ETV Bharat / bharat

ପିଆଜ କିଲୋ ₹60 - ଲୋକଙ୍କୁ ମହାଙ୍ଗା ପିଆଜ

ଅଚାନକ ପିଆଜର ଦର ବୃଦ୍ଧି ପୁଣିଥରେ ଲୋକଙ୍କୁ କନ୍ଦାଉଛି। ମାର୍କେଟରେ ଏହାର କିଲୋ ପିଛା ଦର 55 ପାର ହୋଇ 60 ଟଙ୍କାରେ ପହଞ୍ଚିଛି।

ଡିଜାଇନ ଫଟୋ
author img

By

Published : Sep 20, 2019, 3:11 PM IST

ନୂଆଦିଲ୍ଲୀ: ଖାଇବା ଥାଳିରେ ପିଆଜ,ଏବେ ଲୋକଙ୍କୁ ପାଇଁ ମହଙ୍ଗା ହେବାକୁ ଯାଉଛି । ସେ ଗରିବ ହେଉ କି ଧନୀ ରୋଷେଇ ଘରେ ଏକ ନିଶ୍ଚିତ ଆବଶ୍ୟକତା ହେଉଛି ପିଆଜ । ଅଚାନକ ଏହାର ଦରବୃଦ୍ଧି ପୁଣିଥରେ ଲୋକଙ୍କୁ କନ୍ଦାଇଛି । ମାର୍କେଟରେ ପିଆଜ ଦର କିଲୋ ପିଛା 55 ପାର 60 ଟଙ୍କା ଛୁଇଁଛି।

ଦେଶର ସବୁଠୁ ବଡ ବଜାର କୁହାଯାଉଥିବା ଲାସଲଗାଁଓ ଏପିଏମସିରେ ପିଆଜ କ୍ବିଣ୍ଟାଲ ପିଛା 1 ହଜାର ଟଙ୍କା ଛୁଇଁବା ପରେ ଏହାର ଦର ଏଭଳି ଅଚାନକ ବୃଦ୍ଧି ପାଇଥିବା ଜଣାପଡିଛି । ତେବେ ପ୍ରତି ଦୁଇ ବର୍ଷ ବ୍ୟବଧାନରେ ଖାଉଟିଙ୍କୁ ଏମିତି କନ୍ଦାଇ ଆସିଛି ପିଆଜ । ହେଲେ ଚାରିବର୍ଷରେ ପ୍ରଥମଥର ଏଭଳି ପିଆଜର ଦରବୃଦ୍ଧି ସର୍ବାଧିକ ହୋଇଛି । 2015 ମସିହାରେ ପିଆଜ ଏଭଳି ଲୋକଙ୍କୁ କନ୍ଦାଇଥିଲା।

2015 ମସିହା ସେମ୍ବମ୍ବର 16ରେ ପିଆଜର ବଜାର ମୂଲ୍ୟ କ୍ବିଣ୍ଟାଲ ପିଛା 4 ହଜାର 500 ଥିଲା । ଆଉ ସେହିବର୍ଷ 22 ଅଗଷ୍ଟରେ ଦେଶର ଇତିହାସରେ ପିଆଜ ଚଢା ଦରରେ ବିକ୍ରି କରାଯାଉଥିବା ଦେଖାଯାଇଥିଲା । ଆପଣଙ୍କ ଖାଇବା ଥାଳିର ସ୍ବାଦ ବଢାଉଥିବା ପିଆଜର ଦାମ କ୍ବିଣ୍ଟାଲ ପିଛା 5,700 ଟଙ୍କାକୁ ଛୁଇଁଥିଲା।

ପିଆଜର ଦର ବୃଦ୍ଧି ଦେଖି ଦେଶର ରାଜଧାନୀବାସୀ ଚିନ୍ତା ପ୍ରକଟ କରି ଥିବାବେଳେ ଆନ୍ଧ୍ର ଓ କର୍ଣ୍ଣାଟକରେ ଲଗାଣ ବର୍ଷା ଯୋଗୁଁ ନୂଆ ଉତ୍ପାଦନ ହୋଇଥିବା ପିଆଜ ମଣ୍ଡିଯାଏ ପହଞ୍ଚି ପାରୁନି । ମହାରାଷ୍ଟ୍ର, ରାଜସ୍ଥାନ ଓ ମଧ୍ୟପ୍ରଦେଶର ଚାଷୀଙ୍କ ପାଖରେ ପୂର୍ବରୁ ଯାହା ଗଚ୍ଛିତ ଥିଲା, ସେହି ପିଆଜ ମଣ୍ଡିକୁ ଆସୁଛି । ଏଥିପାଇଁ ପିଆଜର ଦର ବିଗତ କିଛି ଦିନ ହେବ ବଢିବାରେ ଲାଗିଛି।

ତେବେ ଆଜାତପୁର ମଣ୍ଡିରେ ଗୁରୁବାର ପିଆଜର ହୋଲସେଲ ମୂଲ୍ୟ 35 ରୁ 45 ଟଙ୍କା କିଲୋ ପିଛା ଥିବାବେଳେ ଏଥିରେ 5ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀର ଲୋକାଲ ମାର୍କେଟରେ ପିଆଜ କିଲୋ ପିଛା 55ରୁ 60 ଟଙ୍କା ରହିଛି।

କିନ୍ତୁ ଏବେ ପିଆଜ ଦାମ ଶୁଣିଲେ ଆପଣା ଛାଏଁ ଆଖିରେ ଲୁହ ଝରି ଆସୁଛି । ବଜାରରୁ ପିଆଜ କିଣିବା ପୂର୍ବରୁ ହଜାରେ ଥର ଭାବୁଛନ୍ତି ଗ୍ରାହକ । ଅଚାନକ ଏଭଳି ଦରବୃଦ୍ଧି ଯୋଗୁଁ ଗ୍ରାହକଙ୍କ ଉପରେ ଚଡ଼କ ପଡିଛି।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.