କଟକ: ଆନ୍ଧ୍ରପ୍ରଦେଶ ପୋଲିସ ମହାନିର୍ଦେଶକଙ୍କ ସହ କଥା ହେଲେ ଓଡିଶା ପୋଲିସ ଡିଜି ଅଭୟ । ଭିଡିଓ କନଫରେନ୍ସିଂ ଜରିଆରେ ଉଭୟ ଅଧିକାରୀଙ୍କ ମଧ୍ୟରେ ଅନେକ ଗୁରୁତ୍ବପୁର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।
ଦୁଇ ରାଜ୍ୟ ସୀମାରେ ମାଓ ଗତିବିଧି ଦମନ ଦିଗରେ ମିଳିତ ଅଭିଯାନକୁ ସଫଳ କରିବା ନେଇ ବିଶେଷ ଭାବେ ଆଲୋଚନା କରାଯାଇଛି । ଏହି ବୈଠକରେ ବିଏସଏଫ ଅତରିକ୍ତ ଡିଜି, ସିଆରପିଏଫ ଆଇଜି, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଓ ଉଭୟ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ, ଇଟିଭି ଭାରତ