ETV Bharat / bharat

ଅନଲାଇନ କ୍ଲାସରେ ଶିକ୍ଷାଦାନରେ ଉପୁଜୁଥିବା ବାଧା - ଅନଲାଇନ କ୍ଲାସ

କୋରୋନା କାରଣରୁ ଜନଜୀବନ ଏକ ପ୍ରକାର ଠପ ହୋଇ ଯାଇଥିବାବେଳେ, ଇତି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଏହା ବେଶ ପ୍ରଭାବ ପକାଇଛି । ସମ୍ପୂର୍ଣ୍ଣ ପଢନ୍ତୁ...

ଅନଲାଇନ କ୍ଲାସ ଦ୍ବାରା ଶିକ୍ଷା ଦାନରେ ଉପୁଜୁଥିବା ବାଧା

author img

By

Published : Sep 13, 2020, 7:37 PM IST

ହାଇଦ୍ରାବାଦ: ଭାରତୀୟ ଶିକ୍ଷା ବ୍ୟବସ୍ଥା ହେଉଛି ବିଶ୍ୱର ଅନ୍ୟତମ ବୃହତ୍ତମ ଶିକ୍ଷା ବ୍ୟବସ୍ଥା ଅଟେ। ଯେଉଁଥିରେ 1.5 ମିଲିୟନରୁ ଅଧିକ ବିଦ୍ୟାଳୟ, 8.5 ନିୟୁତ ଶିକ୍ଷକ ଏବଂ 250 ନିୟୁତ ପିଲା ବିଭିନ୍ନ ବର୍ଗର ଅଟନ୍ତି।

ଅନଲାଇନ କ୍ଲାସ ଦ୍ବାରା ଶିକ୍ଷା ଦାନରେ ଉପୁଜୁଥିବା ବାଧା
ଅନଲାଇନ କ୍ଲାସ ଦ୍ବାରା ଶିକ୍ଷା ଦାନରେ ଉପୁଜୁଥିବା ବାଧା

ଅନଲକ 4.0:

ସର୍ବାଧିକ ସୁରକ୍ଷା ଏବଂ ସତର୍କତାର ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡିକ ପର୍ଯ୍ୟାୟକ୍ରମେ ପୁନଃ ଖୋଲିବ।

ଏହାର ଅର୍ଥ ହେଉଛି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସମସ୍ତ ବିଭାଗ ଗୋଟିଏ ଦିନରେ ବିଦ୍ୟାଳୟରେ ଯୋଗଦେବେ ନାହିଁ ।

ମାର୍ଚ୍ଚ 3 ତାରିଖରୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି, ଯାହା ଛାତ୍ରମାନଙ୍କ ଅଧ୍ୟୟନ ଉପରେ ଖରାପ ପ୍ରଭାବ ପକାଇଛି ।

ଅନଲାଇନ କ୍ଲାସ ଆରମ୍ଭ କରିବାକୁ ସରକାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଉପଯୁକ୍ତ ବ୍ୟବସ୍ଥା ଅଭାବରୁ ସ୍ମାର୍ଟଫୋନର ଅସମାନ ଉପଲବ୍ଧତା ବିଶେଷ କରି ଗ୍ରାମାଞ୍ଚଳରେ ଏହା ପ୍ରଭାବଶାଳୀ ହୋଇପାରିଲା ନାହିଁ।

ଅଭିଭାବକମାନେ ମଧ୍ୟ ସ୍କୁଲ ଫିସରେ ରିହାତି ନମିଳିବାରୁ ପ୍ରତିବାଦ କରିଥିଲେ ।

ଅନଲାଇନ କ୍ଲାସରେ ଗୁଜୁରାଟ ପରିସ୍ଥିତି

ଏକ ସର୍ଭେ ଅନୁଯାୟୀ, ମାର୍ଚ୍ଚ 28ରେ ଗୁଜୁରାଟ ସରକାରଙ୍କ ଦ୍ବାରା ଲଞ୍ଚ ହୋଇଥିବା “ଷ୍ଟଡି ଫ୍ରମ ହୋମ” ଅଧୀନରେ ସରକାରୀ ବିଦ୍ୟାଳୟରେ ପଢୁଥିବା 3 ରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 61 ପ୍ରତିଶତ ଛାତ୍ରଛାତ୍ରୀ ପଢୁଛନ୍ତି ।

