ETV Bharat / bharat

ବିଜୟା ଦଶମୀରେ ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ପବିତ୍ର ଦଶହରାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ପବିତ୍ର ବିଜୟା ଦଶମୀ ଅବସରରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଜୟଦଶମୀ ଶୁଭେଚ୍ଛା
author img

By

Published : Oct 8, 2019, 10:38 AM IST

Updated : Oct 8, 2019, 10:50 AM IST

ହାଇଦ୍ରାବାଦ: ଆଜି ପବିତ୍ର ବିଜୟା ଦଶମୀ ସହ ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଧର୍ମ ଏବଂ ସତ୍ୟର ବିଜୟ ଦିବସ । ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ମୁଖ୍ୟମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏ ଉତ୍ସବରେ ସ୍ବାର୍ଥ ପାଇଁ ସମାଜର ଭେଦଭାବ ସୃଷ୍ଟି କରିଥିବା ଶକ୍ତି ତଥା ଚିନ୍ତାଧାରାକୁ ପରାଜୟ କରିବାକୁ ଆହ୍ବାନ କରିଛନ୍ତି ନରେନ୍ଦ୍ର ମୋଦି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦେଶବାସୀଙ୍କ ଶୁଭ କାମନା ଜଣାଇଛନ୍ତି।

Festival of dussehra
ଫଟୋ ସୌଜନ୍ୟ:'ଟ୍ବିଟର @rashtrapatibhvn
ଭିଡିଓ ସୌଜନ୍ୟ: ଟ୍ବିଟର @narendramodi
Festival of dussehra
ଫଟୋ ସୌଜନ୍ୟ: ଟ୍ବିଟର @narendramodi
Festival of dussehra
ଫଟୋ ସୌଜନ୍ୟ: ଟ୍ବିଟର @naveen_odisha

ଆଜି ସାରା ଦେଶ ବିଜୟ ଉତ୍ସବ ପାଳନ କରୁଛି । ପୀଠରୁ ମଣ୍ଡପ ସବୁଠି ମାଆ ଜଗତ ଜନନୀଙ୍କ ଆରାଧନା ଚାଲିଛି। ଶାରଦୀୟ ଦୁର୍ଗା ପୂଜାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ଟ୍ବିଟରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯେଉଁଥରେ ସେ, ପ୍ରଭୁ ରାମଙ୍କ ଜୀବନକୁ ମାର୍ଗ ଦର୍ଶନ କରିବାକୁ କହିଛନ୍ତି । ଏଥିସହ ଜଣେ ଉତ୍ତମ ନାଗରିକ ଭାବେ ରାବଣ ପ୍ରବୃତ୍ତି ଚିନ୍ତାଧାରାରୁ ନିବୃତ୍ତ ରହିବାକୁ କହିଛନ୍ତି । ଆଉ ବିଜୟା ଦଶମୀ ଉପଲକ୍ଷେ ନିଜ ସ୍ବାର୍ଥ ହାସଲ ପାଇଁ ସମାଜରେ ଭେଦଭାବ ସୃଷ୍ଟି ନକରିବାକୁ ସଂକଳ୍ପବଦ୍ଧ ହେବାକୁ କହିଛନ୍ତି। ସେପଟେ ରାଷ୍ଟ୍ରପତି ମଧ୍ୟ ଦେଶବାସୀଙ୍କ ଶୁଭକାମନା ଜଣାଇ କହିଛନ୍ତି ଯେ, ଅସତ୍ୟ ଉପରେ ସତ୍ୟର ବିଜୟ ସବୁବେଳେ ମାର୍ଗ ଦର୍ଶନ ଦେଇ ଆସିଛି।

Intro:Body:

BLANK FOR LINK 

Conclusion:
Last Updated : Oct 8, 2019, 10:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.