ନୂଆଦିଲ୍ଲୀ: ସାରା ଦେଶରେ ଶୁକ୍ରାବାର ଶ୍ରମିକ ଦିବସ ପାଳିତ ହୋଇଛି । ଲକଡାଉନ ଯୋଗୁଁ ଯଦିଓ ଶାରିରୀକ ଭାବେ ନୁହେଁ ତେବେ ସମସ୍ତେ ଏହି ଦିନରେ ଦେଶର ସବୁଠୁ ବଡ ଶକ୍ତି ଶ୍ରମିକ ମାନଙ୍କୁ ଶୁଭେଚ୍ଛା ଦେଇଛନ୍ତି । ଯେଉଁମାନଙ୍କର ଦିନ ରାତି ପରିଶ୍ରମ ଯୋଗୁଁ ଦେଶର ଉନ୍ନତି ସାଧିତ ହେଉଛି । ତେବେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ଶ୍ରମିକ ଦିବସ ଉପଲକ୍ଷେ ଜଙ୍ଗଲ ଶ୍ରମିକ ବା ସଂରକ୍ଷଣକାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏମାନଙ୍କ କାରଣରୁ ହିଁ ବିଶ୍ବ ବ୍ୟାଘ୍ର ସଂଖ୍ୟାର 70 ପ୍ରତିଶତ କେବଳ ଭାରତରେ ହିଁ ରହିଛନ୍ତି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ କହିଛନ୍ତି ।


ଜାଭଡେକର ଟ୍ବିଟ କରି ଲେଖିଛନ୍ତି ଯେ, ‘ବିଶ୍ବ ବ୍ୟାଘ୍ର ସଂଖ୍ୟାର 70 ପ୍ରତିଶତ କେବଳ ଭାରତରେ ଥିବା ନେଇ ଭାରତ ଗର୍ବ କରେ । କିନ୍ତୁ ବ୍ୟାଘ୍ର ସଂରକ୍ଷଣ ଦିଗରେ ସଂରକ୍ଷଣକାରୀ (conservators) ଙ୍କ ବଦ୍ଧପରିକରତା ଓ ନିରନ୍ତର ପ୍ରୟାସ ବିନା ଏହା ସମ୍ଭବପର ହୋଇ ପାରିନଥାନ୍ତା ( India is proud to have 70% of Tiger population of the world. The Tiger conservation effort could not have been possible without the commitment and continuous efforts of conservators. #LabourDay2020 #LabourDayMay2020) ।
ଏଦିଗରେ ଅବିରତ କାର୍ଯ୍ୟ କରିଥିବା 6 ଜଣ କର୍ମଚାରୀଙ୍କୁ 2019 ବର୍ଷ ପାଇଁ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି । ସମସ୍ତଙ୍କୁ ମନ୍ତ୍ରୀ ଜାଭଡେକର ଶୁଭେଚ୍ଛା ପ୍ରଦାନ କରିଛନ୍ତି ।