ETV Bharat / bharat

ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳୀ, ସଭାରେ ମନେ ପକାଇଲେ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମଙ୍ଗଳବାର ଆୟୋଜିତ ସୁଷମାଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ଵରାଜଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୟସରେ ଛୋଟ ହେଲେ ସୁଦ୍ଧା ଅନୁଭବରେ ବହୁତ ବଡ ଥିଲେ ସୁଷମା । ସେ ନିଜ ଦାୟିତ୍ବକୁ ସର୍ବଦା ଗୁରୁତ୍ବ ଦେଉଥିଲେ ବୋଲି କହିଛନ୍ତି ମୋଦି ।

ଫଟୋ ସୌଜନ୍ୟ:ଏଏଆଇ
author img

By

Published : Aug 13, 2019, 10:43 PM IST

ନୂଆଦିଲ୍ଲୀ: ପ୍ରେରଣାର ସ୍ରୋତ ଥିଲେ ସୁଷମା ସ୍ବରାଜ । ବୟସରେ ଛୋଟ ହେଲେ ସୁଦ୍ଧା ଅନୁଭବରେ ଥିଲେ ବହୁତ ବଡ । ସେ ନିଜ ଦାୟିତ୍ବକୁ ସର୍ବଦା ଗୁରୁତ୍ବ ଦେଉଥିଲେ । ଯେତେବଡ ଦାୟିତ୍ବ ହେଉନା କାହିଁକି ତାକୁ ପୂରଣ କରିବା ପାଇଁ କେବେ ବି ପଛଘୁଞ୍ଚା ଦେଉନଥିଲେ ସେ । ମଙ୍ଗଳବାର ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜଙ୍କୁ ମନେ ପକାଇ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭିଡିଓ ସୌଜନ୍ୟ:ଏଏଆଇ

ବ୍ୟକ୍ତିଗତ ଜୀବନରେ ଶୀର୍ଷରେ ପହଞ୍ଚିବା ପରେ ବି ବ୍ୟବସ୍ଥା ଆଧାରରେ, ଅନୁଶାସନ ଆଧାରରେ ଯେଉଁ ବି କାମ ମିଳିଛି ତାକୁ ସେ ଯଥା ସମ୍ଭବ ପୂରଣ କରିଛନ୍ତି । ଜଣେ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏହାଠାରୁ ଆଉ ବଡ଼ ପ୍ରେରଣା କିଛି ହୋଇପାରିବ ନାହିଁ ବୋଲି ମୋଦି କହିଛନ୍ତି । ସୁଷମା ନିଜ ଚିନ୍ତାଧାରାକୁ ନେଇ ଦୃଢବଦ୍ଧ ଥିଲେ । ସେହି ବିଚାରକୁ ଜୀବିତ ରଖିବା ପାଇଁ ସର୍ବଦା ଉଦ୍ୟମ ମଧ୍ୟ କରି ଆସିଥିଲେ। ସୁଷମା ଥରେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ବଦଳାଇବାକୁ ମୁଁ ଓ ଭେଙ୍କେୟା ନାଇଡୁ ବହୁତ ପ୍ରୟାସ କରିଥିଲୁ । କିନ୍ତୁ ସେ ମନା କରିଦେଇଥିଲେ । କିନ୍ତୁ ତାଙ୍କୁ ଯେବେ ବିଶେଷ ପରିସ୍ଥିତିରେ କର୍ଣ୍ଣାଟକ ଯାଇ ନିର୍ବାଚନ ଲଢିବାକୁ କୁହାଗଲା । ଦଳ ପାଇଁ ସେ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ । କିନ୍ତୁ ଚଳିତ ଥର ସେ କାହାରି କଥା ଶୁଣିନଥିଲେ ବୋଲି ମୋଦି କହିଛନ୍ତି ।

ସ୍ବାଧୀନତାର 70 ବର୍ଷରେ ଦେଶରେ ପାଖାପାଖି 77 ପାସପୋର୍ଟ ଅଫିସ ଥିଲା । କିନ୍ତୁ ସୁଷମାଙ୍କ 5 କାର୍ଯ୍ୟକାଳର 5 ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ହୋଇ 505ରେ ପହଞ୍ଚିଲା । ସୂଚନାଯୋଗ୍ୟ ଯେ, ଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ସୁଷମାଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ମୋଦିଙ୍କ ବ୍ୟତିତ ଗୃହମନ୍ତ୍ରୀ ଅମିତ୍‌ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମୁରଲି ମନୋହର ଜୋଶୀ ଏବଂ କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ବ୍ୟତିତ ଅନ୍ୟ ଦଳର ବରିଷ୍ଠ ନେତା ଯୋଗ ଦେଇଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.