ଜୟପୁର: ରାଜସ୍ଥାନ ସ୍ଥିତ ଜୟପୁର ଜିଲ୍ଲାରେରହିଛି ଏକ ଅଲୌକିକ ମନ୍ଦିର । ଯେଉଁଠି ଦେବୀ ମା' ଅଗ୍ନି ସ୍ନାନ କରିଥାନ୍ତି । ଏହି ମନ୍ଦିର ଜୟପୁର ଠାରୁ ପ୍ରାୟ 60 କିମି ଦୂର କୁରାବଡ ରୋଡରେ ଇଡାଣାମାତା ମନ୍ଦିର ନାଁରେ ପ୍ରସିଦ୍ଧ ଅଟେ । ଏହି ମନ୍ଦିର କେବଳ ଦେଶରେ ନୁହଁ ସମଗ୍ର ଦୁନିଆରେ ପ୍ରସିଦ୍ଧ ଅଟେ। ମେବାଡର ଶକ୍ତିପୀଠ ମଧ୍ୟରୁ ଇଡାଣାମାତା ମନ୍ଦିର ମଧ୍ୟ ଗୋଟିଏ ।
ସୂଚନାନୂସାରେ, ଏହା ଦେଶର ଏକମାତ୍ର ମନ୍ଦିର ଅଟେ ଯେଉଁଠି ଦେବୀ ମା' ଅଗ୍ନି ସ୍ନାନ କରିଥାନ୍ତି । ସମସ୍ତ ମନୋକାମନା ପୂର୍ଣ୍ଣ କରୁଥିବା ଇଡାଣାମାତାଙ୍କୁ ମେବଲ ମହାରାଣୀ ବେଲି ମଧ୍ୟ କୁହାଯାଇଥାଏ । ପୌରାଣିକ ତତ୍ତ୍ବ ହିସାବରେ ଇଡାଣାମାତା ଏକ ବରଗଛ ତଳେ ପ୍ରକଟ ହୋଇଥିଲେ । ମଧ୍ୟରାତ୍ରୀରେ ଉକ୍ତ ରାସ୍ତା ଦେଇ ଏକ ସନ୍ଥ ଯାଉଥିବାବେଳେ ମା' ତାଙ୍କୁ ଏକ କନ୍ୟା ରୂପରେ ଦର୍ଶନ ଦେଇଥିଲେ ଆଉ ଉକ୍ତ ସ୍ଥାନରେ ରହିବାକୁ ଅନୁରୋଧ କରିଥିଲେ । ସନ୍ଥ ଜଣଙ୍କ ଭକ୍ତି-ଆରଧାନା ଆରମ୍ଭ କରିବା ଆରମ୍ଭ କରିଦେବାରୁ କିଛି ଦିନର ବ୍ୟବଧାନରେ ଏଠାରେ ଚମତ୍କାର ହେବାରେ ଲାଗିଲା ।
କୁହାଯାଏଯେ, ମାତାଙ୍କ ଚମତ୍କାର ଯୋଗୁଁ ଅନ୍ଧ ତାର ଦୃଷ୍ଟି ଶକ୍ତି ଫେରିପାଇଥାଏ । ଆଉ ମୁକ କଥା କହିପାରୁଥିବାବେଳେ ନିଃସନ୍ତାନ ସନ୍ତାନ ପ୍ରାପ୍ତ ହୋଇଥାଏ । ଯିଏ ଭକ୍ତିର ସହ ପ୍ରାର୍ଥନା କରିଥାଏ ମା' ତାର ସମସ୍ତ ମନୋକାମନା ପୁରଣ କରିଥାନ୍ତି । ଏହିଭଳି ଭାବେ ଧିରେ ଧିରେ ରାଜସ୍ଥାନ ସହ ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ରସହ କୋଣ ଅନୁକୋଣରେ ମା' ଇଡାଣାଙ୍କର ମହିମା ପ୍ରଚାର ପ୍ରସାର ହେବାରେ ଲାଗିଲା । ତେବେ ଇଡାଣାମାତାଙ୍କର ଅଗ୍ନି ସ୍ନାନ କରିବା ଦୃଶ୍ୟ ଅତି ରୋଚକ ଅଟେ ।
ସୂଚନାନୂସାରେ, ମାତାଙ୍କୁ ଚୁନରୀ ଓ ଅନ୍ୟ ବସ୍ତ୍ର ଲାଗି କରାଯାଇଥାଏ । ଆଉ ଦେବୀ ମା'ଙ୍କ ଉପରେ ଏହାର ଭାର ଅଧିକ ହୋଇଗଲେ ମା' ଅଗ୍ନି ସ୍ନାନ କରିଥାନ୍ତି । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥାହେଲାଯେ, ଏହି ସ୍ନାନ କରିବା ସମୟରେ ମା' ଙ୍କର ସମସ୍ତ ବସ୍ତ୍ର ଚୁନରୀ ନିଆଁରେ ଜଳିଯାଇଥାଏ କିନ୍ତୁ ମା' ଙ୍କର ପ୍ରତିମୂର୍ତ୍ତି ଆଉ ଅଖଣ୍ଡ ଦୀପର କୌଣସି କ୍ଷତି ହୋଇନଥାଏ । ତେବେ ଚିତି ଦର୍ଶନ ଆଗରୁ କେବଳ ରବିବାର ଦିନ ହେଉଥିବାବେଳେ ଏବେ କେବଳ ଭାଗ୍ୟବାନଙ୍କୁ ହିଁ ଏହି ଦର୍ଶନ ଲାଭ କରିବାର ମିଳିଥାଏ । ଆଉ ଏହା ଲାଭ କରିବାପରେ ସମସ୍ତ ମନୋକାମନା ପୂରା ହୋଇଥାଏ ।
ଦେବୀ ମା' କୌଣସି ମନ୍ଦିରରେ ନାହାନ୍ତି କିମ୍ବା ତାଙ୍କ ଉପରେ କୌଣସି ଛାତ ମଧ୍ୟ ନାହିଁ । ସେ ଏକ ବରଗଛ ତଳେ ବିରାଜିଛନ୍ତି । କିନ୍ତୁ ତାଙ୍କ ଚତୁଃପାର୍ଶରେ ଧର୍ମଶାଳା ସହ ଟ୍ରଷ୍ଟ ମଧ୍ୟ ରହିଛି । ଏଠାରେ ପ୍ରତିରବିବାର ମେଳା ଲାଗିଥାଏ । ନବରାତ୍ରୀ ପାଇଁ 9 ଦିନ ଧରି ଏଠାରେ ଯକ୍ଷର ମଧ୍ୟ ଆୟୋଜନ କରାଯାଇଥାଏ । ଯାହାକୁ ଦେଖିବା ସହ ମା' ଙ୍କର ଅପାର କୃପା ଲାଭ କରିବାକୁ ଦୂରଦୂରନ୍ତାରୁ ଅନେକ ଭକ୍ତଙ୍କ ସୁଅ ଛୁଟିଥାଏ ।