ETV Bharat / bharat

କୋଭିଡ 19 ମୁକାବିଲାରେ ସାହାଯ୍ୟ କରେ ଓମେଗା 3 ଫ୍ୟାଟି ଏସିଡ୍

author img

By

Published : May 22, 2020, 8:10 PM IST

ମାଆ କ୍ଷୀର ଓ ମାଛରେ ଏହି ଏସିଡ ଅଧିକ ପରିମାଣରେ ଥାଏ । ଏହି ସମୟରେ ଜନ୍ମ ନେଉଥିବା ଛୋଟ ପିଲାଙ୍କୁ ପ୍ରଚୁର ମାଆ କ୍ଷୀର ପିଇବାର ଆବଶ୍ୟକ ଅଛି । ଅଧିକ ପଢନ୍ତୁ...

କୋଭିଡ 19 ମୁକାବିଲାରେ ସାହାଯ୍ୟ କରେ ଓମେଗା 3 ଫ୍ୟାଟି ଏସିଡ୍
କୋଭିଡ 19 ମୁକାବିଲାରେ ସାହାଯ୍ୟ କରେ ଓମେଗା 3 ଫ୍ୟାଟି ଏସିଡ୍

ହାଇଦ୍ରାବାଦ: କୋଭିଡ 19 ମୁକାବିଲା ପାଇଁ ଏବେ ବିଭିନ୍ନ ପ୍ରକାର ଭ୍ୟାକସିନ୍ ତିଆରି ଚାଲିଛି । ଏବେ ସୁଦ୍ଧା ଏହାର ସଠିକ ଭ୍ୟାକସିନ୍ ବାହାର କରିବାରେ କେହି ସଫଳ ହୋଇନାହାନ୍ତି । ଏପରି ସ୍ଥିତିରେ ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଏହାକୁ ସୁସ୍ଥ ରଖିବା ପାଇଁ ନିଜକୁ ସଚେତନ ହେବାକୁ ପଡିବ । ବିଭିନ୍ନ ପ୍ରକାର ଉପକାରୀ ଓ ପ୍ରୋଟିନ ଖାନା ସହ ଶରୀର ଭିତରେ ଥିବା ରୋଗ ପ୍ରତିରୋଧକ ଶକ୍ତି ବଢାଇବକୁ ପଡିବ ।

ଆଉ ଏଥିପାଇଁ ଓମେଗା 3 ଫ୍ୟାଟି ଏସିଡ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଏପରି ସମୟରେ ସମସ୍ତଙ୍କୁ ସୁସ୍ଥ ଓ ନିରୋଗ ରହିବା ସହ ଉପଯୁକ୍ତ ଡାଏଟ୍ ଗ୍ରହଣ କରିବାର ଅଛି । କୌଣସି ଉପାୟରେ ଶରୀର ଦୁର୍ବଳ ହେଲେ ଏହା ବିପଦର କାରଣ ସାଜିପାରେ । ଏହି ଓମେଗା ଏସିଡ ମଣିଷର ବ୍ରେନରେ ଅଧିକ ପରିମାଣରେ ଥାଏ । ଶରୀରରେ ଏହାର ସୃଷ୍ଟି ପାଇଁ ଅଧିକ ଜାଗା ନଥାଏ । ପ୍ରତିଦିନ ଏହାକୁ ଖାଇବାରେ ଗ୍ରହଣ କରିବା ଆମ ପାଇଁ ଉପକାରୀ ।

