ETV Bharat / bharat

ଲକଡାଉନ ପ୍ରଭାବ: ବେଙ୍ଗାଲୁରୁରେ ଚାଲିଛି ଅନଲାଇନ ଜୁଆ, 3 ଗିରଫ - ବେଙ୍ଗାଲୁରୁରେ 3 ଅନଲାଇନ ଜୁଆଡି ଗିରଫ

ବେଙ୍ଗାଲୁରୁରେ ଧରାପଡିଲେ ଅନଲାଇନ ଜୁଆଡି । ଗୁରୁବାର ବେଙ୍ଗାଲୁରୁର 3 ଅନଲାଇନ ଜୁଆଡିଙ୍କୁ ପୋଲିସ ଗିରଫ କରି 1700 ଟଙ୍କା ଜବତ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବେଙ୍ଗାଲୁରୁରେ ଚାଲିଛି ଅନଲାଇନ ଜୁଆ, 3 ଗିରଫ
ବେଙ୍ଗାଲୁରୁରେ ଚାଲିଛି ଅନଲାଇନ ଜୁଆ, 3 ଗିରଫ
author img

By

Published : May 1, 2020, 12:56 AM IST

ବେଙ୍ଗାଲୁରୁ: ଲକଡାଉନରେ ଘରେ ବସି ବସି ବିରକ୍ତ ହେଉଛନ୍ତି ଲୋକେ । ହେଲେ ଏହି ସମୟର ସଦୁପଯୋଗ ନକରି ଏପରି କିଛି ବ୍ୟକ୍ତି ଅଛନ୍ତି ଅସାମାଜିକ କାମ କରୁଛନ୍ତି । ଲକଡାଉନରେ ଏବେ କିଛି ବ୍ୟକ୍ତି ଅନଲାଇନ ମାଧ୍ୟମରେ ଜୁଆ ଖେଳିବା ଆରମ୍ଭ କରିଦେଲେଣି । ଏନେଇ ବେଙ୍ଗାଲୁରୁରେ ଧରାପଡିଛନ୍ତି 3 ଜୁଆଡି । ଗୁରୁବାର ବେଙ୍ଗାଲୁରୁର 3 ଅନଲାଇନ ଜୁଆଡିଙ୍କୁ ପୋଲିସ ଗିରଫ କରି 1700 ଟଙ୍କା ଜବତ କରିଛି ।

ଏନେଇ ପୋଲିସ ଅଧିକାରୀ ସନ୍ଦୀପ ପାଟିଲ ଟ୍ବିକ କରିଛନ୍ତି, ‘ସିସିବି ଏକ ଅନଲାଇନ ପୋକର ଗେମ ପୋର୍ଟାଲ ଗେମ ମାଧମରେ ଜୁଆ ଖେଳିବା କଥା ଜାଣିବାକୁ ପାଇଥିଲେ । ଏଥିରେ ତିନି ଜଣ ସାମିଲ ଥିଲେ । ସେମାନେ ହେଲେ ମୁନିରାଜୁ (26), ଶଙ୍କରପ୍ପା (45), ମହମ୍ମଦ ବାବରୀ (45) । ସମସ୍ତ ଅଭିଯୁକ୍ତଙ୍କୁ ବନାସବାଡିରୁ ଗିରଫ କରାଯାଇଛି ।’

ତେବେ ପୋଲିସର କହିବା କଥା ହେଲା ଗରିଫ ବେଳେ ବହୁତ କମ ରାଶି ଜବତ କରାଯାଇଛି । ଅନଲାଇନରୁ ଜୁଆ ଖେଳା ଯାଉଛି ଖବର ପାଇ ଏଥିପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କର୍ଣ୍ଣାଟକ ପୋଲିସ ଧାରା 87 ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ଲକଡାଉନ ଯୋଗୁଁ ଆଜିକାଲି ଅନେକ ଅନଲାଇନ ଜୁଆ ଖେଳୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଗୁଇନ୍ଦା ଯୋଗୁଁ ଏହାର ସୂଚନା ମିଳିବା ପରେ ତୁରନ୍ତ ପୋଲିସ ରେଡ କରୁଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.