ଜୟପୁର: ସାରା ବିଶ୍ବରେ ଜାରି ରହିଛି ମହାମାରୀ କୋରୋନାର ପ୍ରକୋପ । ଦିନକୁ ଦିନ ବଢିଚାଲିଛି ସଂକ୍ରମଣ । ଦୋକାନ ବଜାର ଠୁ ଆରମ୍ଭ କରି ହୋଟେଲ ଓ ସିନେମା ହଲ ସବୁଠି ତାଲା ଝୁଲୁଛି । ଏଥିରୁ ବର୍ତ୍ତିପାରିନାହିଁ ଶିକ୍ଷାନୁଷ୍ଠାନ । ଅନେକ ଛାତ୍ରଛାତ୍ରୀଙ୍କ ଉପରେ ପଡିଛି ଏହାର ପ୍ରଭାବ । ସ୍କୁଲ ଓ କଲେଜ କେତେବେଳେ ଖୋଲିବ ତାକୁ ନେଇ ଲାଗି ରହିଛି ଆଶା ଓ ଆଶଙ୍କା । ଏପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସାମ୍ନାରେ ଅନଲାଇନ ଶିକ୍ଷା ଏକମାତ୍ର ବିକଳ୍ପ ଭାବେ ଉଭା ହୋଇଛି ।
ମହାମାରୀ କୋରୋନା କାଳରେ ଅନଲାଇନ ଶିକ୍ଷାଦାନ ପ୍ରକ୍ରିୟାର ଦୃତ ଅଗ୍ରଗତି ହୋଇଛି । ହେଲେ ଗରିବ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କ ପାଇଁ ଏହି ଅନଲାଇନ ଶିକ୍ଷା ଯେମିତି ଏକ ବୋଝ ପାଲଟିଯାଇଛି । ଗୋଟିଏ ପଟେ ଦିନରୁ ଦୁଇବେଳା ଭଲରେ ମୁଠାଏ ଖାଇବାକୁ ମିଳୁନଥିବାବେଳେ ଅନଲାଇ ପିଲାଙ୍କୁ ଅନଲାଇନ ଶିକ୍ଷା ପାଇଁ ଉପକରଣ ଯୋଗାଇବା ବାପା ମାଙ୍କ ପକ୍ଷରେ ସମ୍ଭବ ହୋଇପାରୁନାହିଁ । ଯଦି ବି କାଁଭାଁ କିଛି ଅଭିଭାବକ ନିଜ ପିଲାଙ୍କୁ ଅନଲାଇନ ଉପକରଣ ଦେଉଛନ୍ତି, ତେବେ ଏଗୁଡିକର ବହୁଳ ବ୍ୟବହାର ସେମାନଙ୍କ ସ୍ଥ୍ବାସ୍ଥ୍ୟ ଉପରରେ ଖରାପ ପ୍ରଭାବ ପାଉଥିବା ଅଭିଯୋଗ ହେଉଛି ।
ଦେଶରେ ପାରମ୍ପରିକ ଶିକ୍ଷାର ବିକଳ୍ପ ନଥିବା ବେଳେ କୋରୋନା କାଳରେ ଏହା ସମ୍ଭବପର ହୋଇପାରୁନି । ଏପରିସ୍ଥିତିରେ ନାହିଁ ମାମୁଁ ଠୁ କଣା ମାମୁଁ ଭଳ ଭଳି ଅନଲାଇନ ଶିକ୍ଷାକୁ ଆପଣାଇବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ । ଏହା ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ଆଶାର କିରଣ ସାଜିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