ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ସୀମାରେ ଯବାନ କରୁଛନ୍ତି ସଙ୍ଘର୍ଷ । ସେ ପୁଣି ବରଫାବୃତ୍ତ ପାହାଡ ସିଆଚେନରେ । ପାଖରେ ଖାଦ୍ୟ ଥାଇ ଖାଇ ପାରୁ ନାହାଁନ୍ତି ଓ ପାଣି ଥାଇ ବି ପିଇ ପାରୁନାହାଁନ୍ତି । ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ ହାତୁଡିରେ ଅଣ୍ଡା ଭାଙ୍ଗିଲେ ବି ଭାଙ୍ଗୁନି । ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ 3 ଜଣ ଯବାନ କିଛି ଅଣ୍ଡା ଓ ପରିବାକୁ ପିଟୁଥିବା ଦେଖିବାକୁ ମିଳୁଛି ।
ସେହିପରି ଜୁସ ବୋତଲ ପାଲଟି ଯାଉଛି ବରଫ । ପରିବା ପାଲଟି ଯାଉଛି ପଥର । ଏହାକୁ କାଟିଲେ ମଧ୍ୟ କାଟି ହେଉନି । ତେବେ ଏହି ଭିଡିଓଟି ଜଣେ ଯବାନମାନଙ୍କ ଦ୍ବାରା ସେୟାର କରାଯାଇଛି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି ତିନିଜଣ ଯବାନ ଅଣ୍ଡା ଓ ପରିବାକୁ ହାତୁଡିରେ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଏମିତିକି ଜଣେ ଯବାନ ଅଣ୍ଡାକୁ ଏକ ବଡ ପଥର ଉପରକୁ ଫିଙ୍ଗୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଅଣ୍ଡାର କିଛି ବି ହେଉ ନାହିଁ । ଆଉ ଠିକ ଏତିକିବେଳେ ଏକ ଯବାନ କୌତୁକରେ କହୁଛନ୍ତି ଯେ ଏମିତି ଅଣ୍ଡା ଗ୍ଲାସିୟରରେ ଦେଖିବାକୁ ମିଳେ ।
ଆଉ ସମସ୍ତେ ଏହା ଶୁଣି ହସିବାକୁ ଲାଗୁଛନ୍ତି । ଠିକ ସେମିତି ପିଆଜ, ଟମାଟୋ, ଅଦା ଆଳୁକୁ ମଧ୍ୟ କାଟିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି ।
ଆଉ ସେଠାରୁ ତାପମାତ୍ରା ରହିଛି -70 ଡ୍ରିଗ୍ରୀ ସେଲସିୟସ । ଏଠାରେ ଜୀବନ ନର୍କ ସଦୃଶ ବୋଲି କହିଛନ୍ତି ଜଣେ ଯବାନ । ସେହିପରି ଏହି ଭିଡିଓ ସେୟାର ହେବାପରେ ଯବାନଙ୍କୁ ଅଦମ୍ୟ ସାହାସ ଓ ତାଙ୍କ ମହାନତାକୁ ସାଲୁଟ କରୁଛନ୍ତି ଲୋକେ । ସେହିପରି କିଏ କିଏ ଏମିତି ପ୍ରତିକ୍ରିୟାରେ ଲେଖିଛନ୍ତି ଯେ -30 ରୁ -40 ଡିଗ୍ରୀରେ ଭାତ କିମ୍ବା ଡାଲି କରିବା ସଂଘର୍ଷପୂର୍ଣ୍ଣ ।