ଟାଟୁ ଟ୍ୟାକ୍ସ:
ଆମେରିକାର ଅର୍କସାରାଜ୍ୟ ଅଛି । ଯେଉଁଠି ଟାଟୁ କଲେ କିମ୍ବା ଶରୀରର ଅନ୍ୟ କୌଣସି ସ୍ଥାନରେ ଚିତ୍ର ଆଙ୍କିବା ଦ୍ବାରା 6 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିଥାଏ।
ଛାଇ ଉପରେ ଟ୍ୟାକ୍ସ:
ଇଟାଲୀର ବେନେଟୋ ସହରରେ କନେଙ୍ଗୋଲିୟାନୋ ଜାଗା ରହିଛି । ଯେଉଁଠି ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ଦୋକାନରେ ଲଗା ଯାଇଥିବା ବୋର୍ଡ କିମ୍ବା ଟେଣ୍ଟର ଛାଇ ରାସ୍ତାରେ ପଡିଲେ, ସେମାନଙ୍କଠୁ ଏକ ବର୍ଷରେ 100ଡଲାର କର ଆଦାୟ କରାଯାଇଥାଏ ।
ଖରା ଟ୍ୟାକ୍ସ:
ସ୍ପେନର ବେଲରିକ ଦ୍ବୀପ ସମୂହରେ 2016ରେ ସନ ଟ୍ୟାକ୍ସ ମାନେ ଖରା ଉପରେ କର ଦେବାକୁ ପଡୁଛି । ପ୍ରକୃତରେ ସେଠାରେ ପ୍ରତିବର୍ଷ 1କୋଟିରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଆସନ୍ତି । ଏହି କାରଣରୁ ସ୍ଥାନୀୟବାସୀ ବହୁ ସମସ୍ୟାରେ ସମ୍ମୁଖୀନ ହେଉଥିବାରୁ ଏଭଳି କର ବ୍ୟବସ୍ଥା କରାଯାଇଛି ।
ଟ୍ୟାନିଙ୍ଗ ଟ୍ୟାକ୍ସ:
2010 ମସିହାରେ ଆମେରିକାରେ ଟ୍ୟାନିଙ୍ଗ ଟ୍ୟାକ୍ସ ଲାଗୁ କରାଯାଇଛି । ସ୍କିନ କ୍ୟାନସରରୁ ଲୋକଙ୍କୁ ଦୂରେଇ ରଖିବା ଉର୍ଦ୍ଦେଶ୍ୟରେ ଏଭଳି ଅଜବ କର ଆଦାୟ ବ୍ୟବସ୍ଥା କରାଯାଇଛି ।