ETV Bharat / state

ଶଙ୍ଖଭବନରେ ପଶିଲା ବିଜେଡି କଳି, ନବୀନଙ୍କ ସାମ୍ନାରେ ଭଦ୍ରକ ନେତା ମୁହାଁମୁହିଁ - Infighting In Bhadrak BJD

author img

By ETV Bharat Odisha Team

Published : 2 hours ago

Infighting In Bhadrak BJD: ଶଙ୍ଖ ଭବନରେ ପଶିଲା ବିଜେଡି କଳି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସାମ୍ନାରେ ମୁହାଁମୁହିଁ ଭଦ୍ରକ ନେତା । ପ୍ରଥମେ ଭୁବନେଶ୍ବର ଆଉ ଭଦ୍ରକ ବିଜେଡିର ଅସନ୍ତୋଷ ସାମ୍ନାକୁ ଆସିଛି । ପଢନ୍ତୁ ପୂରା ଖବର

ଶଙ୍ଖଭବନରେ ପଶିଲା କଳି
ଶଙ୍ଖଭବନରେ ପଶିଲା କଳି (ETV Bharat Odisha)

ଭୁବନେଶ୍ବର: ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡିରେ ଥିବା ଅସନ୍ତୋଷ ସାମ୍ନାକୁ ଆସିବାରେ ଲାଗିଛି । ଭୁବନେଶ୍ବରର ପରେ ଭଦ୍ରକ ଜିଲ୍ଲାର କଳି ଶଙ୍ଖ ଭବନରେ ପହଞ୍ଚିଛି । ଶଙ୍ଖ ଭବନରେ ବିଜେଡି ନବୀନ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ଦୁଇ ଜଣ ପୂର୍ବତନ ବିଧାୟକ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଥିବା ଅସନ୍ତୋଷ ଦୂର କରିବା ହସ୍ତକ୍ଷେପ କରିଛନ୍ତି ଦଳର ବରିଷ୍ଠ ନେତା ।

ନବୀନଙ୍କ ସାମ୍ନାରେ କଳି !

ଶଙ୍ଖଭବନରେ ପଶିଲା ବିଜେଡି କଳି (ETV Bharat Odisha)

ବିଜେଡି କଳି ଦିନକୁ ଦିନ ବଢିବାରେ ଲାଗିଛି । ଦଳ ଭିତରେ ଥିବା ବିଶୃଙ୍ଖଳା ଦାଣ୍ଡରେ ପଡି ହାଟରେ ଗଡ଼ିବାରେ ଲାଗିଛି । ଭୁବନେଶ୍ବର ପରେ ଭଦ୍ରକ ଜିଲ୍ଲା ବିଜେଡ଼ିରେ ଗୋଷ୍ଠୀ କନ୍ଦଳ । ଏହି କଳି ଭଦ୍ରକ ଡେଇଁ ଆଜି ଆଜି ଶଙ୍ଖ ଭବନରେ ପହଞ୍ଚିଛି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତ ଥିବାବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ମୁହାଁମୁହିଁ ହୋଇଛନ୍ତି ବିଜେଡିର ଦୁଇ ପୂର୍ବତନ ବିଧାୟକ । ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଆଜି ଶଙ୍ଖ ଭବନରେ କଥା କଟାକଟି ହୋଇଛନ୍ତି । କଥା ହାତାହାତି ପର୍ଯ୍ୟନ୍ତ ମଧ୍ୟ ଯାଇଛି । ରାଗ ତମତମ ହୋଇ ବିଷ୍ଣୁବ୍ରତ ଶଙ୍ଖ ଭବନର ଉପର ମହଲାରୁ ତଳକୁ ଚାଲିଆସିଥିଲେ । ତାଙ୍କୁ ବୁଝାଶୁଝା କରିବାକୁ ଆସିଥିଲେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ । ଦୀର୍ଘ ସମୟ ବୁଝାସୁଝା ପରେ ବିଷ୍ଣୁବ୍ରତଙ୍କୁ ଉପରକୁ ନେଇଥିଲେ ସଞ୍ଜୀବ ।

ପଦାରେ ପଡିଲା ଭଦ୍ରକ କନ୍ଦଳ:

ଶଙ୍ଖଭବନରେ ପଶିଲା କଳି
ଶଙ୍ଖଭବନରେ ପଶିଲା କଳି (ETV Bharat Odisha)

