ETV Bharat / bharat

ଘୁଞ୍ଚିଲା ଓମାର ଅବଦୁଲ୍ଲାଙ୍କ ଅଟକ ଆବେଦନର ଶୁଣାଣି - supreme court

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନାଁରେ ଲାଗିଥିବା ପିଏସଏକୁ ବିରୋଧ କରି ଆଗତ ଆବେଦନର ଶୁଣାଣି ଆସନ୍ତା ଶୁକ୍ରବାର ଦିନ ହେବ । ଅଧିକ ପଢନ୍ତୁ...

omar-abdullah
ଓମାର ଅବଦୁଲ୍ଲା
author img

By

Published : Feb 12, 2020, 12:49 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନାଁରେ ଲାଗିଥିବା ପିଏସଏକୁ ବିରୋଧ କରି ଆଗତ ଆବେଦନର ଶୁଣାଣି ଘୁଞ୍ଚାଇ ଦିଆଯାଇଛି । ମାମଲାର ଶୁଣାଣି ଆସନ୍ତା ଶୁକ୍ରବାର ଅର୍ଥାତ ଫେବୃଆରୀ 14 ତାରିଖରେ ସୁପ୍ରିମକୋର୍ଟରେ ହେବ । ତେବେ ଏହାର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ ହେବାର ଥିଲା । କିନ୍ତୁ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠରେ ଥିବା ବିଚାରପତି ମୋହନ ଏମ୍‌ ଶାନ୍ତନାଗୌଦାର ଶୁଣାଣିରୁ ଓହରି ଯିବାରୁ ଉକ୍ତ ଆବେଦନର ଶୁଣାଣି ଆଜି ହୋଇପାରିଲା ନାହିଁ ।

ଗୁରୁବାର ଏହି ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଗଠନ କରାଯିବ। ଏହାପରେ ଶୁକ୍ରବାର ମାମଲାର ଶୁଣାଣି କରାଯିବ । ଜମ୍ମୁ କାଶ୍ମୀରରୁ 370 ଧାରା ଉଚ୍ଛେଦ ହେବା ପରଠୁ ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଥିଲା । ତାଙ୍କର 6 ମାସିଆ ଗୃହବନ୍ଦୀ ଅବଧି ଶେଷ ହେବାକୁ ଥିବା ବେଳେ ଫେବୃଆରୀ 6 ତାରିଖରେ ତାଙ୍କ ବିରୋଧରେ ପିଏସଏ ଲାଗୁ କରାଗଲା । ତେବେ ଏହାକୁ ବିରୋଧ କରି ଓମାରଙ୍କ ଭଉଣୀ ସାରା ପାୟଲଟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.