ETV Bharat / bharat

ଚୀନ ସାମଗ୍ରୀ ବଏକଟ ପାଇଁ CRPF ଯବାନଙ୍କ ଶପଥ ଗ୍ରହଣ, ଭାଇରାଲ ହେଉଛି ଭିଡିଓ - ଚୀନ ସାମଗ୍ରୀ ବଏକଟ ପାଇଁ ପ୍ରତିଶୃତି

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ବା ସିଆରପିଏଫର ଯବାନମାନେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଚୀନ ସାମଗ୍ରୀ ବଏକଟ ପାଇଁ ପ୍ରତିଶୃତି ନେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଚୀନ ସାମଗ୍ରୀ ବଏକଟ ପାଇଁ CRPF ଯବାନଙ୍କ ଶପଥ ଗ୍ରହଣ, ଭାଇରାଲ ହେଉଛି ଭିଡିଓ
On emotions, not official: CRPF on jawans taking oath to shun China goods
author img

By

Published : Jun 6, 2020, 9:09 AM IST

ନୂଆଦିଲ୍ଲୀ: ଭାରତ ଓ ଚୀନ ଭିତରେ ଲାଗି ରହିଛି ସୀମା ବିବାଦ। ପରିସ୍ଥିତି ଉତ୍ତେଜନାମୂଳକ ରହିଥିବା ବେଳେ ଯେକୌଣସି ମୁହୁର୍ତ୍ତରେ ଯୁଦ୍ଧ ହୋଇ ପାରେ। ମହାମାରୀ ସହ ଲଢୁଥିବା ଭାରତ ଚୀନକୁ ଚେକ୍ ଦେବାକୁ ଏହାର ସମସ୍ତ ସାମଗ୍ରୀ ଦେଶରେ ବଏକଟ କରିବାକୁ ପଣ କରିଛି।

ତେବେ ଏହାକୁ ସମର୍ଥନ କରି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ବା ସିଆରପିଏଫର ଯବାନମାନେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଚୀନ ସାମଗ୍ରୀ ବଏକଟ ପାଇଁ ପ୍ରତିଶୃତି ନେଇଛନ୍ତି। ଯବାନ ମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ଭିଡିଓ ହେଉଛି 'ଭାବପ୍ରବଣତା' ଏବଂ 'ଏହା ସରକାରୀ ଷ୍ଟାଣ୍ଡ' ନୁହେଁ ବୋଲି ବିଶ୍ବର ସର୍ବ ବୃହତ ସାମରିକ ବାହିନୀର ମୁଖପାତ୍ର କହିଛନ୍ତି।

ସିଆରପିଏଫ୍ ଏକ ବିବୃତ୍ତି ଜାରି କରି କହିଛି ଯେ, ଜୁନ୍ 2 ରୁ ଉତ୍ତର କାଶ୍ମୀରର ସୋପୋରର ଏକ ଫୋର୍ସ କ୍ୟାମ୍ପରେ କିଛି କର୍ମଚାରୀଙ୍କ ଚୀନ ସାମଗ୍ରୀ ବ୍ୟବହାର ନକରିବାକୁ ପ୍ରତିଶ୍ରୁତି ଦେଇଥିବା ଏକ ଭିଡିଓ ଭାଇରାଲ ହୋଇଛି।

ଭିଡିଓରେ, ଏକ ଖୋଲା ପଡ଼ିଆରେ ଧାଡିରେ ଠିଆ ହୋଇଥିବା ସିଆରପିଏଫ ଟିମ ଚାଇନାର ଉତ୍ପାଦ, ବୈଦ୍ୟୁତିକ ସାମଗ୍ରୀ, ବସ୍ତ୍ର, ଖାଦ୍ୟ, ଅନ୍ୟାନ୍ୟ ଜିନିଷ ଉପରେ ବର୍ଜନ କରିବାକୁ ହିନ୍ଦୀରେ ଶପଥ ନେଉଥିବାର ନଜର ଆସିଛନ୍ତି।

ନିକଟରେ ଲଦାଖ ଭିତ୍ତିକ ଉଦ୍ଭାବକ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ୍ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସହିତ ଭାରତୀୟ ଏବଂ ଚୀନ୍ ବାହିନୀ ମଧ୍ୟରେ ଚାଲିଥିବା ବିବାଦର ପୃଷ୍ଠଭୂମିରେ ଚାଇନାର ଉତ୍ପାଦକୁ ବଏକଟ କରିବାକୁ ଭାରତୀୟମାନଙ୍କୁ ନିବେଦନ କରିଥିଲେ।

ଚୀନ୍ ସହିତ ଭାରତର ବାଣିଜ୍ୟ ନିଅଣ୍ଟ 56.77 ବିଲିୟନ ଡ଼ଲାରରେ ରହିଛି। ଗତ ବର୍ଷ ଭାରତ ଏବଂ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରାୟ 93 ବିଲିୟନ ଡ଼ଲାରରେ ହ୍ରାସ ପାଇବା ପରେ ଏହା ପ୍ରାୟ 3 ବିଲିୟନ ଡ଼ଲାରରେ ହ୍ରାସ ପାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.