ମାଆ କ୍ଷୀର ଓ ମାଛରେ ଏହି ଏସିଡ ଅଧିକ ପରିମାଣରେ ଥାଏ । ଏହି ସମୟରେ ଜନ୍ମ ନେଉଥିବା ଛୋଟ ପିଲାଙ୍କୁ ପ୍ରଚୁର ମାଆ କ୍ଷୀର ପିଇବାର ଆବଶ୍ୟକ ଅଛି । ସେହିପରି ମାଛ ଖାଇବା ଦ୍ବାରା ଏସିଡର ପରିମାଣ ଶରୀରରେ ବଢିଥାଏ । ଏହା ହ୍ବାଇଟ୍ ବ୍ଲଡ ସେଲ୍ସକୁ ଶକ୍ତି ଯୋଗାଇଥାଏ । ମାଛ ତେଲରେ ନିର୍ମିତ ଏକ କ୍ୟାପସୁଲ ନେବା ସହ ପ୍ରତିଦିନ ହଳଦୀ ଖାଇବା ଶରୀରକୁ ଉପଯୁକ୍ତ ଶକ୍ତି ଯୋଗାଇଥାଏ । ଅଳ୍ପ ପରିମାଣରେ ହଳଦୀ ଏବଂ ଫ୍ଲାକ୍ସ ସିଡ୍ସ ମଧ୍ୟ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ଓମେଗା 3 ଫ୍ୟାଟି ଏସିଡ ଖାଇବା ସହ ହ୍ବାଇଟ୍ ବ୍ଲଡ ସେଲ୍ସକୁ ଶକ୍ତ ରଖିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ଏଥିପାଇଁ ଦୈନିକ ଅଧଘଣ୍ଟା ବ୍ୟାୟମ କରି ଶରୀରରୁ ଝାଳ ବାହାର କରନ୍ତୁ । କାରଣ ଅଧିକ ବ୍ୟାୟାମ ଦ୍ବାରା ରକ୍ତ ସଞ୍ଚାଳନ ଠିକ୍ ହୁଏ ଏବଂ ଏସିଡର ପରିମାଣ ବ୍ରେନରୁ ସାରା ଶରୀରରେ ଖେଳିଯାଏ । ଏହାସହ ଅପରିଷ୍କାର ତଥା ମୃତ କଣିକା କୋଷରୁ ବାହାରିଯାଆନ୍ତି । ଯାହା ହ୍ବାଇଟ ବ୍ଲଡ ସେଲ୍ସକୁ ଆକ୍ଟିଭ ରଖିଥାଏ । ଏହାର ଆକ୍ଟିଭ ପାଇଁ ନିଶ୍ବାର ପ୍ରଶ୍ବାସ ସଠିକ ଭାବେ ନେବା ଆବଶ୍ୟକ । କାରଣ କୋରୋନା ସଂକ୍ରମଣ ହେଲେ ନିଶ୍ବାସ ପ୍ରଶ୍ବାସ ଉପରେ ଅଧିକ ପ୍ରଭାବ ପଡିଥାଏ । ସେଥିପାଇଁ ବ୍ୟାୟାମ କରି ଶରୀରକୁ ସୁସ୍ଥ ରଖନ୍ତୁ ।

କୋରୋନା ଭୂତାଣୁ ଶରୀରରେ ଏକ ଲାଇଭ କୋଷ ପାଇଲେ ତାହା ଦ୍ବାରା ସଂକ୍ରମିତ ହୋଇଥାଏ । ଏହାକୁ ମଣିଷର ଚର୍ମ ମଧ୍ୟ ମୁକାବିଲା କରି ପ୍ରବେଶରୁ ରକ୍ଷା କରିପାରିବ । ହେଲେ ନାକ, ପାଟି, ହାତ ଦ୍ବାରା ଏହା ପ୍ରବେଶ କଲେ ଅଟକାଇବା ମୁସ୍କିଲ ହୋଇଯିବ । ମଣିଷର ଶରୀରର ରକ୍ତ ସହ ମିଶିଗଲେ ଏହା ଅଧିକ ସଂକ୍ରମଣ ହୋଇଥାଏ । ସେଥିପାଇଁ ଆଣ୍ଟିବଡି ମଧ୍ୟ କେବଳ ସଂକ୍ରମିତ ଶରୀରରେ ହିଁ ସୃଷ୍ଟି ହୋଇଥାଏ । ତେଣୁ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଆମକୁ କେବଳ ସତର୍କ ରହିବାକୁ ପଡିବ । ଏହାସହ ସବୁ ପ୍ରକାର ସଚେତନତା ଆପଣାଇବାକୁ ହେବ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ପଡିବ ।

