ETV Bharat / bharat

ପୋଲିସ କର୍ମଚାରୀଙ୍କୁ ବାରାକରେ ହତ୍ୟା କଲେ ସହକର୍ମୀ, କାରଣ ଅସ୍ପଷ୍ଟ

author img

By

Published : Aug 11, 2020, 11:05 AM IST

ପୋଲିସ କର୍ମଚାରୀଙ୍କୁ ବାରାକରେ ହତ୍ୟା କଲେ ସହକର୍ମୀ । ହତ୍ୟାର କାରଣ ଅସ୍ପଷ୍ଟ । ଅଭିଯୁକ୍ତକୁ ହେପାଜତକୁ ନେଲେ ଏସଡିପିଓ । ଅଧିକ ପଢନ୍ତୁ....

One policeman killed by ax in Ghatshila jail barrack
ପୋଲିସ କର୍ମଚାରୀଙ୍କୁ ବାରାକରେ ହତ୍ୟା କଲେ ସହକର୍ମୀ, କାରଣ ଅସ୍ପଷ୍ଟ

ରାଞ୍ଚି: ପୋଲିସ କର୍ମଚାରୀଙ୍କୁ ବାରାକରେ ହତ୍ୟା । ଝାଡଖଣ୍ତର ଘଟସିଲା ପୋଲିସ ବାରକରେ ନିଜ ସହକର୍ମୀଙ୍କୁ ହତ୍ୟା କରିଛନ୍ତି ଆଉ ଜଣେ ପୋଲିସ କର୍ମଚାରୀ । ହତ୍ୟାକାଣ୍ତ ଘଟାଇଥିବା ଏଭିଯୁକ୍ତକୁ ପୋଲିସ ହେପାଜତକୁ ନେଇଛି । ସୂଚନା ଅନୁସାରେ, କୈଣସି ଏକ ଘଟଣାକୁ ନେଇ ମନୀଷ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ପ୍ରଥମେ ବଚଷା ଓ ପରେ ଝଗଡା ହୋଇଥିଲା । ଆଉ ଏହା ଉଗ୍ରରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମନୀଷ କୁରାଢିରେ ଧର୍ମେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଧର୍ମେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ତେବେ, ଧର୍ମେନ୍ଦ୍ରଙ୍କୁ ବଞ୍ଚାଇବା ପାଇଁ ଆସିଥିବା ଉପେନ୍ଦ୍ର କୁମାର ସିଂ ମଧ୍ୟ ଆହତ ହୋଇଥିଲେ ।

ଫଳରେ ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ଏମଜିଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପରେ ସ୍ଥାନୀୟ ମେଡିକାଲରେ ରଖାଯାଇଛି । ତେବେ,ହତ୍ୟାକାଣ୍ତ ଘଟାଇଥିବା ଅଭିଯୁକ୍ତକୁ ଏସଡିପିଓ ହେପାଜତକୁ ନେବା ସହ ପଚାରାଉଚରା କରଯାଉଛି । ତେବେ, ହତ୍ୟାକାଣ୍ତର କାରଣ ଏବେବି ଅସ୍ପଷ୍ଟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.