ETV Bharat / bharat

6 ମାସ ପାଇଁ ଓଲା ବ୍ୟାନ ! - ଓଲା ଟ୍ୟାକ୍ସି ବ୍ୟାନ

ବେଙ୍ଗାଲୁରୁରେ ମୋଟର କ୍ୟାବ ଚଲାଇବାକୁ ଅନୁମତି ପାଇଥିବା ଓଲା ଗତ ଏକ ମାସ ମଧ୍ୟରେ 260ଟି ବାଇକରେ ସର୍ଭିସ ଆରମ୍ଭ କରିଛି । ଯେଉଁଥିପାଇଁ ଏହାର ଲାଇସେନ୍ସ ରଦ୍ଦ କରିବାକୁ କର୍ଣ୍ଣାଟକ ପରିବହନ ବିଭାଗ ନିଷ୍ପତ୍ତି ନେଇଛି ।

ଫାଇଲ ଫଟୋ
author img

By

Published : Mar 22, 2019, 9:20 PM IST

ବେଙ୍ଗାଲୁରୁ: ବେଆଇନ ଭାବେ ବାଇକ ଚଲାଇବା ପଡିଲା ମହଙ୍ଗା । ଟ୍ୟାକ୍ସି ସେବା ପ୍ରଦାନକାରୀ ସଂସ୍ଥା ଓଲାକୁ ବେଙ୍ଗାଲୁରୁରେ 6 ମାସ ପାଇଁ ବ୍ୟାନ କରାଯାଇଛି । କର୍ଣ୍ଣାଟକ ପରିବହନ ବିଭାଗ ପକ୍ଷରୁ ସଂସ୍ଥାକୁ ଏହି ସୂଚନା ଦିଆଯାଇଛି ।

ମାର୍ଚ୍ଚ 18ରେ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତି ଅନୁସାରେ ଓଲା ବେଙ୍ଗାଲୁରୁରେ ମୋଟର କ୍ୟାବ ଚଲାଇବାରେ ଅନୁମତି ପାଇଥିଲା । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ସଂସ୍ଥାକୁ ଲାଇସେନ୍ସ ଦିଆଯାଇଥିଲା । କିନ୍ତୁ ବିଭାଗର ବିନା ଅନୁମତିରେ ଓଲା ବାଇକ ଟ୍ୟାକ୍ସି ସର୍ଭିସ ଆରମ୍ଭ କରିଥିଲା । ଯାହା ପୂର୍ବରୁ ଥିବା ନିୟମ ଭଙ୍ଗ କରିଥିଲା । ଏଥିପାଇଁ ବିଭାଗ ପକ୍ଷରୁ ଏହାକୁ ବ୍ୟାନ କରାଯିବା ସହ ଏହାର ଲାଇସେନ୍ସ ରଦ୍ଦ କରାଯାଇଛି।

ପରିବହନ କମିଶନର ଭି ପି ଇକ୍କେରି କହିଛନ୍ତି ଯେ ବେଙ୍ଗାଲୁରୁରେ ଓଲା ଟ୍ୟାକ୍ସି ଚଲାଉଥିବା ଅନୀଲ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡକୁ 6 ମାସ ପାଇଁ ବାସନ୍ଦ କରାଯାଇଛି । କମ୍ପାନୀକୁ ଏହି ନୋଟିସ ଦିଆଯାଇଥିବାବେଳେ ଏହା ପାଇବାର 3 ଦିନ ମଧ୍ୟରେ ଲାଇସେନ୍ସ ଦାଖଲ କରିବାକୁ ଓଲାକୁ ନିର୍ଦ୍ଦେଶ ଦିଆଯାଇଛି । 2016 ଟ୍ରାନ୍ସପୋର୍ଟ ଟେକ୍ନୋଲୋଜି ସଂଶୋଧନ ନିୟମାନୁସାରେ ଓଲାକୁ ଏହି ବାସନ୍ଦାଦେଶ ହୋଇଛି ବୋଲି ସେ କହିଛନ୍ତି ।

ଏହା ଅନୁସାରେ ସହରରେ ମୋଟର କ୍ୟାବ ଚଲାଇବାକୁ ଅନୁମତି ପାଇଥିବା ଓଲା ଗତ ଏକ ମାସ ମଧ୍ୟରେ 260ଟି ବାଇକରେ ସର୍ଭିସ ଆରମ୍ଭ କରିଛି । ମୋଟର କ୍ୟାବ ଚଲାଇବା ପାଇଁ ଓଲାକୁ ଜୁନ 2016ରୁ ଜୁନ 19, 2021 ଯାଏଁ ଅନୁମତି ମିଳିଥିଲା । ତେବେ ବାସନ୍ଦାଦେଶ ପରେ ଓଲା ନିୟମ ପାଳୁଛି ନା ଉଲ୍ଲଙ୍ଘନ କରୁଛି ତାହା ଉପରେ ନଜର ରଖିବାକୁ ପରିବହନ ବିଭାଗ ଆରଟିଓକୁ ନିର୍ଦ୍ଦେଶ ଦେଇଛି ।

Intro:Body:

ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପୁରୀ: ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।  ପୁରୀ ଷ୍ଟେସନରେ 4 ନମ୍ବର ପ୍ଲାଣ୍ଟଫର୍ମରେ ଥିବା ବେଳେ ହଠାତ ନିଆଁ ଲାଗିଥିବା ସୂଚନା । ସେପଟେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ପୁରୀରୁ ସମ୍ବଲପୁରକୁ ଯାଉଥିବା ଟ୍ରେନରେ ନିଆଁ ଲାଗିଥିବାର କାରଣ ଜଣାପଡିଛି । ତେବେ ପ୍ରବଳ ଗରମ ଯୋଗୁ ଟ୍ରେନରେ ନିଆଁ ଲାଗିଥିବାର ଜଣାପଡିଛି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.