ETV Bharat / bharat

କାନପୁର ଏନକାଉଣ୍ଟର ଘଟଣା, ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ - ବହୁ ଚର୍ଚ୍ଚିତ କାନପୁର ଏନକାଉଣ୍ଟର ମାମଲା

ବହୁ ଚର୍ଚ୍ଚିତ କାନପୁର ଏନକାଉଣ୍ଟର ମାମଲା। ଏହି ଘଟଣାରେ ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସଟିଏଫ) ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବୋଲି ଉତ୍ତରପ୍ରଦେଶ ପୋଲିସ କହିଛି। ଅଭିଯୁକ୍ତ ରାମ ସିଂ ଯାଦବଙ୍କୁ ଗିରଫ କରାଯାଇଛି ।

କାନପୁର ଏନକାଉଣ୍ଟର ଘଟଣା, ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

author img

By

Published : Aug 3, 2020, 8:03 AM IST

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ କାନପୁର ଏନକାଉଣ୍ଟର ମାମଲା। ଏହି ଘଟଣାରେ ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସଟିଏଫ) ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ରାମ ସିଂ ଯାଦବଙ୍କୁ ଗିରଫ କରାଯାଇଛି ବୋଲି ଇନ୍ସପେକ୍ଟର ଜେନେରାଲ ଏସଟିଏଫ କହିଛନ୍ତି।

ଜୁଲାଇରେ, ଉତ୍ତରପ୍ରଦେଶ ପୋଲିସ କାନପୁର ଏନକାଉଣ୍ଟରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ସହାୟକ- ଜୟକାନ୍ତ ବାଜପେୟୀ ଏବଂ ପ୍ରଶାନ୍ତ ଶୁକ୍ଲାଙ୍କୁ ଗିରଫ କରିଥିଲା।

କାନପୁରରେ କୁଖ୍ୟାତ ଅପରାଧୀ ବିକାଶ ଦୁବେ ଓ ତାର ଗ୍ୟାଙ୍ଗକୁ ଧରିବାକୁ ଯାଇଥିବା ବେଳେ ୮ ପୁଲିସ କର୍ମଚାରୀ ଶହୀଦ ହୋଇଥିଲେ। ପରେ ପରେ ତଦନ୍ତ ପ୍ରକ୍ରିୟା କ୍ଷୀପ୍ର ଗତିରେ ଆଗେଇବା ସହ ପୋଲିସ ବିକାଶକୁ ଉଜୈନର ମହାକାଳେଶ୍ବର ମନ୍ଦିରରୁ ଗିରଫ କରିଥିଲା। ତେବେ ଆସିବା ବାଟରେ କନଭେନର ଓଲଟି ପଡିବା ସହ ବିକାଶ ଖସିବାକୁ ଉଦ୍ୟମ କରୁଥିବା ତାକୁ ପୋଲିସ ଏନକାଉଣ୍ଟର କରି ହତ୍ୟା କରିଥିବା ଜଣାପଡିଥିଲା।

କାନପୁରୱାଲାର କାହାଣୀ ଖତମ୍ ହୋଇଯାଇଛି ସତ ହେଲେ ଏବେ ଅନେକ ରହସ୍ୟ ଉପରୁ ପରଦା ଘଟି ନାହିଁ। ପୋଲିସ ଖୋଳତାଡ ଜାରି ରଖିଥିବା ବେଳେ ଏହି ଏନକାଉଣ୍ଟର ଗ୍ୟାଙ୍ଗରେ ସମ୍ପୃକ୍ତ ଥିବା ଜଣେ ଜଣେ ସଦସ୍ୟଙ୍କୁ ଗିରଫ କରୁଛି ଏସଟିଏଫ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.