ETV Bharat / bharat

କଲବଲ କଲା ନେଟର୍ୱାକ, ଜମିର ମଞ୍ଚା ହେଲା ସାହାରା - network issues

କୋରୋନା ସମୟରେ ଅନଲାଇନରେ ପାଠ ପଢିବାକୁ ବାଧକ ସାଜିଲା ଭଲ ନେଟର୍ୱାକ । ଜମି ମଞ୍ଚାକୁ ପଢିବାକୁ ଗଲେ ଛାତ୍ର ।

ONLINE CLASSES THRES UP NETWORK ISSUES TO STUDENTS
କଲବଲ କଲା ନେଟର୍ୱକ,ଜମିର ମଞ୍ଚା ହେଲା ସାହାରା
author img

By

Published : Sep 28, 2020, 6:26 PM IST

ହାଇଦ୍ରାବାଦ: ଅନଲାଇନ ପାଠପଢାର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ପାଠପଢାରେ ନେଟର୍ୱାକ ବାଧକ ସାଜିବାରୁ ଛାତ୍ର ଜଣଙ୍କୁ ଜମିର ମଞ୍ଚାକୁ ଯିବାକୁ ପଡିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ମହାବୁବନଗର ଜିଲ୍ଲାରେ ।

ସୂଚନାଅନୁସାରେ, କୋରୋନା ମହାମାରୀ ସମୟରେ ପାଠପଢିବା ପାଇଁ ଅନଲାଇନ କେବଳ ମାଧ୍ୟମ ଥିବାବେଳେ ଭଲ ନେଟର୍ୱାକ ବାଧକ ସାଜିଛି । ତେଲେଙ୍ଗାନାର ମହାବୁବନଗର ଜିଲ୍ଲା ଅନ୍ତର୍ଗତ ଜଣେ ସପ୍ତମ ଶ୍ରେଣୀ ଛାତ୍ର ମହମୁଦ ଆଫାମ ଅନଲାଇନରେ ପାଠ ପଢିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖାଯାଇଛି । ଅନଲାଇନରେ ପଢିବା ପାଇଁ ଭଲ ନେଟର୍ୱାକ ଦରକାର, ଯାହା ମହମୁଦଙ୍କ ଘରେ ସମ୍ଭବ ହୋଇନଥିଲା । ଫଳରେ ମହମୁଦ ତାଙ୍କ ଜମିର ମଞ୍ଚାକୁ ଯାଇଥିଲେ ଅନଲାଇନରେ ପଢିବାକୁ । ଶିକ୍ଷା ବିଭାଗର ଆନଲାଇନରେ ପାଠପଢା ନିଷ୍ପତି କେତେ ସଫଳ ସ୍ପଷ୍ଟ ବାରି ହୋଇ ପଡୁଛି ।

ଗତ ମାର୍ଚ୍ଚ ମାସରୁ ଦେଶବାସୀଙ୍କୁ କଲବଲ କରୁଛି କୋରୋନା । ଲକଡାଉନ ଖୋଲିଲା ପରେ ବି ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ସମ୍ଭବ ହୋଇପାରି ନାହିଁ । ସେଥିପାଇଁ ଅନଲାଇନ କ୍ଲାସ କରି ପାଠ୍ୟକ୍ରମ ଶେଷ କରିବାକୁ ଶିକ୍ଷା ବିଭାଗ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.