ETV Bharat / bharat

ପିଏମ ଏସଭିଏନିଧି ଲାଭ ଉଠାଇବାରେ ଶ୍ରେଷ୍ଠ 10ଟି ରାଜ୍ୟ ମଧ୍ୟରେ ଓଡିଶା - PM SVANidhi scheme

ପିଏମ ଷ୍ଟ୍ରିଟ ଭେଣ୍ଡରର୍ସ ଆତ୍ମନିର୍ଭର ନିଧି ଯୋଜନା (PM SVANidhi) ଲାଭ ଉଠାଇବାରେ ଓଡିଶା ଶ୍ରେଷ୍ଠ 10ଟି ରାଜ୍ୟ ମଧ୍ୟରେ ରହିଛି । ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ପିଏମ ଏସଭିଏନିଧି ଲାଭ ଉଠାଇବାରେ ଶ୍ରେଷ୍ଠ 10ଟି ରାଜ୍ୟ ମଧ୍ୟରେ ଓଡିଶା

author img

By

Published : Aug 30, 2020, 4:39 PM IST

ନୂଆଦିଲ୍ଲୀ: ପିଏମ ଷ୍ଟ୍ରିଟ ଭେଣ୍ଡରର୍ସ ଆତ୍ମନିର୍ଭର ନିଧି ଯୋଜନା (PM SVANidhi) ଲାଭ ଉଠାଇବାରେ ଓଡିଶା ଶ୍ରେଷ୍ଠ 10ଟି ରାଜ୍ୟ ମଧ୍ୟରେ ରହିଛି । ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରରେ ସୂଚନା ଦେଇଛନ୍ତି ।

ଓଡିଶାରେ ପିଏମ ଷ୍ଟ୍ରିଟ ଭେଣ୍ଡରର୍ସ ଆତ୍ମନିର୍ଭର ନିଧି ଯୋଜନାରେ ବିଭିନ୍ନ ସହରର ଷ୍ଟ୍ରିଟ ଭେଣ୍ଡର ମାନଙ୍କୁ ଋଣ ଯୋଗାଇ ଦିଆଯାଇଛି । ରାଜ୍ୟର ସମ୍ବଲପୁର, କଟକ, ବ୍ରହ୍ମପୁର, ବାଲେଶ୍ବର, ସମେତ ବିଭିନ୍ନ ସହରର ଷ୍ଟ୍ରିଟ ଭେଣ୍ଡରମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ।

କୋରୋନାରେ ଦେଶର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ଷ୍ଟ୍ରିଟ ଭେଣ୍ଡରମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ପିଏମ ଷ୍ଟ୍ରିଟ ଭେଣ୍ଡରର୍ସ ଆତ୍ମନିର୍ଭର ନିଧି ଯୋଜନା ଘୋଷଣା କରିଥିଲେ । ବର୍ତ୍ତମାନ ସୁଦ୍ଧା 7 ଲକ୍ଷ 67 ହଜାର 7ଶହ 68ଟି ଦରଖାସ୍ତ ଗ୍ରହଣ କରାଯାଇଥିବା ବେଳେ 1 ଲକ୍ଷ 91ହଜାର 58 ଜଣଙ୍କ ଦରଖାସ୍ତ ମଞ୍ଜୁର କରାଯାଇଛି । ସେହିପରି 1708 ଜଣଙ୍କୁ ଅର୍ଥ ପ୍ରଦାନ କରାଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.