ETV Bharat / bharat

ଅହମ୍ମଦାବାଦରେ 4 ଦିନ ବଢିବ କର୍ଫ୍ୟୁ

author img

By

Published : Apr 21, 2020, 7:02 AM IST

ଅହମ୍ମଦାବାଦ, ସୁରଟ ଓ ରାଜକୋଟର କିଛି ଅଞ୍ଚଳରେ କର୍ଫ୍ୟୁ 4 ଦିନ ବଢାଯାଇଛି । ପୂର୍ବରୁ ପରିସ୍ଥିତିର ଭୟାବହତା ଦେଖି ଏପ୍ରିଲ 20 ଯାଏଁ କର୍ଫ୍ୟୁ ଘୋଷଣା ହୋଇଥିଲା । ଅଧିକ ପଢନ୍ତୁ...

ଅହମ୍ମଦାବାଦରେ 4 ଦିନ ବଢିବ କର୍ଫ୍ୟୁ
ଅହମ୍ମଦାବାଦରେ 4 ଦିନ ବଢିବ କର୍ଫ୍ୟୁ

ଅହମ୍ମଦାବାଦ: ଗୁଜରାଟରେ କୋରୋନା ସ୍ଥିତି ଧିରେ ଧିରେ ସଙ୍କଟଜନକ ସ୍ଥିତି ଆଡକୁ ଗତି କରୁଛି । ବିଶେଷ କରି ଅହମ୍ମଦାବାଦରେ ଏହା ତୀବ୍ର ରୂପ ଧାରଣ କରିଛି । ଏଠାରେ ରାଜ୍ୟର ସବୁଠାରୁ ଅଧିକ ଆକ୍ରାନ୍ତ ବାହାରିଛନ୍ତି ।

ତେବେ ସୋମବାର ଯାଏଁ ଲାଗୁ ହୋଇଥିବା କର୍ଫ୍ୟୁ ଏପ୍ରିଲ 24 ଯାଏଁ ବଢାଯାଇଛି । ଏନେଇ ଗୁଜରାଟ ଡିଜିପି ସୂଚନା ଦେଇଛନ୍ତି । ଅହମ୍ମଦାବାଦ, ସୁରତ ଓ ରାଜକୋଟର କିଛି ଅଞ୍ଚଳରେ ଏହି କର୍ଫ୍ୟୁ 4 ଦିନ ବଢାଯାଇଛି । ପୂର୍ବରୁ ପରିସ୍ଥିତିର ଭୟାବହତା ଦେଖି ଏପ୍ରିଲ 20 ଯାଏଁ କର୍ଫ୍ୟୁ ଘୋଷଣା ହୋଇଥିଲା । ଅପରାହ୍ନରେ ମହିଳାଙ୍କୁ ଛାଡି ଆଉ କାହାରିକୁ ବାହାରକୁ ବାହାରିବାର ଅନୁମତି ନଥିଲା । ତେବେ ସମସ୍ତ ଜାଗାରେ ସୋମବାର ଏହାକୁ କୋହଳ କରାଯାଇଥିବାବେଳେ କିଛି ଜାଗାରେ ଲାଗୁ ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

ଏବେ ସୁଦ୍ଧା ରାଜ୍ୟରେ ମୋଟ 1939 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର ନୂଆ 93ଟି ମାମଲା ସାମନାକୁ ଆସିଛି । ଏମାନଙ୍କ ମଧ୍ୟରୁ 131 ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଗୁଜରାଟରେ 71 ଜଣଙ୍କର କୋରୋନାଜନିତ ମୃତ୍ୟୁ ହୋଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.