ETV Bharat / bharat

ଦୁର୍ଘଟଣାରେ ଘରକୁ ଫେରୁଥିବା 42 ପ୍ରବାସୀଙ୍କ ମୃତ୍ୟୁ ଘଟିଛି:ରିପୋର୍ଟ - ଲକଡାଉନ ଦୁର୍ଘଟଣା

ଲକଡାଉନ ପର ଠାରୁ ନିଜ ଘରକୁ ଫେରୁଛନ୍ତି ପ୍ରବାସୀ । ଲକଡାଉନ ସମୟରେ ସଡକ ଦୁର୍ଘଟଣାର ଶିକାର ହୋଇ 42 ପ୍ରବାସୀଙ୍କ ଜୀବନ ଯାଇଛି ।

ଦୁର୍ଘଟଣାରେ ଘରକୁ ଫେରୁଥିବା 42 ପ୍ରବାସୀଙ୍କ ମୃତ୍ୟୁ ଘଟିଛି

author img

By

Published : May 8, 2020, 8:34 AM IST

ନୂଆଦିଲ୍ଲୀ: ଦେଶରେ ଲକଡାଉନ ଜାରି ରହିଛି । ଯାନବାହନ ଉପରେ କଟକଣା ଲାଗୁ ହୋଇଛି । ଫଳରେ ରାସ୍ତାରେ ଟ୍ରାଫିକରେ ହ୍ରାସ ପାଇଛି । ହେଲେ କମୁନି ସଡକ ଦୁର୍ଘଟଣା । ମାର୍ଚ୍ଚ 24ରୁ ମେ 4 ମଧ୍ୟରେ ଦୁର୍ଘଟଣାରେ 137 ଜଣଙ୍କ ଜୀବନ ଯାଇଛି ।

ସେଭ ଲାଇଫ ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ମୁତାବକ, 137 ଜଣଙ୍କ ମଧ୍ୟରେ 42 ଜଣ ପ୍ରବାସୀଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଏମାନେ ସମସ୍ତେ ବିହାର, ଉତ୍ତରପ୍ରଦେଶ ଓ ରାଜସ୍ଥାନର । ଲକଡାଉନ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ନିଜ ସହର କିମ୍ବା ଗାଁକୁ ଯିବାକୁ ଉଦ୍ୟମ କରୁଥିଲେ । ତେବେ ଏମାନଙ୍କର ଦୁର୍ଘଟଣାରେ ତ୍ରୁଗ ଗତିରେ ଆସୁଥିବା କାର କିମ୍ବା ବାଇକ ଘଟିଛି । ସେଭ ଲାଇଫ ଫାଉଣ୍ଡସେନ ବିନା କୌଣସି ଲାଭ ବା ଉଦ୍ଦେଶ୍ୟରେ ସଡକ ସୁରକ୍ଷା ଦିଗରେ କାମ କରେ ।

ଏହି ରିପୋର୍ଟ ଅନୁସାରେ, 17 ଜରୁରୀ ଶ୍ରମିକ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଯେଉଁମାନେ ଅତ୍ୟାବଶ୍ୟକୀୟ ସେବା ଯୋଗାଇଥାନ୍ତି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ହେଉ କିମ୍ବା ପନିପରିବା ଓ ସାମଗ୍ରୀବିତରଣ କରିଥାନ୍ତି । ଏଠାରେ ସମସ୍ତ ଦୁର୍ଘଟଣା ସମାନ କାରଣରୁ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ତ୍ରୁଗ ଗତିରେ ଆସୁଥିବା ଟ୍ରକ କିମ୍ବ ବାଇକ ରହିଛି । ଅନ୍ୟାନ୍ୟ କେତେକ ପଥଚାରୀ ବସରେ ନିଆଁ ଲାଗିଯିବା, ବସ ଖସି ପଡିବା କିମ୍ବା ଟ୍ରକ ସହ ବସର ଧକ୍କା ହେବା ଦ୍ବାରା ମୃତ୍ୟୁବରଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.