ETV Bharat / bharat

ଦିଦିଙ୍କ ସମର୍ଥନରେ ଓମାର ଅବଦୁଲ୍ଲା, କହିଲେ ପୁଣିଥରେ ଆସିବ ଟିଏମସି ସରକାର - TMC

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଦିଦିଙ୍କୁ ସମର୍ଥନ କରିବା ସହ ପୁଣିଥରେ ଟିଏମସି ସରକାର ଆସିବ ବୋଲି କହିଛନ୍ତି ।

ଫାଇଲ ଫଟୋ
author img

By

Published : May 17, 2019, 8:30 AM IST

ଶ୍ରୀନଗର: ସପ୍ତମ ପର୍ଯ୍ୟାୟରେ ମତଦାନ ଯେତେ ପାଖେଇ ପାଖେଇ ଆସୁଛି ବିରୋଧୀ ଦଳ ଏବଂ ଶାସକ ଦଳ ମଧ୍ୟରେ ଜୋର ଧରିଛି କାଦୁଅ ଫିଙ୍ଗାଫିଙ୍ଗି । କିଛିଦିନ ପୂର୍ବେ ମମତା ବାନାର୍ଜୀଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବଙ୍ଗଳାର ଦୁର୍ଗା କହି ପ୍ରଂଶସା କରିଥିଲେ । ଆଉ ଏବେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଦିଦିଙ୍କୁ ସମର୍ଥନ କରିଛନ୍ତି ।

ଓମାର ଅବଦୁଲା କହିଛନ୍ତି, ଚଳିତଥର ପଶ୍ଚିମ ବଙ୍ଗରେ ପୁଣି ଥରେ ଟିଏମସି (ତୃଣମୂଳ କଂଗ୍ରେସ) ଆସିବ । ବିଜେପି ହାରିବ । ଅବଦୁଲ୍ଲା ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟ୍ବିଟରରେ ଟ୍ୟାଗ କରି ଲେଖିଛନ୍ତି, ‘ବିଜେପି ପଶ୍ଚିମ ବଙ୍ଗରେ ନିର୍ବାଚନ ଆୟୋଗ ସହ ମିଶି ସଲାସୁତୁରା କରୁଛି, ମତଦାତାଙ୍କୁ ନିଜ ଆଡେ ଆକୃଷ୍ଟ କରି ପ୍ରଚାର ଅଭିଯାନକୁ ବଢାଉଛି । ବିଜେପିର ଆଚରଣ ବିଧି ଉଲଙ୍ଘନକୁ ନିର୍ବାଚନ ଆୟୋଗ ନଜର ଅନ୍ଦାଜ କଲେ ସୁଦ୍ଧା ଚଳିତଥର ପଶ୍ଚିମ ବଙ୍ଗରେ ଟିଏମସି ହିଁ ବିଜୟ ହାସଲ କରିବ ।’

ଓମାର ଅବଦୁଲ୍ଲା ପରୋକ୍ଷ ଭାବେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି । ଯେତେବେଳେ ଅମିତ ଶାହ କୋଲକାତା ଗସ୍ତରେ ଥିଲେ ସେହି ସମୟରେ ସେଠାରେ ହିଂସା ବଢିଥିଲା ବୋଲି କହି ଅବଦୁଲା ଶାହଙ୍କୁ ନିନ୍ଦିଛନ୍ତି ।

ସ୍ଲଗ:-  ରକ୍ତ ଭଣ୍ଡାରରେ  ସ୍ବେଚ୍ଛାକୃତ ରକ୍ତଦାନ ଶିବିର....

ରିପୋର୍ଟର: ସମୀର ଆଚାର୍ଯ୍ୟ,

ଫମାର୍ଟ  :ପ୍ୟାକେଜ,

ସ୍ଥାନ    :   ବ୍ରହ୍ମପୁର ,

ତାରିଖ : ୧୨-୦୫-୧୮.(ଭିଜୁଆଲ ftp ରେ ଯାଇଛି)

(ଆଙ୍କର)- ପ୍ରବଳ ଗ୍ରୀଷ୍ମରେ ରକ୍ତ ଅଭାବକୁ ଦୂର କରିବା ସହ ସ୍ୱେଚ୍ଛାକୃତ ଭାବରେ ରକ୍ତଦାତା ବୃଦ୍ଧି କରିବା ଉଦ୍ଦେଶ୍ୟରେ "ଆସନ୍ତୁ ଗଢିବା ରକ୍ତ ସମ୍ପର୍କ" ନାମରେ ୫ମ ଥର ପାଇଁ ଆୟୋଜିତ ହୋଇଥିଲା  ରକ୍ତଦାନ ଶିବିର । ମୁଖ୍ୟତଃ ଗ୍ରୀଷ୍ମଋତୁରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଥିବାରୁ ବହୁ  ଦୂରଦୂରାନ୍ତରୁ ଆସୁଥିବା ରୋଗୀ ମାନେ  ଘୋର ଅସୁବିଧାର ସମ୍ମୁଖିନ ହେଉଥିବାରୁ  ଏହି ଅଭାବକୁ କିଛି ମାତ୍ରାରେ ଦୂର କରିବା ପାଇଁ ରକ୍ତଦାନ ର ଆବଶ୍ୟକତା ରହୁଥିବାରୁ ଏଥିପାଇଁ ସହରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବା ସହ ସହରର ଅନେକ ଏଥିପାଇଁ  ଆଗେଇ ଆସିବାକୁ ଆହ୍ୱାନ କରାଯାଇଛି  ।  

