ETV Bharat / bharat

'ଅନଲାଇନ କ୍ଲାସ ମାଧ୍ୟମରେ ସୃଜନଶୀଳତାକୁ ପ୍ରୋତ୍ସାହନ ଦିଆଯାଇପାରିବ ନାହିଁ '

author img

By

Published : Jun 8, 2020, 7:07 PM IST

କୋରୋନା ଭାଇରସ ମହାମାରୀ ମଧ୍ୟରେ ସ୍କୁଲ ବନ୍ଦ ହେତୁ ଅନଲାଇନ କ୍ଲାସ ବିଷୟରେ ଦେଶରେ ଏକ ବିତର୍କ ଚାଲିଛି । ଏଥିମଧ୍ୟରେ ଅନେକ ବୈଜ୍ଞାନିକ ଅଛନ୍ତି ଯେଉଁମାନେ ଅନଲାଇନ କ୍ଲାସ ସପକ୍ଷରେ ନାହାନ୍ତି । ଅଧିକ ପଢନ୍ତୁ...

'ଅନଲାଇନ କ୍ଲାସ ମାଧ୍ୟମରେ ସୃଜନଶୀଳତାକୁ ପ୍ରୋତ୍ସାହନ ଦିଆଯାଇପାରିବ ନାହିଁ '
'ଅନଲାଇନ କ୍ଲାସ ମାଧ୍ୟମରେ ସୃଜନଶୀଳତାକୁ ପ୍ରୋତ୍ସାହନ ଦିଆଯାଇପାରିବ ନାହିଁ '

ବେଙ୍ଗାଲୁରୁ: ବିଶିଷ୍ଟ ବୈଜ୍ଞାନିକ କେ କସ୍ତୁରୀରଙ୍ଗନ ​​କହିଛନ୍ତି ଯେ, ସେ ଅନଲାଇନ ଶିକ୍ଷା ସପକ୍ଷରେ ନାହାଁନ୍ତି । ଶିକ୍ଷା ପାଇଁ ପ୍ରତ୍ୟକ୍ଷ ଶାରୀରିକ ଉପସ୍ଥିତି ଏବଂ ପାରସ୍ପରିକ ମାନସିକ ସଂଯୋଗ ଗୁରୁତ୍ୱପୂର୍ଣ୍ଣ । ଏହା ପିଲାମାନଙ୍କ ମଧ୍ୟରେ ବହୁମୁଖୀତା ଏବଂ ସୃଜନଶୀଳତା ଆଣିଥାଏ । ଜାତୀୟ ଶିକ୍ଷା ନୀତି, 2019ର ଡ୍ରାଫ୍ଟ ପ୍ରସ୍ତୁତ କରୁଥିବା କମିଟିର ଅଧ୍ୟକ୍ଷ ମଧ୍ୟ ସାମ୍ନାସାମ୍ନି, ଯୋଗାଯୋଗ, ପାରସ୍ପରିକ କଥାବାର୍ତ୍ତା ଏବଂ ଭାବ ବିନିମୟର ପାରମ୍ପାରିକ ପଦ୍ଧତି ଉପରେ ଗୁରୁତ୍ୱାରୋପ କରିଥାନ୍ତି ବୋଲି କହିଛନ୍ତି କସ୍ତୁରୀରଙ୍ଗନ ।

କୋରୋନା ଭାଇରସ ମହାମାରୀ ମଧ୍ୟରେ ସ୍କୁଲ ବନ୍ଦ ହେତୁ ଅନଲାଇନ କ୍ଲାସ ବିଷୟରେ ଦେଶରେ ଏକ ବିତର୍କ ଚାଲିଛି । ସେ କହିଛନ୍ତି, ମୂଳତଃ ପିଲାମାନଙ୍କର ଶାରୀରିକ ଏବଂ ମାନସିକ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବହୁମୁଖୀତା, ସୃଜନଶୀଳତା ଏବଂ ଅନ୍ୟାନ୍ୟ ଜିନିଷ ଅନଲାଇନ ଶ୍ରେଣୀର ପିଲାମାନଙ୍କ ନିକଟକୁ କେବେବି ଆସିପାରିବ ନାହିଁ ।

କସ୍ତୁରୀରଙ୍ଗନ 1994 ରୁ 2003 ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ସଭାପତି ମଧ୍ୟ ଥିଲେ । ସେ କହିଛନ୍ତି ଯେ, ମସ୍ତିଷ୍କ ବିକାଶର 86 ପ୍ରତିଶତ 8 ବର୍ଷ ବୟସରେ ହୋଇଥାଏ ଏବଂ ପିଲାମାନଙ୍କର ପ୍ରାରମ୍ଭିକ ସମୟକୁ ଅତି ଯତ୍ନର ସହ ମୂଲ୍ୟାଙ୍କନ କରାଯିବା ଉଚିତ ଏବଂ କୌଣସି ନୂତନ ପଦ୍ଧତି ଗ୍ରହଣ କରିବା ପାଇଁ ବୈଜ୍ଞାନିକ ଆଧାରର ଆବଶ୍ୟକ ରହିଛି ।

