ETV Bharat / bharat

ରାଜ୍ୟସଭାରେ ଉଠିଲା ଓଡିଶାକୁ ଆର୍ଥିକ ସ୍ବାୟତ୍ତତା ଦେବା ପ୍ରସଙ୍ଗ

ରାଜ୍ୟସଭାରେ ଉଠିଲା ଓଡିଶାକୁ ଆର୍ଥିକ ସ୍ବାୟତ୍ତତା(ଫାଇନାନ୍ସିଆଲ ଆଟୋନମି) ଦେବା ପ୍ରସଙ୍ଗ । ବିଜେଡି ସାଂସଦ ଅମର ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇ ଓଡିଶାକୁ ଆର୍ଥିକ ସ୍ବାୟତ୍ତତା ଦେବାକୁ ଦାବି କରିଛନ୍ତି ।

BJD MP Amar Pattnaik
ରାଜ୍ୟସଭାରେ ଉଠିଲା ଓଡିଶାକୁ ଆର୍ଥିକ ସ୍ବାୟତ୍ତତା ଦେବା ପ୍ରସଙ୍ଗ
author img

By

Published : Nov 29, 2019, 5:52 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ଓଡିଶାକୁ ଆର୍ଥିକ ସ୍ବାୟତ୍ତତା(ଫାଇନାନ୍ସିଆଲ ଆଟୋନମି) ଦେବା ପ୍ରସଙ୍ଗ । ବିଜେଡି ସାଂସଦ ଅମର ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇ ଓଡିଶାକୁ ଆର୍ଥିକ ସ୍ବାୟତ୍ତତା ଦେବାକୁ ଦାବି କରିଛନ୍ତି । ଏହା ହେଲେ ରାଜ୍ୟକୁ ଆଉ କିଛି ଦରକାର ନାହିଁ ବୋଲି ସେ କହିଛନ୍ତି ।

ରାଜ୍ୟସଭାରେ ଉଠିଲା ଓଡିଶାକୁ ଆର୍ଥିକ ସ୍ବାୟତ୍ତତା ଦେବା ପ୍ରସଙ୍ଗ

ତେବେ ଏହି ପ୍ରସଙ୍ଗ ଉଠାଇବା ଅବସରରେ ସେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମ ନେଇ କହିଛନ୍ତି,‘ ସ୍ବର୍ଗତ ବିଜୁ ପଟ୍ଟନାୟକ ଦିନେ କହିଥିଲେ ମୋତେ ଆର୍ଥିକ ସ୍ବାୟତ୍ତତା ଦେଇଦିଅ, ମୁଁ ଆଉ କିଛି ଚାହୁଁନି ।’ ଏହାସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କରିଥିବା ଦାବି ମଧ୍ୟ ସଂସଦରେ ଉପସ୍ଥାପନା କରିଛନ୍ତି ।

ରାଜ୍ୟକୁ ଆର୍ଥିକ ସ୍ବାୟତ୍ତତା ଦିଆଗଲେ ରାଜ୍ୟର ଆଉ କିଛି ଆବଶ୍ୟକ ପଡିବନାହିଁ । ରାଜ୍ୟ ନିଜେ ହିଁ ସବୁ କିଛି ସମାଧାନ କରିପାରିବ । ତେଣୁ ରାଜ୍ୟକୁ ଆର୍ଥିକ ସ୍ବାୟତ୍ତତା ଦିଆଯିବାକୁ ସେ ଦାବି କରିଛନ୍ତି ।

ଓଡିଶା ଏକ ଗରିବ ରାଜ୍ୟ ହୋଇଥିବାରୁ ପ୍ରାୟ ଦୁଇ ଦଶନ୍ଧି ଧରି ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି ହୋଇଆସୁଛି । କିନ୍ତୁ ଏଥିପ୍ରତି କାହାର ନଜର ନଥିବାରୁ ମୁଖ୍ୟମନ୍ତ୍ରୀ 2018 ମସିହାରେ ବିଜୁ ବାବୁଙ୍କ କଥାକୁ ଦୋହରାଇବା ସହ ଆମକୁ ଆର୍ଥିକ ସ୍ବାୟତ୍ତତା ଦିଅ ବୋଲି କେନ୍ଦ୍ରକୁ କହିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.