ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୋରଦାବାତର ଦିଲ୍ଲୀ-ଲକ୍ଷ୍ନୌ ରାଜପଥରେ ଟ୍ରକ ସହ ବସ ମୁହାଁମୁହିଁ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
ସୂଚନାନୁସାରେ, ମଙ୍ଗଳବାର ରାତିରେ ଗୋଟିଏ ଘରୋଇ ବସ ଯାତ୍ରୀଙ୍କୁ ନେଇ ପଞ୍ଜାବରୁ ବିହାର ଅଭିମୁଖେ ବାହାରିଥିଲା । ରାତି ପ୍ରାୟ 1ଟାରେ ବସଟି ମୋରଦାବାଦର ମୁଣ୍ଡା ଅଞ୍ଚଳରେ ଗୋଟିଏ ଟ୍ରକ ସହ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣାରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 15 ଯାତ୍ରୀ ଆହତ ହୋଇଛନ୍ତି ବୋଲି କହିଛନ୍ତି ପୋଲିସ ଅଧିକାରୀ ଅମିତ କୁମାର ଆନନ୍ଦ ।
ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ପୋଲିସ ସୁପରିଟେଣ୍ଟ ଅମିତ କୁମାର ଆନନ୍ଦ ।
@ANI