ପଦ୍ମଶ୍ରୀ, ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣରେ ପୁରସ୍କୃତ ହୋଇସାରିଥିବା ବୈଜ୍ଞାନିକ କହିଛନ୍ତି ଯେ, 8 ବର୍ଷ ବୟସ ପର୍ଯ୍ୟନ୍ତ ମସ୍ତିଷ୍କ କ୍ରମାଗତ ଭାବରେ ବିକାଶ ହୋଇଥାଏ ଯଦି ଆପଣ ବାର୍ତ୍ତାଳାପ ମାଧ୍ୟମରେ କ୍ରମାଗତ ଭାବରେ ମସ୍ତିଷ୍କର ବିକାଶକୁ ବଢାଇବାର କାର୍ଯ୍ୟ କରିନାହାଁନ୍ତି, ତେବେ ଆପଣ ପ୍ରତ୍ୟେକ୍ଷ ଭାବେ ଆପଣ ଯୁବପୀଢିଙ୍କ ସ୍ମୃତି ଶକ୍ତି ଓ ପ୍ରସ୍ତୁତିରୁ ବଞ୍ଚିତ ହେବାକୁ ଯାଉଛନ୍ତି ।

ସେ ପୁଣି କହିଛନ୍ତି, ଏଗୁଡିକ ଏପରି ବିଷୟ ଯାହାକୁ ଅତି ଯତ୍ନର ସହ ମୂଲ୍ୟାଙ୍କନ କରାଯିବା ଆବଶ୍ୟକ । ଉଚ୍ଚଶିକ୍ଷାରେ ଅନଲାଇନ କ୍ଲାସ ବିଷୟରେ ଆମେ ଯେଉଁଭଳି ଭାବରେ କଥାବାର୍ତ୍ତା କରୁଛୁ, ଏହା ପିଲାମାନଙ୍କର ପ୍ରାରମ୍ଭିକ ପର୍ଯ୍ୟାୟରେ କାର୍ଯ୍ୟ କରିବାର ରାସ୍ତା ହୋଇପାରିବ ନାହିଁ । ସେ କହିଛନ୍ତି ଯେ, ସ୍କୁଲ ପିଲାମାନଙ୍କ ଅନଲାଇନ ଶିକ୍ଷା ପ୍ରସଙ୍ଗରେ ଅତି ଯତ୍ନର ସହ ଚିନ୍ତା କରିବା ଆବଶ୍ୟକ ରହିଛି । ବିନା କୌଣସି ବୈଜ୍ଞାନିକ ଆଧାରରେ କୌଣସି ଆଭିମୁଖ୍ୟ ଗ୍ରହଣ କରାଯିବା ଉଚିତ ନୁହେଁ ।

ଏଥି ସହିତ, ଅନ୍ୟ ପ୍ରସିଦ୍ଧ ବୈଜ୍ଞାନିକ ପ୍ରଫେସର ସିଏନଆର ରାଓ ମଧ୍ୟ ପିଲାମାନଙ୍କୁ ଅନଲାଇନ ଶିକ୍ଷା ଦେବାରେ ସହମତ ନୁହଁନ୍ତି । ସେ କହିଛନ୍ତି ଯେ ପିଲାମାନଙ୍କର ହୃଦୟ ଏବଂ ମନକୁ ଉତ୍ସାହିତ କରିବାରେ ମାନବ ହସ୍ତକ୍ଷେପ ମାଧ୍ୟମରେ ଭଲ ପାରସ୍ପରିକ କ୍ରିୟା ଗୁରୁତ୍ୱପୂର୍ଣ୍ଣ ।

ଜବାହରଲାଲ ନେହେରୁ ସେଣ୍ଟର ଫର ଆଡାଭାନ୍ସ ସାଇଣ୍ଟିଫିକ ରିସର୍ଚ ସେଣ୍ଟରର ସଭାପତି ତଥା ଲିନସ ପାଲିଙ୍ଗ ଅନୁସନ୍ଧାନ ପ୍ରଫେସର କହିଛନ୍ତି ଯେ, କେଜି, ପ୍ରଥମ ଶ୍ରେଣୀ ଏବଂ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କର ଅନଲାଇନ ଶିକ୍ଷାକୁ ରଦ୍ଦ କରାଯିବା ଉଚିତ । ସେ କହିଛନ୍ତିମୁଁ ଅନଲାଇନ ଶିକ୍ଷାକୁ ନେଇ ଉତ୍ସାହିତ ନୁହେଁ । ଆମକୁ ବ୍ୟକ୍ତିଗତ ଯୋଗାଯୋଗ ଆବଶ୍ୟକ, ଯାହାଫଳରେ ଆମେ ପିଲାମାନଙ୍କ ସହିତ ଭଲ ଯୋଗାଯୋଗ କରିପାରିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.