧ୍ୟରୁ ପ୍ରାୟ 86% ଲୋକ ମୃତ୍ୟୁବରଣ କରୁଛନ୍ତି ଯେଉଁମାନେ କୋରୋନା ସହ ଅନ୍ୟ କୌଣସି ରୋଗରେ ମଧ୍ୟ ଆକ୍ରନ୍ତ ରହିଛନ୍ତି ।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ 288 ସରକାରୀ ଲାବୋରେଟୋରୀ 97 ଟି ବେସରକାରୀ ଲ୍ୟାବ ଚେନ ସହିତ ସଂଯୁକ୍ତ ହୋଇ ପ୍ରାୟ 16,000 ନମୁନା ସଂଗ୍ରହ କେନ୍ଦ୍ର ସହିତ କାର୍ଯ୍ୟ କରୁଛି । ଦିନକୁ ପ୍ରାୟ 60,000 ପରୀକ୍ଷା କରୁଛି । ଆସନ୍ତା କିଛି ଦିନ ମଧ୍ୟରେ ପରୀକ୍ଷା କ୍ଷମତାକୁ ଦିନକୁ 1 ଲକ୍ଷକୁ ବୃଦ୍ଧି କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେହେତୁ ଏକ ଟୀକା ବିକାଶ ପାଇଁ ଅଧିକ ସମୟ ଲାଗିବ, ତେଣୁ ଲକଡାଉନ୍ ଏବଂ ସାମାଜିକ ଦୂରତା ପ୍ରଭାବଶାଳୀ ରହିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ "ସାମାଜିକ ଟୀକା '' କୋରୋନା ଟୀକା ଭାବେ କାର୍ଯ୍ୟ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.