ସେପଟେ ସୂଚନା ପାଇ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ପହଁଚି ବିଷ୍ଣୁବ୍ରତଙ୍କୁ ଉପର ମହଲାକୁ ନେଇ ଆଲୋଚନା କରିଛନ୍ତି । ବିଷ୍ଣୁବ୍ରତ ରାଉତରାୟ ଓ ତାଙ୍କ ସମର୍ଥନଙ୍କ ଅଭିଯୋଗ ହେଉଛି ମୁକ୍ତିକାନ୍ତ ମଣ୍ଡଳ ଷଡ଼ଯନ୍ତ୍ର କରି ହରାଇଛନ୍ତି । ବିଜେଡିରୁ ବିଦା ହୋଇ ବିଜେପି ଯାଇଥିଲେ ବାଣୀକଲ୍ୟାଣ ମହାପାତ୍ର । ସାଧାରଣ ନିର୍ବାଚନରେ ବାଣୀଙ୍କୁ ବାସୁଦେବପୁରର ବିଧାୟକ ପ୍ରାର୍ଥୀ କରିଥିଲା ବିଜେପି । ବାସୁଦେବପୁରରୁ ବିଜେଡି ଟିକେଟ ଆଶାୟୀ ଥିଲେ ମୁକ୍ତିକାନ୍ତ । କିନ୍ତୁ ରାଉତରାୟ ପରିବାରର ପାରମ୍ପରିକ ଆସନରୁ ବିଷ୍ଣୁବ୍ରତଙ୍କୁ ବିଜେଡି ଦେଇଥିଲା ଟିକେଟ । ତେଣୁ ବାଣୀକଲ୍ୟାଣଙ୍କୁ ମୁକ୍ତିକାନ୍ତ ଭିତିରିଆ ସମର୍ଥନ କରିଥିଲେ ବୋଲି ବିଷ୍ଣୁବ୍ରତ ଓ ତାଙ୍କ ସମର୍ଥନଙ୍କ ଅଭିଯୋଗ । ଫଳରେ ବିଜେଡିର ପାରମ୍ପରିକ ଭୋଟ ବିକ୍ଷିପ୍ତ ହୋଇଥିଲା । ଯାହା ଫାଇଦା ଉଠାଇଥିଲେ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ । ଯାହାକୁ ନେଇ ଭଦ୍ରକ ବିଜେଡ଼ିରେ ବିବାଦ ଲାଗି ରହିଛି । ଆଜି ନବୀନ ଭଦ୍ରକ ଜିଲ୍ଲା ସଂଗଠନ ସମୀକ୍ଷା କରିବା ଲାଗି ଡାକିଥିଲେ । ନେତାଙ୍କ ଠାରୁ ବିଭିନ୍ନ ଫିଡ଼ବ୍ୟାକ ନେଇଥିଲେ । ନବୀନଙ୍କ ସମୀକ୍ଷା ବୈଠକ ପରେ ଏହି ପରିସ୍ଥିତି ଉପୁଜିଥିଲା । ସେହି ସମୟରେ ନବୀନ ସୋନପୁର ଜିଲ୍ଲାର ସମୀକ୍ଷା କରୁଥିଲେ ।

‘ପାନରୁ ଚୂନ ଖସିଗଲେ, ବିଶୃଙ୍ଖଳା...’

ଶଙ୍ଖଭବନରେ ପଶିଲା କଳି
ଶଙ୍ଖଭବନରେ ପଶିଲା କଳି (ETV Bharat Odisha)

ଏନେଇ ବିଜେଡିର ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ସଭାପତିଙ୍କ ପାଖରେ ମତବିନିମୟ ସମୟରେ ବିଶୃଙ୍ଖଳା ହୋଇନାହିଁ । ବିଜେଡି ଏକ ବିଶାଳ ଦଳ । ପାନରୁ ଚୂନ ଖସିଗଲେ, ବିଶୃଙ୍ଖଳା ବୋଲି କହିଲେ କେମିତି ହେବ । ପରିବାର ଭିତରେ ଏମିତି ହୁଏ । ବିଜେଡି ଏକ ଗଣତାନ୍ତ୍ରିକ ଦଳ । ଯିଏ ଯେଉଁ ପ୍ରସଙ୍ଗ ଉଠାଇଯାଇଛି, ବିଜେଡି ସଭାପତି ଶୁଣିଛନ୍ତି ।"

‘ମୋତେ ବିରୋଧ ହୋଇନି’

ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କହିଛନ୍ତି, "ମୋତେ କିଛି ବିରୋଧ କରାଯାଇନାହିଁ । ଏହା ଦଳର ଆଭ୍ୟନ୍ତରୀଣ କଥା । ଭଦ୍ରକ ଜିଲ୍ଲାର ସଂଗଠନ ସୁଦୃଢ ରହିଛି । ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ହେବ । ସଦସ୍ୟ ସଂଗ୍ରହ କରାଯିବ ।

Infighting In Bhadrak BJD
Infighting In Bhadrak BJD (ETV Bharat Odisha)

‘ଆଲୋଚନା ବସିଲେ ବିଭିନ୍ନ କଥା ଆସେ’

ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ କହିଛନ୍ତି, "ସେମିତି କିଛି ହୋଇନାହିଁ । ଆଲୋଚନାରେ ବସିଲେ ବିଭିନ୍ନ କଥା ଆସେ । ଆଗାମୀ ପଦକ୍ଷେପ ଲାଗି ମତ ନିଆଯାଇଛି । କୌଣସି ବିରୋଧ ହୋଇନଥିଲା । ପରାଜୟର କାରଣ ନେତା ମାନେ କହିଛନ୍ତି । ’

ଏହା ମଧ୍ୟ ପଢନ୍ତୁ:

ଭୁବନେଶ୍ୱର ବିଜେଡିରେ ବଡ଼ ହଲଚଲ ! ୪ ନେତାଙ୍କୁ କାରଣ ଦର୍ଶାଅ ନୋଟିସ, ପୁରୀରେ ୩୦ କର୍ପୋରେଟର

କର୍ପୋରେଟର କଳି, ମେୟର କହିଲେ ‘ତାଳ ପଡ଼ିବାକୁ କାଉ ରଡ଼ିବା’

ମୋହନଙ୍କୁ ନବୀନଙ୍କ ଟାର୍ଗେଟ, 'ସରକାରଙ୍କ ବିଫଳତା ଓ ବିଜେପିର ମିଛକୁ ନେଇ ସଚେତନ କରିବ ବିଜେଡି'

ନବୀନଙ୍କୁ ମୋହନଙ୍କ ବାଣ: ‘ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.