ତେବେ ଶରୀରରେ ଭୂତାଣୁ ପ୍ରବେଶ କଲେ ଏହାକୁ ହଜମ କରିଦେଇଥାଏ ହ୍ବାଇଟ ବ୍ଲଡ ସେଲ୍ସ । ଏହା ପୁଣି ପ୍ରବେଶ କଲେ ଆଣ୍ଟିବଡି ନାମକ ପ୍ରୋଟିନ ତିଆରି କରିଥାଏ । ଶରୀର ଭୂତାଣୁ ଦ୍ବାରା ସଂକ୍ରମିତ ହେଲେ ଏହାକୁ ଖୋଜି ଖୋଜି ଏହି ଆଣ୍ଟିବଡି ନଷ୍ଟ କରିଥାନ୍ତି । ହ୍ବାଇଟ୍ ବ୍ଲଡ ସେଲ୍ସ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଭାବେ କାମ କରିଥାଏ । ଆଉ ପ୍ରତିଷେଧକ ବ୍ୟବସ୍ଥା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ପ୍ରବେଶ କରିବା ମାତ୍ରେ ଶରୀରରେ ହ୍ବାଇଟ ବ୍ଲଡ ସେଲ୍ସ ଆକ୍ଟିଭ ହୋଇଯାଏ ଏବଂ ସଙ୍ଗେ ସଙ୍ଗେ ଆଣ୍ଟିବଡି ସୃଷ୍ଟି କରିଥାଏ । ସମାନ ଭୂତାଣୁର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଏହି ଆଣ୍ଟିବଡି କାର୍ଯ୍ୟ କରିପାରିବ । ଏହା ପ୍ରାୟତଃ ଶରୀରରେ ମଣିଷର ମୃତ୍ୟୁ ଯାଏଁ ରହିଥାଏ ।

ତେବେ ଆପଣଙ୍କୁ ଜ୍ବର ନଥିଲେ ପାରାସେଟାମୋଲ କିମ୍ବା ଆସପିରିନ ଟାବବେଲ ଖଆନ୍ତୁ ନାହିଁ । କାରଣ ଏହା ସେଲ୍ସକୁ ମାନ୍ଦା କରିଦେଇଥାଏ ଯାହା ପରେ ବିପଦ ସୃଷ୍ଟି କରିପାରେ । କୌଣସି ଭୂତାଣୁକୁ ଚିକିତ୍ସା କରିବା ଭଳି ଆଣ୍ଟିବଡି ଏବେ ଯାଏଁ ବାହାରିନାହିଁ । ଭ୍ୟାକସିନ୍ ଦ୍ବାରା ଏବେ କେବଳ ଶରୀରକୁ ଦୁର୍ବଳ ହେବାରୁ ରକ୍ଷା କରାଯାଇପାରୁଛି । ସମ୍ପୂର୍ଣ୍ଣ ସୁସ୍ଥ ହେବା ଭଳି ପ୍ରତିଷେଧକ ବ୍ୟବସ୍ଥା ଏବେ ସୁଦ୍ଧା ତିଆରି ହୋଇନି । ତେବେ ଓମେଗା 3 ଫ୍ୟାଟି ଏସିଡ ଶରୀରରେ ଶକ୍ତି ବୃଦ୍ଧି କରିବା ସହ ଭୂତାଣୁ ସହ ମୁକାବିଲା କରିବା ପାଇଁ ହ୍ବାଇଟ୍ ବ୍ଲଡ ସେଲ୍ସକୁ ଆକ୍ଟିଭ କରିଥାଏ । ଏହାସହ ଭ୍ୟାକସିନ୍ ଭଳି ଏହା ଶରୀରକୁ ଦୁର୍ବଳ ହେବାରୁ ରକ୍ଷା କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.