ETV Bharat / bharat

ଜିଦ୍ ଆଗରେ ହାର ମାନିଲା ରେଳବାଇ, ଡାଲଟଗଞ୍ଜରୁ ରାଞ୍ଚି ଏକାକୀ ଯାତ୍ରା କଲେ ଯୁବତୀ - ଡାଲଟଙ୍ଗଞ୍ଜରୁ ରାଞ୍ଚି ଏକାକୀ ଯାତ୍ରା କଲେ ଯୁବତୀ

ଜଣେ ଯୁବତୀଙ୍କ ଜିଦ୍ ଆଗରେ ହାର ମାନିଲା ରେଳବାଇ । ଦିଲ୍ଲୀ-ରାଞ୍ଚି ରାଜଧାନୀ ଟ୍ରେନରେ ଡାଲଟଗଞ୍ଜରୁ ରାଞ୍ଚି ଏକାକୀ ଯାତ୍ରା କଲେ ଯୁବତୀ । ଯୁବତୀ ଏକାକୀ ଯାତ୍ରା କରୁଥିବାରୁ ରେଳବାଇ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନରେ ତାଙ୍କ ସହ ଜଣେ ଆରପିଏଫ ଅଧିକାରୀଙ୍କ ସମେତ ଅନେକ ମହିଳା ଯବାନଙ୍କୁ ଉପସ୍ଥିତ ରଖିଥିଲେ । ଅଧିକ ପଢନ୍ତୁ...

ଜିଦ୍ ଆଗରେ ହାର ମାନିଲା ରେଳବାଇ, ଡାଲଟଙ୍ଗଞ୍ଜରୁ ରାଞ୍ଚି ଏକାକୀ ଯାତ୍ରା କଲେ ଯୁବତୀ

author img

By

Published : Sep 6, 2020, 3:38 PM IST

ରାଞ୍ଚି: ଜଣେ ଯୁବତୀଙ୍କ ଜିଦ୍ ଆଗରେ ହାର ମାନିଲା ରେଳବାଇ । ଦିଲ୍ଲୀ-ରାଞ୍ଚି ରାଜଧାନୀ ଟ୍ରେନରେ ଡାଲଟଗଞ୍ଜରୁ ରାଞ୍ଚି ଏକାକୀ ଯାତ୍ରା କଲେ ଯୁବତୀ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ସୂଚନା ମୁତାବକ, ଡାଲ୍ଟୋଗଞ୍ଜରେ ଏକ ଆନ୍ଦୋଳନ ହେତୁ ଟ୍ରେନକୁ ମଧ୍ୟଭାଗରେ ଅଟକାଇବାକୁ ପଡିଥିଲା । ଏହି କାରଣରୁ ଟ୍ରେନରେ ଥିବା 930 ଯାତ୍ରୀଙ୍କୁ ବସ୍ ଯୋଗେ ରାଞ୍ଚି ପଠାଯାଇଥିଲା । କିନ୍ତୁ ଟ୍ରେନରେ ବସିଥିବା ଜଣେ ଯୁବତୀ ବସ୍ ଯୋଗେ ଯାତ୍ରା କରିବାକୁ ମନା କରିଦେଇଥିଲେ।

ଯୁବତୀଙ୍କୁ ମନାଇବା ପାଇଁ ଅଧିକାରୀମାନେ ବହୁତ ଚେଷ୍ଟା କରିଥିଲେ ସୁଦ୍ଧା ସେ ଟ୍ରେନରେ ରାଞ୍ଚି ଯିବାକୁ ଜିଦ୍ ଧରି ବସିଥିଲେ ବୋଲି ରେଳ ମୁଖପାତ୍ର ଡି.ଜେ ନାରାୟଣ କହିଛନ୍ତି । ଅଧିକାରୀମାନେ ତାଙ୍କୁ ଏକ କାରର ବିକଳ୍ପ ମଧ୍ୟ ଦେଇଥିଲେ। କିନ୍ତୁ ସେ ନିଜ ଜିଦରେ ଅଟଳ ଥିଲେ । ଏହା ପରେ ରେଳବାଇ ଯୁବତୀଙ୍କୁ ପରିବର୍ତ୍ତିତ ମାର୍ଗ ଦେଇ ରାଞ୍ଚିରେ ପହଞ୍ଚାଇଥିଲା।

ମହିଳା ଏକାକୀ ଯାତ୍ରା କରୁଥିବାରୁ ରେଳବାଇକୁ ତାଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରିବାକୁ ପଡିଥିଲା। ଟ୍ରେନରେ ତାଙ୍କ ସହ ଜଣେ ଆରପିଏଫ ଅଧିକାରୀଙ୍କ ସମେତ ଅନେକ ମହିଳା ଯବାନ ଉପସ୍ଥିତ ଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.