ମାର୍ଚ୍ଚ 28 ରେ ଇଂରାଜୀ, ଗଣିତ ଏବଂ ଗୁଜରାଟୀ ପାଇଁ 43.23 ଲକ୍ଷରୁ ଅଧିକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ସୋସିଆଲ ମିଡିଆ ମାଧ୍ୟମରେ 8 ସପ୍ତାହ ଶିକ୍ଷା ଅଭିଯାନ ଆରମ୍ଭ କରାଯାଇଥିଲା।

“717 ପିତାମାତାଙ୍କ ମଧ୍ୟରୁ 460 ଜଣ ଆଣ୍ଡ୍ରଏଡ ଫୋନ ବ୍ୟବହାର କରୁଥିବାବେଳେ ଅବଶିଷ୍ଟ 257 ଜଣଙ୍କର ଗୋଟିଏ ହେଲେବି ଆଣ୍ଡ୍ରଏଡ ଫୋନ ନାହିଁ, ଯାହା 35.84 ପ୍ରତିଶତ ପିତାମାତା ଅଟେ। ଯେଉଁମାନଙ୍କ ପାଖରେ ଆଣ୍ଡ୍ରଏଡ ଫୋନ ଅଛି, ସେମାନଙ୍କ ମଧ୍ୟରୁ 61 ଜଣ ଇଣ୍ଟରନେଟ ହିଁ ବ୍ୟବହାର କରନ୍ତି ନାହିଁ, ଯାହା 13.26 ପ୍ରତିଶତ ଅଟେ।

399 ଜଣଙ୍କ ମଧ୍ୟରୁ ଯେଉଁମାନେ ନିଜ ଫୋନରେ ଇଣ୍ଟରନେଟ ବ୍ୟବହାର କରନ୍ତି, ସେମାନଙ୍କ ମଧ୍ୟରୁ 315 ଜଣ ଶିକ୍ଷକଙ୍କ ଦ୍ୱାରା ହୋମୱାର୍କ ପାଇଥିବାବେଳେ 84 କିମ୍ବା 21.5 ପ୍ରତିଶତ ଲୋକ ଆସାଇନମେଣ୍ଟ ପାଇ ନାହାଁନ୍ତି।

ଅନଲାଇନ କ୍ଲାସରେ ନୂଆଦିଲ୍ଲୀ ପରିସ୍ଥିତି

ଏହି ତିନୋଟି ନାଗରିକ ସଂସ୍ଥା ମଧ୍ୟରୁ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ (ଏନଡିଏମସି) ରେ ସର୍ବାଧିକ ସଂଖ୍ୟକ ବିଦ୍ୟାଳୟ 714 ରହିଛି । ଯେଉଁଥିରେ 3.5 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ପୂର୍ବ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଇଡିଏମସି) ରେ 1.7 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଥିବା 364 ଟି ବିଦ୍ୟାଳୟ ଥିବାବେଳେ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ (SDMC) ରେ 575ଟି ସ୍କୁଲରେ ପାଖାପାଖି 2.5 ଲକ୍ଷ ପିଲା ଅଛନ୍ତି ।

ରାଜଧାନୀ ଦିଲ୍ଲୀର ସରକାରୀ ଏବଂ ମ୍ୟୁନିସିପାଲ କର୍ପୋରେସନ ସ୍କୁଲରେ ପଢୁଥିବା ଗରିବ ପରିବାରର ପ୍ରାୟ 16 ଲକ୍ଷ ପିଲା ମୋବାଇଲ, ଇଣ୍ଟରନେଟ ଏବଂ ଲାପଟପ କିମ୍ବା ଡେସ୍କଟପ ନାହିଁ ସେମାନଙ୍କର ଅଧ୍ୟୟନରେ ବାଧା ସୃଷ୍ଟି ହୋଇଛି ।

ଏକ ଆନ୍ତର୍ଜାତୀୟ ସମସ୍ୟା

ମିଳିତ ଜାତିସଂଘର ଶିକ୍ଷା ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) କହିଛି ଯେ କୋଭିଡ ସମ୍ବନ୍ଧୀୟ ସ୍କୁଲ ବନ୍ଦ ଯୋଗୁଁ ସାରା ବିଶ୍ୱରେ 154 କୋଟିରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.