ଶ୍ରୀନଗର: ବହୁଚର୍ଚ୍ଚିତ ହିଜବୁଲ ମୁଜହିଦ୍ଦିନ କମାଣ୍ଡର ବୁରହାନ ୱାନିର ଏନକାଉଣ୍ଟର ପାଇଁ ଅଧିକାରୀଙ୍କୁ ସମ୍ମାନ । ବୁରହାନକୁ ନିପାତ କରିବା ପାଇଁ ହୋଇଥିବା ଏହି ଅପରେସନର ନେତୃତ୍ବ ନେଇଥିବା ପୋଲିସ ଅଧିକାରୀଙ୍କୁ ମିଳିଛି ପୋଲିସ ପଦକ । ସେ ହେଲେ 2008 ବ୍ୟାଚର ଆଇପିଏସ ଅଧିକାରୀ ଅବଦୁଲ ଜବାର ।
ସେଥିପାଇଁ ତାଙ୍କ ନାଁକୁ ବୀରତା ପୁରସ୍କାର ପାଇବାକୁ ଥିବା 409 ଜଣଙ୍କ ମଧ୍ୟରେ ସାମିଲ କରାଯାଇଥିଲା । ଜବାର ବିହାରର ଔରଙ୍ଗାବାଦ ଜିଲ୍ଲାର ହୋଇଥିବାବେଳେ ସେ ବର୍ତମାନ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଅଛନ୍ତି ।
ଏଥିରେ ଜବାରଙ୍କ ସହ ଅନ୍ୟ 3 ଜମ୍ମୁ-କାଶ୍ମୀର ପୋଲିସ ଯବାନ ଏବଂ ସିଆରପିଏଫର ଜଣଙ୍କୁ ମଧ୍ୟ ଚଳିତବର୍ଷ ରାଷ୍ଟ୍ରପତି ପୁରସ୍କାର ମିଳିଛି । ଦେଶର 71 ତମ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୋଲିସ ଅଧିକାରୀଙ୍କ ଏହି ବୀରତ୍ବ ପାଇଁ ପୋଲିସ ପଦକ ପ୍ରଦାନ କରିଛନ୍ତି । ବୀରତ୍ବ ପାଇଁ ସବୁଠୁ ରାଷ୍ଟ୍ରପତିଙ୍କ ପଦକରେ ଶ୍ରେଷ୍ଠ ପୋଲିସ ପଦକକୁ ବିବେଚନା କରାଯାଏ ।
8 ଜୁଲାଇ 2016 ମସିହାରେ, ଗୁଇନ୍ଦା ସୂଚନା ଅନୁସାରେ ସେତେବେଳେ ଅନନ୍ତନାଗର ତତ୍କାଳୀନ ଏସଏସପି ଥିବା ଜବାରଙ୍କ ନେତୃତ୍ବରେ ଗଠନ ହୋଇଥିବା ପୋଲିସ ଟିମ ଏନକାଉଣ୍ଟରରେ ୱାନିର ମୃତ୍ୟୁ ଘଟିଥିଲା ।
ବୁରହାନ କାଶ୍ମୀରରେ ଉଗ୍ରବାଦୀ ପୋଷ୍ଟର ବୟ ଭାବେ ବେଶ ପରିଚୟ ଥିଲା । ସେ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିବା କାରଣରୁ ଅଧିକ ଜଣାଶୁଣା ଥିଲା । ଆତଙ୍କବାଦୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ରଖିବା ସହ ଫଟୋଚିତ୍ରର ବ୍ରାଣ୍ଡିଙ୍ଗ କରୁଥିଲା । ଯାହାର ସୂଚନା ପାଇଁ ଏହି ଏନକାଉଣ୍ଟର କରାଯାଇ ଭାରତୀୟ ଯବାନ ସଫଳ ହୋଇଥିଲେ ।