ETV Bharat / bharat

କାନପୁରରେ ଛାତ ଭୁଶୁଡିବା ଘଟଣା; ଜଣେ ପୋଲିସ କର୍ମୀ ମୃତ, 2 ଆହତ - ଛାତ ଭୁଶୁଡି ଜଣେ ପୋଲିସ କର୍ମୀ ମୃତ

ଛାତ ଭୁଶୁଡି ପଡିବାରୁ ଜଣେ ପୋଲିସ କର୍ମୀ ମୃତ ଓ 2 ଆହତ। ଉତ୍ତରପ୍ରଦେଶ କାନୁପୁର ପୋଲିସ ଲାଇନରେ ଥିବା ଏକ ବ୍ୟାରେକର ଛାତ ଭୁଶୁଡ଼ିବା ପରେ ଏଭଳି ଅଘଟଣ ଘଟିଛି।

କାନପୁରରେ ଛାତ ଭୁଷୁଡିବା ଘଟଣା; ଜଣେ ପୋଲିସ କର୍ମୀ ମୃତ, 2 ଆହତ

author img

By

Published : Aug 25, 2020, 7:37 AM IST

ଲକ୍ଷ୍ନୌ: ଛାତ ଭୁଶୁଡି ପଡିବାରୁ ଜଣେ ପୋଲିସ କର୍ମୀ ମୃତ ଓ 2 ଆହତ। ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ କାନୁପୁରରେ ଘଟିଛି। ପୋଲିସ ଲାଇନରେ ଥିବା ଏକ ବ୍ୟାରେକର ଛାତ ଭୁଶୁଡ଼ିବା ପରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ପ୍ରାଣ ହରାଇବା ସହ ଅନ୍ୟମାନେ ଆହତ ହୋଇଛନ୍ତି।

''ଆମର ତିନି ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି। ଆମେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ, କ୍ଷତିପୂରଣ ଦିଆଯିବ । ଏହାସହ ତାଙ୍କର ଶେଷ ରୀତିନୀତି ପୂର୍ଣ୍ଣ ସମ୍ମାନ ସହିତ ପାଳନ କରାଯିବ ବୋଲି ପ୍ରିତିନ୍ଦର ସିଂ କାନପୁରର ବରିଷ୍ଠ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।''

ଉଦ୍ଧାର କାର୍ଯ୍ୟ ପ୍ରାୟ ସଂପୂର୍ଣ୍ଣ ହୋଇଛି । ଘଟଣାର ଅନୁସନ୍ଧାନ କରାଯିବ ବୋଲି ଏସପି କହିଛନ୍ତି। ପୋଲିସ୍ ଲାଇନରେ ଥିବା ବ୍ୟାରେକର ଛାତ ଭୁଶୁଡ଼ିବା ପରେ ସେ ଆହତ କର୍ମଚାରୀଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇଥିଲା ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସେ କହିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.