ETV Bharat / bharat

ବୃଦ୍ଧ ଦମ୍ପତିକୁ ଘରୁ ବାହାର କରୁଥିଲା ପୁଅ, ଭିଡିଓ ଭାଇରାଲ - govt

ବୃଦ୍ଧ ଦମ୍ପତିଙ୍କୁ ଜନ୍ମ କଲା ପୁଅ ଘରୁ ବାହାର କରିବାର ଧମକ ଦେଇଥିଲେ । ଯାହାଫଳରେ ସେମାନେ ଏକ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଭିଡିଓ ଭାଇରାଲ ପରେ ପ୍ରଶାସନ ସେମାନଙ୍କୁ ସହାୟତର ହାତ ବଢାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 7, 2019, 7:33 PM IST

ଗାଜିୟାବାଦ: ବୃଦ୍ଧ ଦମ୍ପତିଙ୍କୁ ମିଳିଲା ନ୍ୟାୟ । ନିଜ ଜନ୍ମକଲା ପୁଅ ଘରୁ ବାହାର କରିବା ପାଇଁ ଧମକ ଦେଇଥିଲା । ଏହାପରେ ବୃଦ୍ଧ ଦମ୍ପତି ଏକ ଭିଡିଓ ଜରିଆରେ ପ୍ରଶାସନର ସହାୟତା ଲୋଡିଥିଲେ । ପ୍ରଶାସନର ପ୍ରଚେଷ୍ଟାରେ ନିଜ ଘର ଫେରି ପାଇଛନ୍ତି ବୃଦ୍ଧ ଦମ୍ପତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗାଜିୟାବାଦର ଲୋନୀ ନିକଟସ୍ଥ ଅଙ୍କୁର ବିହାରଠାରେ ।

ଭିଡିଓ ସୌଜନ୍ୟ: @dm_ghaziabad

ଅଙ୍କୁର ବିହାରର ନିବାସୀ ଇନ୍ଦ୍ରଜିତ୍ ଗ୍ରୋବର ଏବଂ ତାଙ୍କ ପତ୍ନୀ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରଥିଲେ । ଯେଉଁ ଭିଡିଓରେ ଇନ୍ଦ୍ରଜିତ୍ ପ୍ରଶାସନକୁ ନ୍ୟାୟ ଭିକ୍ଷା କରୁଥିବା ବେଳେ ପତ୍ନୀ କାନ୍ଦୁଥିବାର ଦେଖାଯାଉଛି । ତେବେ ଇନ୍ଦ୍ରଜିତ୍ କହୁଛନ୍ତି, ମୁଁ ନିଜ ପଇସାରେ ନିଜ ଘର କିଣି ରହୁଛି ।

ମୁଁ ଜଣେ ହୃଦଘାତ ରୋଗୀ ହୋଇଥିବା ବେଳେ ମୋ ପତ୍ନୀ ନି-ରିପ୍ଲେସମେଣ୍ଟ ସହ ଅର୍ଥରାଇଟିସ ରୋଗୀ ଅଟେ । ମୋର ଗୋଟିଏ ଝିଅ ଯିଏ ବିବାହିତ । କିନ୍ତୁ ପୁଅ ଏବଂ ବୋହୂ ତାଙ୍କୁ ତାଙ୍କ ଘରୁ ବାହାର କରିବା ପାଇଁ ସେମାନଙ୍କ ଉପରେ ଚାପ ପକାଉଛନ୍ତି । ଏଥିସହ ସେମାନେ ବଞ୍ଚନ୍ତୁ ଏବଂ ମରନ୍ତୁ ତାଙ୍କ ପୁଅର କିଛି ଯାଏଆସେ ନାହିଁ ।

ଏଥିସହ ଇନ୍ଦ୍ରଜିତ୍ ଉକ୍ତ ଭିଡିଓ ଜରିୟାରେ କହିଥିଲେ,‘‘ ମୁଁ ଡିଏମଙ୍କୁ ମଧ୍ୟ ଏକ ଚିଠି ଲେଖିଛି । ମୋତେ ମୋ ଲୋଭୀ ପୁଅଠାରୁ ମୁକ୍ତି ଦେବା ସହ ମୋ ଘର ସେମାନେ ଖାଲି କରନ୍ତୁ । କେବଳ ଏତିକି ନୁହେଁ ପୁଅ ବୋହୁ ଆମ ଉପରେ ମିଛ ଅଭିଯୋଗ ମଧ୍ୟ ଆଣୁଛନ୍ତି, ଯାହାଫଳରେ ଆମେ ଆତ୍ମହତ୍ୟା କରିବୁ ।

ଏପଟେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିବା ବେଳେ ଏହି ଘଟଣାକୁ ନେଇ ଏଡିଏମ୍ ବୃଦ୍ଧ ଦମ୍ପତିଙ୍କୁ ସହାୟତର ହାତ ବଢାଇଥିଲେ । ଏଡିଏମ୍ ଏବଂ ସିଇଓଙ୍କୁ ଭେଟିବା ପରେ ଇନ୍ଦ୍ରଜିତଙ୍କ ପୁଅ ଏକ ବୁଝାମଣା ଦସ୍ତାବିଜରେ ସ୍ବାକ୍ଷର କରିଛନ୍ତି ଯେ, ନିଜ ବାପାଙ୍କ ଇଚ୍ଛାଅନୁସାରେ 10 ତାରିଖ ଭିତରେ ନିଜ ପରିବାରକୁ ନେଇ ଭଡା ଘରେ ରହିବାକୁ ଯିବେ । ତେବେ ଏହି ବୁଝାମଣା ଦସ୍ତାବିଜକୁ ଏଡିଏମ୍ ଟ୍ବିଟରରେ ସେୟାର କରିଥିଲେ ।

Intro:Body:

asfa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.