ଗାନ୍ଧୀନଗର: ପୁଣି ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଗୁଜୁରାଟ ଅହମ୍ମଦାବାଦର ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଗୁଜୁରାଟରେ କୋରୋନା ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି ।
ଏହାଛଡା ଶନିବାର ଗୁଜୁରାଟରେ 10 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 105ରେ ପହଞ୍ଚିଥିବା ଗୁଜୁରାଟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 2992 କୋରୋନା ଆକ୍ରାନ୍ତ ଥିବାବେଳେ 68 ଜଣ ଆକ୍ରାନ୍ତ ମୃତ୍ୟୁ ଘଟିଛି । ଏହାଛଡା 163 ଜଣ ସୁସ୍ଥ ଥିବା ଜଣାପଡିଛି ।