ETV Bharat / bharat

କୋରୋନା ମହାମାରୀ: ତୀର୍ଥଯାତ୍ରୀଙ୍କ ପାଇଁ ଅନଲାଇନରେ ପିଣ୍ଡଦାନ - ଅନଲାଇନ ପିଣ୍ଡଦାନ

କୋରୋନା ମହାମାରୀ ଯୋଗୁ ହରିଦ୍ୱାରରେ ପହଞ୍ଚିପାରିନଥିବା ତୀର୍ଥଯାତ୍ରୀଙ୍କ ପାଇଁ ହରିଦ୍ବାର ତୀର୍ଥ ପୁରୋହିତମାନେ ଅନଲାଇନ ପିଣ୍ଡଦାନ ସୁବିଧା ଆଣିଛନ୍ତି ।

ଅନଲାଇନ ପିଣ୍ଡଦାନ ସୁବିଧା ଆଣିଲା ହରିଦ୍ବାର ମନ୍ଦିର

author img

By

Published : Sep 12, 2020, 4:45 PM IST

ଡେରାଡୁନ: ଅନଲାଇନ ପିଣ୍ଡଦାନ । କଥାଟା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ପ୍ରକୃତରେ କଥାଟି ସତ । କାରଣ କୋରୋନା ମହାମାରୀ ଯୋଗୁଁ ଉତ୍ତରାଖଣ୍ଡ ହରିଦ୍ୱାରରେ ପହଞ୍ଚିପାରିନଥିବା ତୀର୍ଥଯାତ୍ରୀଙ୍କ ପାଇଁ ହରିଦ୍ବାର ତୀର୍ଥ ପୁରୋହିତମାନେ ଅନଲାଇନ ପିଣ୍ଡଦାନ ସୁବିଧା ଆଣିଛନ୍ତି ।

ବର୍ତ୍ତମାନ ଯେକୌଣସି ଭକ୍ତ ସୋସିଆଲ ମିଡିଆ ମାଧ୍ୟମରେ ଘରେ ବସି ନିଜର ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ କାର୍ଯ୍ୟ କରିପାରିବେ । ଏହି ଅନଲାଇନ ସୁବିଧା ଦ୍ବାରା ତାର୍ଥ ପୁରୋହିତ ଦ୍ବାରା ସମସ୍ତ ବିଧି ପୂର୍ବକ ପିଣ୍ଡଦାନ କରାଯାଇପାରିବ ।

ଅନଲାଇନ ପିଣ୍ଡଦାନ ସୁବିଧା ଆଣିଲା ହରିଦ୍ବାର ମନ୍ଦିର

ପିତୃପୁରୁଷଙ୍କ ଶ୍ରାଦ୍ଧ କାର୍ଯ୍ୟ କରିବା ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ତେବେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକ ପିଣ୍ଡଦାନ ପାଇଁ ହରିଦ୍ବାର ପହଞ୍ଚିଥାନ୍ତି । କିନ୍ତୁ ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ଦେଶରେ ଧାର୍ମିକ ସ୍ଥାନ ଆଦି ବନ୍ଦ ରହିଛି । ସେଥିପାଇଁ ଲୋକ ପିଣ୍ଡଦାନ ନିମନ୍ତେ କୌଣସି ଧାର୍ମିକ ସ୍ଥାନ ଯାଇପାରୁ ନାହାଁନ୍ତି । ଏଥିପାଇଁ ଭକ୍ତଙ୍କ ପାଇଁ ଚିନ୍ତା ପ୍ରକଟ କରି ହରିଦ୍ବାରରେ ଏଥର ଅନଲାଇନ ପିଣ୍ଡଦାନ ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.