ETV Bharat / bharat

ଆଣ୍ଡାମାନ ଓ ନିକୋବର କୋଭିଡ 19 ଅପଡେଟ: 11 ସୁସ୍ଥ, 5 ଆକ୍ରାନ୍ତ

ଆଣ୍ଡାମାନର ମୋଟ କୋରୋନା ପଜିଟିଭ ସଂଖ୍ୟା 16 । ହେଲେ ରବିବାର ସୁଦ୍ଧା 11 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 21, 2020, 6:57 AM IST

ଆଣ୍ଡାମାନ ଓ ନିକୋବର କୋଭିଡ 19 ଅପଡେଟ: 11 ସୁସ୍ଥ, 5 ଆକ୍ରାନ୍ତ
ଆଣ୍ଡାମାନ ଓ ନିକୋବର କୋଭିଡ 19 ଅପଡେଟ: 11 ସୁସ୍ଥ, 5 ଆକ୍ରାନ୍ତ

ପୋର୍ଟବ୍ଲେୟାର: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜକୁ ମିଳିଛି ଆଶ୍ବସ୍ତି । ଏଠାରେ ଅଧିକାଂଶ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ସୋମବାର ପୁଣି ଏକ ନୂଆ ମାମଲା ସାମନାକୁ ଆସିଛି ।

ମୁଖ୍ୟ ଶାସନ ସଚିବ ଚେତନ ସାଙ୍ଘିଙ୍କ ସୂଚନାନୁସାରେ ସୋମବାର କେନ୍ଦ୍ରଶାସିତ ଅଞ୍ଚଳରେ ପଞ୍ଚମ ଆକ୍ରାନ୍ତ ସ୍ପଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ଥିବା 4 ଜଣଙ୍କ ମଧ୍ୟରୁ ଜଣଙ୍କ ସଂସ୍ପର୍ଶରେ ଆସି ପଞ୍ଚମ ବ୍ୟକ୍ତି ଜଣକ ଆକ୍ରାନ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି । ଫଳରେ ଏବେ ସୁଦ୍ଧା ଏଠାରେ ମୋଟ 5 ଜଣ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ତେବେ କେନ୍ଦ୍ରଶାସିତ ଅଞ୍ଚଳରେ ଶେଷ କୋରୋନା ମାମଲା ମାସେ ତଳେ ବାହାରିଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ ଆଣ୍ଡାମାନର ମୋଟ କୋରୋନା ପଜିଟିଭ ସଂଖ୍ୟା 16 । ହେଲେ ରବିବାର ସୁଦ୍ଧା 11 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଗୋଟିଏ ଦିନରେ ଏହି 11 ଜଣ ସୁସ୍ଥ ହୋଇ ଛାଡ ପାଇଥିଲେ । ଏହାସହ ଏଠାରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି । ଦିଲ୍ଲୀ ତବଲିଘି ସମାବେଶ ଯୋଗୁଁ ଏଠାରେ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଥିଲା । ସମାବେଶରୁ ଫେରି ଏଠାରେ ପ୍ରାୟ 10 ଜଣ ଏକାସାଙ୍ଗରେ କୋଭିଡ 19ର ଶିକାର ହୋଇଥିଲେ ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.