(ଭି.ଓ-୧)- ପ୍ରବଳ ଗ୍ରୀଷ୍ମପ୍ରଭାବ  ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ହୋଇପଡୁଛନ୍ତି ରାଜ୍ୟବାଲୀ  । ଆଉ ମୁଖ୍ୟତଃ ଏହି ସମୟରେ ରାଜ୍ୟର ବିଭିନ୍ନ  ରକ୍ତ ଭଣ୍ଡାରରେ ଦେଖିବାକୁ ମିଳିଥାଏ ରକ୍ତର  ଅଭାବ  । ହେଲେ ବ୍ରହ୍ମପୁରରେ ଏଭଳି ରକ୍ତ ର ଅଭାବକୁ ଦୂର କରିବା ପାଇଁ ସମସ୍ତେ ଯେପରି  ସ୍ୱେଚ୍ଛାକୃତ ଭାବରେ ନିଜେ  ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ କରିବାକୁ ଅଧିକରୁ ଅଧିକ ସଚେତନତା  ବୃଦ୍ଧି କରିବେ ତାହରି ଲକ୍ଷ୍ୟ ନେଇ ସ୍ଥାନୀୟ ଏମ୍.କେ.ସି.ଜି ମେଡିକାଲ ରକ୍ତ ଭଣ୍ଡାର ପରିସରରେ  "ଆସନ୍ତୁ ଗଢିବା ରକ୍ତ ସମ୍ପର୍କ" ଆହ୍ୱାନ ନେଇ ପଞ୍ଚମ ଥର ପାଇଁ ଆୟୋଜିତ ହୋଇଯାଇଛି ରକ୍ତଭଣ୍ଡାର ପରିସରରେ   ରକ୍ତଦାନ ଶିବିର । ଯାହାକି ଗ୍ରୀଷ୍ମଦିନରେ  ରକ୍ତ ଭଣ୍ଡାରରେ ରହିଥିବା ରକ୍ତର ଅଭାବ କୁ ଏହା ବହୁ ମାତ୍ରାରେ ପୂରଣ କରିପାରିବ ବୋଲି ଆଶା କରାଯାଉଛି  । ମୁଖ୍ୟତଃ ସହରର ସବୁଜ ବାହିନୀ , ଆଞ୍ଚଳିକ ବିକାଶ ପରିଷଦ,ମାରୱାଡି ମହିଳା ସମିତି , ନେଚର ଲଭର୍ସ ଓଡିଶା , ବକ୍ସିଂ ଓଡିଶା, ଆର୍ଯ୍ୟ ବୈଶ୍ୟ ସଂଘମ୍  ଓ ବାସବୀ କ୍ଲବ୍ ମିଳିତ ସହଯୋଗରେ  ଏଭଳି ପ୍ରାୟାଶ କରାଯାଇଛି ।

ବାଇଟ୍-ସ୍ୱେଚ୍ଛାକୃତ ରକ୍ତଦାତା,ବ୍ରହ୍ମପୁର

ବାଇଟ୍-ଏମ୍.ସାଇରାମ ପାତ୍ର( ସ୍ୱେଚ୍ଛାକୃତ ରକ୍ତଦାତା)

 (ଭି.ଓ-୨)-ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ପରିସରରେ ରହିଥିବା ଏହି ରକ୍ତ ଭଣ୍ଡାର ଉପରେ ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳରୁ ନିୟମିତ ଭାବେ ବହୁ ରୋଗୀ ରକ୍ତ ପାଇଁ ନିର୍ଭର କରୁଥିବା ବେଳେ ଥାଲେସେମିଆ ଠାରୁ ଆରମ୍ଭ କରି ବିଭିନ୍ନ ରକ୍ତଜନିତ ରୋଗ ପାଇଁ ଅନେକ ରୋଗୀ ଏଠାକୁ ଆସୁଥିବାରୁ ବର୍ତ୍ତମାନ ଗ୍ରୀଷ୍ଣର ପ୍ରଭାବରେ କୌଣସି ସ୍ଥାନରେ  ରକ୍ତଦାନ ଶିବିର ଆୟୋଜନ ହୋଇପାରନଥିବାରୁ ଏଥିପାଇଁ ନିୟମିତ ବ୍ୟବଧାନରେ ସହରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନେ ଆସି ନିଜେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବା ସହ ସହରର ଅନ୍ୟମାନଙ୍କୁ  ଏଥିପାଇଁ  ଆଗେଇ ଆସିବାକୁ ଆହ୍ୱାନ କରାଯାଇଛି  ।

ବାଇଟ୍-ଶିବରାମ ପାଣିଗ୍ରାହୀ(ସଭାପତି-ସବୁଜ ବାହିନୀ)

ବାଇଟ୍- ଡା. ପ୍ରଶନ୍ନ କୁମାର ରଥ (ଚିକିତ୍ସକ-ବ୍ରହ୍ମପୁର ରକ୍ତ ଭଣ୍ଡାର)

(ଫା.ଭି.ଓ)- ଆଗାମୀ ଦିନରେ କ୍ରମାଗତ ଭାବରେ ଏଭଳି ରକ୍ତଦାନ ଶିବିର ରକ୍ତ ଭଣ୍ଡାର ପରିସରରେ ଗ୍ରୀଷ୍ଣ ଦିନ ଶେଷ ପର୍ଯ୍ୟନ୍ତ ଆୟୋଜିତ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ସହରର ସମସ୍ତ ବର୍ଗର ଜନସାଧାରଣ , ବିଦ୍ୟାର୍ଥୀ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏଭଳି ସମୟରେ  ରକ୍ତଦାନ କରିବାକୁ ଆଗେଇ ଆସି ଅନ୍ୟର ଜୀବନ ରକ୍ଷା କରବାକୁ ଆହ୍ୱାନ କରାଯାଇଛି  ।  ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ .....  

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.