ETV Bharat / bharat

ମଧୁବନୀରେ ମୁଖ୍ୟମନ୍ତ୍ରୀ ନିତିଶଙ୍କୁ ଆକ୍ରମଣ, ପିଆଜ ଫିଙ୍ଗିଲେ ଯୁବକ - ମଧୁବନୀ ରାଲି

ମଧୁବନୀରେ ଏକ ଜନସଭା ସମୟରେ କିଛି ଅସାମାଜିକ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରେ କରିଛନ୍ତି ଆକ୍ରମଣ । ଅସାମାଜିକ ବ୍ୟକ୍ତି ଅଚାନକ ମୁଖ୍ୟମନ୍ତ୍ରୀଙ୍କ ଉପରେ ପିଆଜ ଓ ଇଟା ପଥର ଫିଙ୍ଗିଥିଲେ । ଅଧିକ ପଢନ୍ତୁ...

ମଧୁବନୀରେ ନିତିଶଙ୍କୁ ଆକ୍ରମଣ, ପିଆଜ ଫିଙ୍ଗିଲେ ଯୁବକ

author img

By

Published : Nov 3, 2020, 5:39 PM IST

ମଧୁବନୀ: ବିହାରରେ ଗୋଟିଏ ପକ୍ଷେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଅନ୍ୟପକ୍ଷେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜୋରସୋରରେ ଜାରି ରହିଛି ପ୍ରଚାର ଅଭିଯାନ । ଏହି ମଧ୍ୟରେ ମଧୁବନୀରେ ଏକ ଜନସଭା ସମୟରେ କିଛି ଅସାମାଜିକ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରେ କରିଛନ୍ତି ଆକ୍ରମଣ ।

ମଧୁବନୀରେ ମୁଖ୍ୟମନ୍ତ୍ରୀ ନିତିଶଙ୍କୁ ଆକ୍ରମଣ, ପିଆଜ ଫିଙ୍ଗିଲେ ଯୁବକ

ସୂଚନା ଅନୁଯାୟୀ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଆୟୋଜିତ ଜନସଭାକୁ ସମ୍ବୋଧନ କରୁଥିଲେ ମୁଖ୍ୟମନ୍ତ୍ରୀ ନିତିଶ କୁମାର । ରାଲିରେ ଉପସ୍ଥିତ କିଛି ଅସାମାଜିକ ବ୍ୟକ୍ତି ଅଚାନକ ମୁଖ୍ୟମନ୍ତ୍ରୀଙ୍କ ଉପରେ ପିଆଜ ଓ ଇଟା ପଥର ଫିଙ୍ଗିଥିଲେ ।

ତେବେ ଯେତେବେଳେ ଯୁବକ ଜଣକ ମୁଖ୍ୟମନ୍ତ୍ରୀ ନିତିଶଙ୍କ ଆଡକୁ ପିଆଜ ଫିଙ୍ଗିଥିଲେ ସେତେବେଳେ ସୁରକ୍ଷା କର୍ମୀଙ୍କୁ ସଙ୍ଗେସଙ୍ଗେ ତାକୁ କାବୁ କରିନେଇଥିଲେ । ହେଲେ ପରେ ଯୁବକ ଜଣଙ୍କୁ ମୁକ୍ତ କରିବାକୁ କହି ନିଜ ଭାଷଣ ଜାରି ରଖିଥିଲେ ନିତିଶ। ଏପରି ଅସ୍ବଭାବିକ ପରିସ୍ଥିତିରେ ମଧ୍ୟ କିଛି ସମୟ ପାଇଁ ଭାଷଣ ସ୍ଥଗିତ ରଖିଥିଲେ ସେ । ତେବେ ଏହି ସମୟ ମଧ୍ୟରେ ପଥର ଫିଙ୍ଗୁଥିବା ବ୍ୟକ୍ତି ସ୍ଲୋଗାନ ଦେଇ କହିଥିଲେ ଯେ ମଦ ଖୋଲାଖୋଲି ଭାବେ ବିକ୍ରି ହେଉଛି, ଚୋରା ଚାଲାଣ ହେଉଛି କିନ୍ତୁ ଆପଣ କିଛି କରିବାକୁ ସକ୍ଷମ ନୁହଁନ୍ତି।

ଘଟଣାକୁ ନେଇ ମଞ୍ଚ ଉପରୁ ପ୍ରତିକ୍ରିୟା ଦେଇ ନିତିଶ କହିଛନ୍ତି ଯେ ଫିଙ୍ଗ, ଆହୁରି ଫିଙ୍ଗ । ପରିସ୍ଥିତି ଶାନ୍ତ ହେବା ପରେ ସେ ବିରୋଧୀଦଳର ନେତା ତେଜସ୍ବୀ ଯାଦବ ଏବଂ ଆରଜେଡି ଉପରେ ବର୍ଷିଥିଲେ । ନିତିଶ ଆରଜେଡିକୁ ଟାର୍ଗେଟ କରି କହିଛନ୍ତି, ତାଙ୍କ ଶାସନ କାଳରେ ଯିଏ ମାତ୍ର 95,000 ନିଯୁକ୍ତି ଦେଇଥିଲେ, ଆଜି ସେମାନେ 10 ଲକ୍ଷ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ବୋଲି କହିଛନ୍ତି ନିତିଶ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.