ETV Bharat / bharat

ଏକତରଫା ପ୍ରେମ ନେଲା ମହିଳାଙ୍କ ଜୀବନ, ଦେଖନ୍ତୁ ଭିଡିଓ - One-sided love has killed a woman

ଏକତରଫା ପ୍ରେମ ନେଲା ମହିଳାଙ୍କ ଜୀବନ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଛତିଶଗଡ କୋରବା ଜିଲ୍ଲାରେ । ଅଧିକ ପଢନ୍ତୁ...

one-sided-love-has-killed-a-woman
ଏକତରଫା ପ୍ରେମ ନେଲା ମହିଳାଙ୍କ ଜୀବନ
author img

By

Published : Dec 9, 2019, 6:49 AM IST

Updated : Dec 9, 2019, 1:26 PM IST

ରାୟପୁର: ଏକତରଫା ପ୍ରେମ ନେଲା ମହିଳାଙ୍କ ଜୀବନ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଛତିଶଗଡ କୋରବା ଜିଲ୍ଲାରେ । ମୃତ ମହିଳାଙ୍କ ନାମ ନନ୍ଦିନୀ ବୋଲି ଜଣାପଡିଥିବାବେଳେ ଅଭିଯୁକ୍ତ ଯୁବକର ନାମ ଇନ୍ଦ୍ରପାଲ ଟୋଣ୍ଡେ ବୋଲି ଜଣାପଡିଛି ।

ଏକତରଫା ପ୍ରେମ ନେଲା ମହିଳାଙ୍କ ଜୀବନ, ଦେଖନ୍ତୁ ଭିଡିଓ

ସୂଚନାନୁସାରେ, ଅଭିଯୁକ୍ତ ଇନ୍ଦ୍ରପାଲ ନନ୍ଦୀନଙ୍କର ଏକ ଆପତ୍ତିଜନକ ଭିଡିଓ କରିଥିଲେ । ଆଇଟି ଆକ୍ଟ ମାମଲାରେ ନନ୍ଦିନୀ ସିଏସଇବି ଚୌକୀରେ ଇନ୍ଦ୍ରପାଲ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ଘଟଣାରେ ଅଭିଯୁକ୍ତକୁ ଜେଲ ମଧ୍ୟ ହୋଇଥିଲା । ମାତ୍ର ଜେଲରୁ ମୁକୁଳିବା ପରେ ଅଭିଯୁକ୍ତ ଜଣଙ୍କ ନନ୍ଦିନୀଙ୍କ ଉପରକୁ ବିଚ୍ ରାସ୍ତାରେ ଆକ୍ରମଣ କରିଥିଲା । ନନ୍ଦିନୀର ମୁହଁ ଓ ବେକକୁ ଅତି ନିର୍ମମ ଭାବରେ 20ରୁ ଅଧିକ ଥର ଆକ୍ରମଣ କରିଥିଲା । ଫଳରେ ନନ୍ଦିନୀ ଘଟଣାସ୍ଥଳରେ ଗୁରୁତର ହୋଇଥିଲା । ତେବେ ଯୁବକଙ୍କ ଏହି ଉନ୍ମତ୍ତକାଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ବେଶ କିଛି ଦିନ ଧରି ଭାଇରାଲ ହୋଇଥିଲା । ତେବେ ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଅଭିଯୁକ୍ତକୁ ନିର୍ଧୁମ ମାଡ ମାରିବା ସହ ତାକୁ ପୋଲିସରେ ଦେଇଥିଲେ ।

ଏହାସହିତ ଗୁରୁତର ନନ୍ଦିନୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ମାତ୍ର ଶନିବାର ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ସିମ୍ସରେ ଭର୍ତ୍ତି କରାଯାଇଥିଲା । ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ମହିଳା ଜଣଙ୍କ ନିଜ ସ୍ବାମୀଙ୍କୁ ଛାଡି ଏକୁଟିଆ ରହୁଥିବା ବେଳେ ଅଭିଯୁକ୍ତ ଯୁବକ ଜଣଙ୍କ ମଧ୍ୟ ସେହି ବସ୍ତିରେ ରହୁଥିଲା ।

ପୂର୍ବରୁ ପୋଲିସ ଯୁବକ ବିରୋଧରେ ଧାରା 307ରେ ମାମଲା ରୁଜୁ କରିଥିବା ବେଳେ ଏବେ ତା' ନାଁରେ ହତ୍ୟାର ଧାରା ମଧ୍ୟ ଯୋଡାଯିବ ବୋଲି କହିଛି । ଅଭିଯୁକ୍ତ ଜଣଙ୍କ ପୋଲିସ ହେପାଜତରେ ଥିବା ଜଣାପଡିଛି ।

Intro:Body:

live

Conclusion:
Last Updated : Dec 9, 2019, 1:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.