ETV Bharat / bharat

ଲକଡାଉନ୍ ସମୟରେ ଗୁଜୁରାଟକୁ ଆସି ନାହାଁନ୍ତି କୌଣସି ପ୍ରବାସୀ ଶ୍ରମିକ - Migrant Workers Who Returned To Their Home States

ଦେଶରେ ମହାମାରୀ ସମୟରେ ସବୁଠାରୁ ଅଧିକ ସମସ୍ୟା ଭୋଗିଛନ୍ତି ପ୍ରବାସୀ ଶ୍ରମିକ । ଦେଶର ବିଭିନ୍ନ ସ୍ଥାନରୁ ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଚିନ୍ତାର କାରଣ ହୋଇଥିଲା । ଅଧିକ ପଢନ୍ତୁ...

ଲକଡାଉନ୍ ସମୟରେ ଗୁଜୁରାଟକୁ ଆସି ନାହାଁନ୍ତି କୌଣସି ପ୍ରବାସୀ ଶ୍ରମିକ

author img

By

Published : Feb 9, 2021, 6:31 PM IST

ହାଇଦ୍ରାବାଦ: ଦେଶରେ ମହାମାରୀ ସମୟରେ ସବୁଠାରୁ ଅଧିକ ସମସ୍ୟା ଭୋଗିଛନ୍ତି ପ୍ରବାସୀ ଶ୍ରମିକ । ଦେଶର ବିଭିନ୍ନ ସ୍ଥାନରୁ ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଚିନ୍ତାର କାରଣ ହୋଇଥିଲା । ଅନେକ ସ୍ଥାନରେ ଶ୍ରମିକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହାକୁ ନେଇ ରାଜନୈତିକ ବୟନାବାଜି ମଧ୍ୟ ତେଜିଥିଲା । ବିରୋଧି ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିବା ଆରମ୍ଭ କଲେ, ଏପରିକି ସରକାରଙ୍କ ପାଖରେ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ବିଷୟରେ କୌଣସି ସଠିକ୍ ସୂଚନା ନଥିଲା । ବର୍ତ୍ତମାନ ଲୋକସଭା ଅଧିବେଶନରେ ଏହି ପ୍ରଶ୍ନର ଜବାବ ରଖିଛନ୍ତି ସରକାର । ଲକଡାଉନରେ ନିଜ ନିଜ ରାଜ୍ୟକୁ ଫେରିଛନ୍ତି ପ୍ରାୟ 1 କୋଟି 14 ଲକ୍ଷ 30 ହଜାର 968 ଜଣ ପ୍ରବାସୀ ଶ୍ରମିକ ।

ଲକଡାଉନ୍ ସମୟରେ ଗୁଜୁରାଟକୁ ଆସି ନାହାଁନ୍ତି କୌଣସି ପ୍ରବାସୀ ଶ୍ରମିକ
ଲକଡାଉନ୍ ସମୟରେ ଗୁଜୁରାଟକୁ ଆସି ନାହାଁନ୍ତି କୌଣସି ପ୍ରବାସୀ ଶ୍ରମିକ

ସର୍ବାଧିକ 32 ଲକ୍ଷ 49 ହଜାର 638 ଜଣ ଉତ୍ତରପ୍ରଦେଶକୁ ଫେରିଛନ୍ତି । ଏହାପରେ ବିହାର 15 ଲକ୍ଷ 612 ଜଣ ପ୍ରବାସୀ ଶ୍ରମିକ ସହ ଦ୍ବିତୀୟ ସ୍ଥାନରେ ରହିଛି । ଏହାପରେ ତୃତୀୟ ସ୍ଥାନରେ ରାଜସ୍ଥାନ ରହିଛି । ଅନ୍ୟପକ୍ଷେ ଓଡିଶାକୁ 8 ଲକ୍ଷ 53 ହଜାର 777 ଜଣ ପ୍ରବାସୀ ଫେରିଥିଲେ । ଅନ୍ୟପକ୍ଷେ ଗୁଜୁରାଟ ପ୍ରଥମ ରାଜ୍ୟ, ଯେଉଁଠିକି କୌଣସି ପ୍ରବାସୀ ଶ୍ରମିକ ଫେରି ନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.