ଦୁବାଇ: ପରଲୋକରେ ଓମାନର ସୁଲତାନ କାବୁସ ବିନ ସୈଦ। 79 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ମିଡିଲ ଇଷ୍ଟର ଏହି ଶାସକ ଶୁକ୍ରବାର ସନ୍ଧ୍ୟାରେ ପ୍ରାଣ ହରାଇଥିବା ଗଲ୍ଫ ରାଜ୍ୟର ମିଲିଟାରୀ କାଉନସିଲ ଓ ସୁଲତାନଙ୍କ ପରିବାର ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଓମାନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହେଲେ ପ୍ରାୟ ଏକ ସପ୍ତାହ ଧରି ସେ ବେଲଜିୟମର ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ।
ସୂଚନା ଅନୁସାରେ, ସୁଲତାନଙ୍କ ମୃତ୍ୟୁକୁ ନେଇ ଦେଶରେ 3 ଦିନିଆ ଶୋକ ପାଳନ କରାଯାଉଛି। ଏହାସହ ସମସ୍ତ ସରକାରୀ କାର୍ଯ୍ୟାଳୟରେ 40 ଦିନ ପାଇଁ ଜାତୀୟ ପତାକା ଅର୍ଦ୍ଧନିମିତ ରହିବ।
ଖବର ଅନୁସାରେ, ସୁଲତାନ 1970 ମସିହାରୁ ବ୍ରିଟେନର ପୂର୍ବତନ କଲୋନିଆଲ ଭାବେ କାର୍ଯ୍ୟରତ ଥିଲେ। ସୁଲତାନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କ ଦ୍ବାରା ଜଣେ ଦକ୍ଷ ଶାସକଙ୍କୁ ଚୟନ କରାଯିବ ।