ETV Bharat / bharat

ପାରାଦ୍ୱୀପ ବନ୍ଦରରେ ପଣ୍ୟ କାରବାର ରେକର୍ଡ ସଂଖ୍ୟକ ବୃଦ୍ଧି - paradeep port

ପାରାଦ୍ୱୀପ ବନ୍ଦରରେ ପଣ୍ୟ କାରବାର ରେକର୍ଡ ସଂଖ୍ୟକ ବୃଦ୍ଧି । ଏହି ସଫଳତା ପାଇଁ ପାରାଦୀପ ବନ୍ଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

number of commodity transactions at the port of Paradip has increased
ପାରାଦ୍ୱୀପ ବନ୍ଦରରେ ପଣ୍ୟ କାରବାର ରେକର୍ଡ ସଂଖ୍ୟକ ବୃଦ୍ଧି
author img

By

Published : Feb 2, 2021, 5:29 PM IST

ଜଗତସିଂହପୁର : ପଣ୍ୟ କାରବାରରେ ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର । ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ମାସରେ ସର୍ବାଧିକ ପଣ୍ୟ କାରବାର କରି ଇତିହାସ ସୃଷ୍ଟି କରିଛ ବନ୍ଦର। ଗତ ମାସରେ ପାରାଦୀପ ବନ୍ଦର ୧୧.୧୭ ମିଲିୟନ ମେଟ୍ରିକ ଟନ ପଣ୍ୟ କାରବାର କରି ରେକର୍ଡ କରିଛି। ଯାହାକି ୨୦୨୧ର ପ୍ରଥମ ମାସରେ ଏହା ଏକ ରେକର୍ଡ ସୃଷ୍ଟି କରିଥିବାବେଳେ ଆସନ୍ତା ଫେବୃଆରୀ ଓ ମାର୍ଚ୍ଚରେ ପଣ୍ୟ କାରବାରକୁ ଆହୁରି ବୃଦ୍ଧି କରିବାକୁ ଲକ୍ଷ ରଖିଛନ୍ତି ବନ୍ଦର କର୍ତ୍ତୃପକ୍ଷ ।

ପାରାଦ୍ୱୀପ ବନ୍ଦରରେ ପଣ୍ୟ କାରବାର ରେକର୍ଡ ସଂଖ୍ୟକ ବୃଦ୍ଧି

ପଣ୍ୟ କାରବାର କ୍ଷେତ୍ରରେ ଦେଶର ୧ ନମ୍ବର ସ୍ଥାନ ବଜାୟ ରଖିବା ପାଇଁ ଆଶା ରଖାଯାଉଛି । ଏହା ପୂର୍ବରୁ ପାରାଦୀପ ବନ୍ଦର ୨୦୧୯ ମାର୍ଚ୍ଚ ମାସରେ ୧୦.୫୫ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରିଥିଲା । ତେବେ ଏହି ସଫଳତା ପାଇଁ ପାରାଦୀପ ବନ୍ଦର ଅଧ୍ୟକ୍ଷ ବିନିତ କୁମାର ଓ ଉପାଧ୍ୟକ୍ଷ ଏ.କେ.ବୋଷ୍ , ବନ୍ଦର ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.